କନକ ବ୍ୟୁରୋ: ଆପଣ ରାସ୍ତାରେ ଯାଉଥିବା ବେଳେ ଆପଣଙ୍କୁ କୁକୁର ଗୋଉଡାନ୍ତିକି, ଏହି ପ୍ରଶ୍ନର ଉତରରେ ଅଧିକାଂଶ ଲୋକ କହିବେ, ଏହି କଥାରେ ସମ୍ପୂର୍ଣ୍ଣ ସତ୍ୟତା ରହିଛି । ଭାରତର ଗଳିକନ୍ଦିରେ ଆପଣ ଗାଡିରେ ଯାଉଥିବା ବେଳେ ପଛପଟେ କୁକୁର ଗୋଡାଉଥିବାର ଦୃଶ୍ୟ ସାମ୍ନାକୁ ଆସେ । କେତେବେଳେ କୁକୁର ଗାଡି ଆଗକୁ ତ କେତେବେଳେ ଚକା ଭିତରକୁ ଆସିଯିବାରୁ ବଡ଼ ବଡ଼ ଦୁର୍ଘଟଣା ହୋଇଥାଏ । କେବଳ ମାର୍ଚ୍ଚ ମାସରେ ଏପରି ୨୨ଟି ଘଟଣା ସାରା ଦେଶରେ ସାମ୍ନାକୁ ଆସିଛି । ବ୍ରହ୍ମପୁରର ଗତକାଲିର ଏମିତି ଏକ ଘଟଣାର ଦୃଶ୍ୟ ଆପଣଙ୍କ ଟିଭି ସ୍କ୍ରିନରେ । ବ୍ରହ୍ମପୁରର ଏହି ଘଟଣା କୁକୁରଙ୍କ ଉତ୍ପାତ ଏବଂ ଏହା ଯୋଗୁଁ ହେଉଥିବା ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆଣିଛି । ସୋମବାର ସକାଳ ୬ଟାରୁ ଏକ ସ୍କୁଟିରେ ଦୁଇଜଣ ମହିଳା ଶିଶୁକୁ ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । କିନ୍ତୁ ଏହି ସମୟରେ ଗାନ୍ଧୀ ନଗର ସପ୍ତମ ଲାଇନରେ କିଛି ବୁଲା କୁକୁର ସେହି ସ୍କୁଟିକୁ ପିଛା କରିଥିଲେ । ଯାହା ଫଳରେ ସ୍କୁଟିଟି ରାସ୍ତା ପାଶ୍ୱର୍ରେ ଥିବା ଏକ କାରକୁ ଧକ୍କା ଦେଇଥିଲା । ଆଉ ସ୍କୁଟିରେ ବସିଥିବା ଦୁଇ ମହିଳା ଓ ଶିଶୁ ଓଲଟି ତଳେ ପଡ଼ିଥିଲେ । ଏହି ଦୁର୍ଘଟଣାରେ ଦୁଇ ମହିଳା ଓ ଶିଶୁ ଆହତ ବି ହୋଇଥିଲେ ।