ATMରୁ ଚିରା ଫଟା ଓ ନକଲି ନୋଟ ବାହାରିଲେ କଣ କରିବେ? ଟଙ୍କା ବଦଳାଇବାର ନିୟମ ଜାଣନ୍ତୁ...

Advertisment
ATMରୁ ଚିରା ଫଟା ଓ ନକଲି ନୋଟ ବାହାରିଲେ କଣ କରିବେ? ଟଙ୍କା ବଦଳାଇବାର ନିୟମ ଜାଣନ୍ତୁ...

କନକ ବ୍ୟୁରୋ : ଆଜିକାଲି ଟଙ୍କା ଉଠାଇବା ପାଇଁ ଆଉ ବ୍ୟାଙ୍କ ଦୌଡିବାକୁ ପଡୁନି । ଏବେ ପ୍ରତି ଗଳି କନ୍ଦିରେ ଏଟିଏମ୍ ଉପଲବ୍ଧ ହେଲାଣି । ଟଙ୍କା ଉଠାଣ ଏକପ୍ରକାର ସହଜ ହୋଇଗଲାଣି । କିଛିବି ଦରକାର ପଡିଲେ ସାଙ୍ଗେ ସାଙ୍ଗେ ଏଟିଏମକୁ ଯାଇ ଟଙ୍କା ଉଠାଇ ଆଣିପାରୁଛନ୍ତି ଲୋକେ । କିନ୍ତୁ କେବେ ଆପଣ ଟଙ୍କା ଉଠାଇବା ବେଳେ ଏଟିଏମରୁ ଫଟା ଚିରା ନୋଟ ବାହାରିଛି କି? ଯଦି କେବେ ଏହିଭଳି ସମସ୍ୟାର ସମାଧାନ ହୁଅନ୍ତି ତାହେଲେ କଣ କରିବେ? କେମିତି ଏଟିଏମରୁ ବାହାରିଥିବା ଚିରାଫଟା ନୋଟକୁ ପରିବର୍ତ୍ତନ କରିବେ ଜାଣନ୍ତୁ...
ଅନେକ ଥର ଏପରି ଦେଖାଯାଇଛି କି, ଏଟିଏମରୁ ଟଙ୍କା ଉଠାଣ ସମୟରେ ଚିରାଫଟା ନୋଟ୍ ବାହାରିଥାଏ । ଆଉ ଚିରା ନୋଟକୁ ଦେଖି ଲୋକେ ଚିନ୍ତାରେ ପଡିଯାଆନ୍ତି । ଏଟିଏମରୁ ବାହାରିଥିବା ଚିରା ନୋଟକୁ କଣ କରିବେ ତାହା ଭାବିପାରନ୍ତି ନାହିଁ । ଯଦି ଏପରି କେବେ ଘଟେ ତାହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏଟିଏମରୁ ବାହାରିଥିବା ଚିରା ଫଟା ନୋଟକୁ ଅତି ସହଜରେ ବ୍ୟାଙ୍କକୁ ଯାଇ ପରିବର୍ତ୍ତନ କରାଯାଇପାରିବ ।

ମନା କରିପାରିବନି ବ୍ୟାଙ୍କ୍
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚିରାଫଟା ନୋଟକୁ ବଦଳାଇବା ପାଇଁ କିଛି ନିୟମ ବାହାର କରିଛି । ସେହି ନିୟମ ଅନୁସାରେ, ଚିରାଫଟା ନୋଟକୁ ପରିବର୍ତ୍ତନ କରିବା ପାଇଁ ମନା କରିପାରିବନି ବ୍ୟାଙ୍କ୍ । ୨୦୧୬ରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ କି, ଯଦି କୌଣସି ବ୍ୟାଙ୍କ୍ ଚିରାଫଟା ନୋଟକୁ ବଦଳାଇବା ପାଇଁ ମନା କରନ୍ତି ତାହେଲେ ସେହି ବ୍ରାଞ୍ଚ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗିବ । ଏହି ନିୟମ ସବୁ ବ୍ୟାଙ୍କର ବ୍ରାଞ୍ଚ ଉପରେ ଲାଗୁ କରାଯାଇଛି ।
ରିଜର୍ଭ ବ୍ୟାଙ୍କ ଅନୁସାରେ, ଯଦି ଏଟିଏମ୍ରୁ ଚିରାଫଟା କିମ୍ବା ନକଲି ନୋଟ ବାହାରୁଛି ତେବେ ଏହାର ଯଞ୍ଚ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା କରାଯିବ । ଯଦି ନୋଟର ସିରିୟଲ ନମ୍ବର, ମହାତ୍ମାଗାନ୍ଧୀଙ୍କ ୱାଟରମାର୍କ ଥିବ ତାହେଲେ ବ୍ୟାଙ୍କ ନୋଟ ପରିବର୍ତ୍ତନ କରିବାକୁ ବାଧ୍ୟହେବ ।

