ଆସୁଛି ବାତ୍ୟା ୟାସ୍ । ବାତ୍ୟା ବେଳେ କଣ କରିବେ, ଆଉ କଣ ନକରିବେ । ପଢନ୍ତୁ…

346

କନକ ବ୍ୟୁରୋ: ଆସୁଛି ବାତ୍ୟା ୟାସ୍ । ବାତ୍ୟା ପାଇଁ ପୂରା ପ୍ରସ୍ତୁତ ଓଡିଶା । କାଲି ସକାଳେ ଭଦ୍ରକରୁ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏହାପୂର୍ବରୁ ଲୋକମାନଙ୍କୁ ସ୍ଥାନାସ୍ତରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ହେଲେ ବାତ୍ୟା ବେଳେ କଣ କରିବା ଉଚିତ ଆଉ କଣ ନକରିବା ଉଚିତ ଆସନ୍ତୁ ଜାଣିବା ।

କଣ କରିବା ଉଚିତ
୧- ଘରକୁ ଠିକ ଭାବେ ଯାଞ୍ଚ କରିନିଅନ୍ତୁ, ଢିଲା ଟାଇଲ୍ ଗୁଡିକୁ ସୁରକ୍ଷିତ କରନ୍ତୁ, କବାଟ ଏବଂ ଝରକା ମରାମତି କରିନିଅନ୍ତୁ ।
୨-ଘରର ଚାରିପାଖକୁ ଯାଞ୍ଚ କରିନିଅନ୍ତୁ । ଶୁଖଲା କିମ୍ବା ଉଇ, ଲାଗିଥିବା ଗଛ, ଢିଲା ଇଟା , ଅଳିଆ ଆବର୍ଜନା ରଖାଯାଇଥିବା ଡ୍ରମ, ସାଇନ୍ ବୋର୍ଡ ଆଦିକୁ ଘର ପାଖରୁ ହଟେଇ ଦିଅନ୍ତୁ ।
୩- କାଠ ପଟା ପ୍ରସ୍ତୁତ କରି ରଖନ୍ତୁ ଯେପରିକି କାଚରେ ତିଆରି ଝରକା ତୁରନ୍ତ ମରାମତି ହୋଇପାରିବ ।
୫-କିରୋସିନ, ଲଣ୍ଠନ, ଚର୍ଚ୍ଚ, ମହମବତୀ ଆଉ ସେଥିରେ ବ୍ୟବହୃତ ବ୍ୟାଟେରୀକୁ ପ୍ରସ୍ତୁତ କରି ରଖନ୍ତୁ ।
୬- ବିପଦ ଜନକ ଅବସ୍ଥାରେ ଥିବା ଅଟ୍ଟାଳିକାକୁ ତୁରନ୍ତ ଭାଙ୍ଗିଦିଅନ୍ତୁ ।
୧୦-ତଳୁଆ ଅଞ୍ଚଳରେ ଥିବା ବେଳାଭୂମି କିମ୍ବା ଅନ୍ୟାନ୍ୟ ସ୍ଥାନରୁ ଦୂରେଇ ରୁହନ୍ତୁ । ଯାହାଦ୍ୱାରା ଉଚ୍ଚ ଜୁଆର ଓ ଝଡ ଦ୍ୱାରା ଧୋଇ ହୋଇ ଯିବାର ସମ୍ଭାବନା ରହିଛି ।
୧୧-ଛୋଟ ଛୁଆ ଓ ବୟସ୍କ ଲୋକଙ୍କ ପାଇଁ ଖାଦ୍ୟ ମହଜୁଦ ରଖନ୍ତୁ ।
୧୨- ଯେଉଁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ଜଳସ୍ତର ବଢିବାର ସମ୍ଭାବନା ଥାଏ ସେଠାରେ ସତର୍କ ରହିବା ଆବଶ୍ୟକ ।

କଣ କରିବେ ନାହିଁ
୧-ଗୁଜବ ଦ୍ୱାରା ବିଭ୍ରାନ୍ତ ହୁଅନ୍ତୁ ନାହିଁ ।
୨- ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କଠାରୁ ସୂଚନା ନପାଇବା ପର୍ଯ୍ୟନ୍ତ ଆଶ୍ରୟସ୍ଥଳ ଛାଡନ୍ତୁ ନାହିଁ ।
୩-ସ୍ଥିର ପାଗ ସମୟରେ ନିରାପଦ ସ୍ଥାନ ଛାଡନ୍ତୁ ନାହିଁ ।
୪-ଝୁଲୁଥିବା ବୈଦ୍ୟୁତିକ ତାରକୁ ସ୍ପର୍ଶ କରନ୍ତୁ ନାହିଁ, ସେଥିରେ ବିଦ୍ୟୁତ ପ୍ରବାହ ଥାଇପାରେ ।

କୃଷି କ୍ଷେତ୍ରରେ ବାତ୍ୟା ସମୟରେ କଣ କରିବା ଉଚିତ ଓ କଣ ନକରିବା ଉଚିତ
ଅତ୍ୟନ୍ତ ପ୍ରବଳ ବର୍ଷା ଓ ବନ୍ୟାର ପ୍ରଭାବ
୧. ଅତ୍ୟନ୍ତ ପ୍ରବଳ ବର୍ଷା ଓ ବନ୍ୟା, କୃଷି ଜମିରେ ଥିବା ବିଭିନ୍ନ ଫସଲ ଓ ପନିପରିବାକୁ ନଷ୍ଟ କରିଥାଏ ।
୨. ବନ୍ୟା କୃଷି ଜମିର ମାଟିରେ ଅବାୟୋବିକ (ଇଦ୍ଭବରକ୍ସକ୍ଟଭସମ) ପରିସ୍ଥିତି ସୃଷ୍ଟି କରିଥାଏ ଯାହା ଫସଲ ସମୁହ ଉପରେ
କୁପ୍ରଭାବ ପକାଇଥାଏ ।
୩. ଅବାୟୋବିକ (ଇଦ୍ଭବରକ୍ସକ୍ଟଭସମ) ମାଟିରେ ରାସାୟନିକ ପ୍ରତିକ୍ରୟା ଯୋଗୁଁ ନାଇଟ୍ରେଟ କମ୍ ହୋଇଯାଏ ଓ
ଯବକ୍ଷାରଜାନ ଗ୍ୟାସ ସୃଷ୍ଟି ହୁଏ । ଏହି ଡିନାଇଟ୍ରିଫିକେସନ ପ୍ରକ୍ରିୟା ବନ୍ୟା ପରବର୍ତୀ ଫସଲ ଓ ପନିପାରିବାର ଶକ୍ତି ଓ
ସମୃଦ୍ଧିକୁ ହାନି କରିବାର ମୁଖ୍ୟ କାରଣ ହୋଇଥାଏ ।
୪. ଭାରି ବର୍ଷାରେ ମୃତିକା କ୍ଷୟ ଏବଂ ବିଭିନ୍ନ ପ୍ରକାର କୃଷି ଜନିତ କାର୍ଯ୍ୟ ପନ୍ଥାରେ ହାନି, ପାଣି ଜମିବା ପରିସ୍ଥିତି, ଅତ୍ୟଧିକ
ମାଟି ବତର ବଢିବା ଦ୍ୱାରା ଫସଲରେ ଚାପ ଓ ଫସଲରେ ରୋଗପୋକ ମାନଙ୍କର ବୃଦ୍ଧି ହୋଇଥାଏ ।

ଭାରି ପବନର ପ୍ରଭାବ

୧. ଭାରି ପବନ ଯୋଗୁଁ ଫସଲରେ କ୍ଷୟକ୍ଷତି/ପଡିଜିବା/ମୂଳରୁ ଉପୁଡି ଜିବା ପରିସ୍ଥିତି ହୋଇଥାଏ ।
୨. ଅତ୍ୟଧିକ ପବନ ଯୋଗୁଁ ଅମଳ ଉପଯୋଗି ଫସଲରୁ ଦାନା/ଛୁଇଁ ଆଦି ଝଡି ପଡିଥାନ୍ତି ।
୩. ଲମ୍ବା ଫସଲ ଯଥା- ଆଖୁ, କଦଳୀ ଆଦି ଭାରି ପବନ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଥାନ୍ତି ।
୪. ଏହା ବିଭିନ୍ନ କୃଷି କାର୍ଯ୍ୟ ଯଥା- ସାର ପ୍ରୟୋଗ ଓ କୀଟନାଷକ ସିଞ୍ଛରେ ପ୍ରତିବନ୍ଧକ ସୃଷ୍ଟିକରେ ।
୫. ଏହାଯୋଗୁଁ ଫସଲ ଜମିରେ ବତର ହ୍ରାସ ହୋଇଥାଏ ଯାହା ଯୋଗୁଁ ଫସଲରେ ଜଳର ଆବଶ୍ୟକତା ବଢିଥାଏ ।

କଣ କରିବା ଉଚିତ ଓ କଣ ନକରିବା ଉଚିତ
ବତ୍ୟା ପୂର୍ବରୁ କଣ କରିବା ଉଚିତ
୧. ଯଦି ଫସଲ ୮୦% ଅମଳ ଅବସ୍ଥାରେ ଅଛି ଏହାକୁ ପ୍ରାକ୍ ଅମଳ କରିଦିଅନ୍ତୁ ।
୨. ଅମଳ ପରେ ଫସଲକୁ ଶୁଷ୍କ ଓ ସୁରକ୍ଷିତ ସ୍ଥାନରେ ରଖନ୍ତୁ ।
୩. ଅସୁରକ୍ଷିତ ନଦୀବନ୍ଧ ଓ ଜଳସେଚିତ କେନାଲକୁ ମରାମତି ବ୍ୟବସ୍ଥା କରନ୍ତୁ ।
୪. ଅତ୍ୟଧିକ ପାଣି ଜମୁଥିବା ଜାଗାରେ ଜଳ ନିଷ୍କସନ ପାଇଁ ବ୍ୟବସ୍ଥା କରନ୍ତୁ ।
୫. ଉଦ୍ୟାନ ଜାତୀୟ ବୃକ୍ଷ ଓ ପନିପରିବାରେ ଭରା ଦିଅନ୍ତୁ ଯାହାଦ୍ୱାରା ଏହା ମୂଳରୁ ପଡିବ ନାହିଁ ।
୬. ଯଦି ଆପଣଙ୍କ କ୍ଷେତ୍ରରେ ବନ୍ୟା ବାରମ୍ବାର ହେଉଛି ତାହେଲେ ଧାନ ଭଳି ଫସଲକୁ ଲଗାନ୍ତୁ ଯାହା ପାଣି ଜମୁଥିବା
ତଥା ବତର ସମ୍ପୁର୍ଣ ରୁପେ ଥିବା ଜାଗାରେ ହୋଇପାରିବ ।
୭. ବନ୍ୟା ପରିସ୍ଥିତିକୁ କମ୍ କରିବା ପାଇଁ ଜଳ ସଞ୍ଛତ ପ୍ରକ୍ରିୟା ଯଥା- ନଦୀ, ହ୍ରଦ, ଜଳ ଭଣ୍ଡାର କୁ ବ୍ୟବହାର କରନ୍ତୁ ।
୮. ଯେଉଁ ଫସଲ ଗୁଡିକ ଅତ୍ୟଧିକ ଜଳକୁ ଆବଶ୍ୟକ କରନ୍ତି ସେମାନଙ୍କୁ ପ୍ରତିବନ୍ଧକ ରୁପେ (ଆନୁଭୁମିକ ଓ ଭୁଲମ୍ବ)
ଲଗାନ୍ତୁ ଯାହାଦ୍ୱାରା ବନ୍ୟାର ପ୍ରଭାବ କମ୍ ହୋଇପାରିବ ।
୯. ଆଖୁ ଗଛକୁ ଭରା ଦିଅନ୍ତୁ ।
୧୦. ଅତ୍ୟଧିକ ପବନରୁ ଗୁହାଳ ତଥା ଫାର୍ମକୁ ରକ୍ଷା କରିବା ପାଇଁ ପ୍ରବନ୍ଧକ ସୃଷ୍ଟି କରନ୍ତୁ ।
୧୧. ପଶୁପକ୍ଷୀଙ୍କୁ ସୁରକ୍ଷିତ ଗୁହାଳ ଓ ଫାର୍ମରେ ରଖନ୍ତୁ ।
୧୨. କୁକୁଡା ଫାର୍ମର ଚାରିପଟେ ଅଖା ଦ୍ୱାରା ଆଚ୍ଛାଦନ କରନ୍ତୁ ।

ବାତ୍ୟା ପରେ କଣ କରିବା ଉଚିତ
୧. ବତ୍ୟା ପରେ ଜମିରୁ ଅତ୍ୟଧିକ ପାଣିକୁ ନିଷ୍କାସନ ବ୍ୟବସ୍ଥା କରନ୍ତୁ ଓ ଆଖୁ, କଦଳୀ ଗଛକୁ ଭରା ଦିଅନ୍ତୁ ଯେପରି ଏହା
ପଡିବ ନାହିଁ । ପନିପରିବା ଓ ଫଳ ଗଛକୁ ଯାନ୍ତ୍ରିକ ଆଧାର/ଭରା ଦିଅନ୍ତୁ ଯେପରିକି ଏହା କ୍ଷତି ହେବ ନାହିଁ ।
୨. ବାତ୍ୟା ପରବର୍ତୀ ସମୟରେ ଅତିରିକ୍ତ ଯବାକ୍ଷାରଜାନ ସାରକୁ ଗଛ ମୂଳରେ ପକାନ୍ତୁ ଏବଂ ପତ୍ର ସିଞ୍ଛନ କରନ୍ତୁ
ଯାହାଦ୍ୱାରା ଫସଲ ଯଥାଶିଘ୍ର କ୍ଷତିରୁ ରକ୍ଷାପାଇ ପାରିବ ।
୩. ବାତ୍ୟା ପରବର୍ତୀ ଜଳମଗ୍ନ ପରିସ୍ଥିତି ଯୋଗୁଁ ମାଟିରେ ଏବଂ ଫସଲରେ ଅଣୁସାରର ଅଭାବ ଦେଖାଯାଏ ତେଣୁ ବତ୍ୟା
ପରେ ଅଣୁସାରକୁ ଯଥାଶୀଘ୍ର ପତ୍ର ସିଞ୍ଛନ କରନ୍ତୁ ।
୪. ଯଦି ଭୌତିକ ପରିପକ୍ୱତା ଫସଲରେ ଆସିଯାଇଛି ତେବେ ଫସଲକୁ କାଟି ଯାନ୍ତ୍ରିକ ରୁପେ ଏହାକୁ ଶୁଖାଇବା ବ୍ୟବସ୍ଥା କରନ୍ତୁ ।

କଣ ନକରିବା ଉଚିତ
୧. ବାତ୍ୟା ସମୟରେ କୀଟନାଷକ ଏବଂ ସାର ପ୍ରୟୋଗକୁ ସ୍ତଗିତ ରଖନ୍ତୁ ।
୨. ଅମଳ ହୋଇସାରିଥିବା ପନିପରିବା ଓ ଫସଲକୁ ବାହାରେ ଖୋଲା ଜମିରେ ପଡିବାକୁ ଦିଅନ୍ତୁ ନାହିଁ ।
୩. ମତ୍ସ୍ୟଜିବୀ ଭାଇମାନେ ବାତ୍ୟା ସମୟରେ ସମୁଦ୍ରକୁ ଯାଆନ୍ତୁ ନାହିଁ ।
୪. ପଶୁପକ୍ଷୀଙ୍କୁ ବାହାରକୁ ଚରିବାକୁ ଛାଡନ୍ତୁ ନାହିଁ ।
୫. ଜମିରେ ଥିବା କୁଡିଆ ଘର ଏବଂ ଗଛ ତଳେ ଆଶ୍ରୟ କରନ୍ତୁ ନାହିଁ ।