କନକ ବ୍ୟୁରୋ: ଏକ ଜାତୀୟ ଗଣମାଧ୍ୟମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଅଜବ ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା । ଗୁଜରାଟର ଦୁଗ୍ଧଜାତ ସାମଗ୍ରୀ ସମବାୟ ‘ଅମୂଲ’ ଏବଂ କର୍ଣ୍ଣାଟକର ‘ନନ୍ଦିନୀ’ର ସମିଶ୍ରଣ ସମ୍ଭାବନାକୁ ଅଗ୍ରାହ୍ୟ କରି ଆଜି ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୖୟା କହିଛନ୍ତି ଯେ, ସେ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି, ‘ଅମୂଲ’ ଦୁଗ୍ଧ ନ କିଣିବାକୁ କର୍ଣ୍ଣାଟକବାସୀଙ୍କୁ କହିବେ।

Advertisment

ସେ କହିଛନ୍ତି ଯେ, ‘ଅମୂଲ’ ତା’ର ସାମ୍ପ୍ରତିକ ଗ୍ରାହକମାନଙ୍କ ଉପରେ ନିର୍ଭରଶୀଳ ହେବା ଉଚିତ। କର୍ଣ୍ଣାଟକରେ ପ୍ରବେଶ କରି ସେ ଆଞ୍ଚଳିକ ଚାଷୀଙ୍କ ପ୍ରତି ଅନ୍ୟାୟ କରିବାକୁ ଉଦ୍ୟମ କରୁଛି। ସେଥିପାଇଁ ଲୋକେ ‘ଅମୂଲ’ର ଆଗମନକୁ ବିରୋଧ କରୁଛନ୍ତି। ମୁଁ ଯଦି ମୁଖ୍ୟମନ୍ତ୍ରୀ ହେବି, ‘ଅମୂଲ’ ଦୁଗ୍ଧ ନ କିଣିବାକୁ ଲୋକଙ୍କୁ କହିବି।