ନୋଟ୍ ବଦଳାଇବାର ଲିମିଟ୍
ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ, ନୋଟକୁ ବଦଳାଇବାର ବି ଗୋଟିଏ ଲିମିଟ୍ ରହିଛି । ଜଣେ ବ୍ୟକ୍ତି ଗୋଟେ ଦିନରେ ୨୦ରୁ ଅଧିକ ନୋଟ ପରିବର୍ତ୍ତନ କରିପାରିବ ନାହିଁ । ଏହା ସହିତ ପରିବର୍ତ୍ତନ କରାଯାଉଥିବା ନୋଟର ମୂଲ୍ୟ ୫୦୦୦ ଟଙ୍କାରୁ ଅଧିକ ହୋଇନଥିବା ଜରୁରୀ । ଏହା ସହିତ ଜଳିଯାଇଥିବା ନୋଟ୍ । ପୂରା ଖଣ୍ଡ ଖଣ୍ଡ ହୋଇଯାଇଥିବା ନୋଟକୁ ବ୍ୟାଙ୍କରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଏହିଭଳି ନୋଟଗୁଡିକୁ ରିଜର୍ଭ ବ୍ୟାଙ୍କର ଇସ୍ୟୁ ଅଫିସରେ ଜମା କରାଯାଇପାରିବ ।

ବ୍ୟାଙ୍କରେ କେମିତି ବଦଳାଇବେ ଚିରା ଫଟା ନୋଟ୍ ?

ଏଟିଏମରୁ ବାହାରିଥିବା ନୋଟକୁ ବଦଳାଇବା ପାଇଁ ଆପଣଙ୍କୁ ସେହି ବ୍ୟାଙ୍କକୁ ଯିବାକୁ ପଡିବ ଯେଉଁ ବ୍ୟାଙ୍କର ଏଟିଏମରୁ ଆପଣ ପଇସା ଉଠାଇଥିବେ । ବ୍ୟାଙ୍କକୁ ଯାଇ ସେଠାରେ ଆପଣଙ୍କୁ ଏକ ଆପଲିକେଶନ୍ ଦେବାକୁ ପଡିବ । ଏହି ଆପଲିକେଶନରେ ତାରିଖ, ସମୟ ଏବଂ ଟଙ୍କା ଉଠାଇଥିବା ଏଟିଏମପ ସ୍ଥାନ, ଏଟିଏମରୁ ବାହାରିଥିବା ଟ୍ରାଞ୍ଜାକସନ୍ ସ୍ଲିପ୍ ଆଟାଜ୍ କରି ଦେବାକୁ ପଡିବ । ଯଦି ଟ୍ରାଞ୍ଜାକସନ୍ ସ୍ଲିପ୍ ନଥିବ ତାହେଲେ ମୋବାଇଲକୁ ଆସିଥିବା ଟ୍ରାଞ୍ଜାକସନ୍ ଡିଟେଲ୍ସ ଦେବାକୁ ପଡିବ । ଏହା ପରେ ଆପଣଙ୍କ ନୋଟକୁ ବ୍ୟାଙ୍କ ଦ୍ୱାରା ପରିବର୍ତ୍ତନ କରାଯାଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe