ଡ଼େଙ୍ଗୁ ଭୁତାଣୁରୁ ଉପଶମ ଦେବ ଏହି ଖାଦ୍ୟ ପଦାର୍ଥ । ଡ଼େଙ୍ଗୁ ହେଲେ କ’ଣ ଖାଇବେ ଜାଣନ୍ତୁ

348

ଋତୁ ପରିବର୍ତ୍ତନ ସହ ଡ଼େଙ୍ଗୁ , ମ୍ୟାଲେରିଆ, ଚିକେନ୍ ଗୁନିଆ ଭଳି ରୋଗ ମଣିଷର ଚିନ୍ତାର କାରଣ ପାଲଟେ । ରକ୍ତ ଶୋଷୁଥିବା ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆମେ ଅନେକ ପ୍ରୟାସ କରି ମଧ୍ୟ ବେଳେବେଳେ ରୋଗରେ ପଡ଼ିଯାଉ । ତେବେ ଖାଦ୍ୟପେୟର ଉଚିତ ଧ୍ୟାନ ରଖିଲେ ଆମେ ଏହି ଭୁତାଣୁ କବଳରୁ ବଂଚିପାରିବା । ଡ଼େଙ୍ଗୁ ସମୟରେ ରକ୍ତର ପ୍ଲେଟଲେଟସ୍ କମିବାରେ ଲାଗିଥାଏ । ଏହି ସମୟରେ ଡାଏଟକୁ ଠିକ୍ ଭାବରେ ପାଳନ ନକଲେ ଜୀବନ ଚାଲିଯିବାର ବି ସମ୍ଭାବନା ଥାଏ । ତେବେ ଏହି ସମୟରେ କେଉଁ ଖାଦ୍ୟ ଖାଇଲେ ଶରୀରରେ ପ୍ଲେଟଲେଟସର ମାତ୍ରା ବଢେ ତାହା ଆପଣ ଜାଣିରଖନ୍ତୁ ।


ଡାକ୍ତରଙ୍କ କହିବାନୁସାରେ , ଯେଉଁ ଖାଦ୍ୟସାମଗ୍ରୀ ସହଜରେ ସିଝିବାର କ୍ଷମତା ରଖେ ତାହାକୁ ଡାଏଟରେ ସାମିଲ୍ କରିବା ନିହାତି ଆବଶ୍ୟକ । ସବୁଜ ପରିବା , ସୁପ୍ ,କଦଳୀ, ଆପଲ୍ ଖାଦ୍ୟରେ ସାମିଲ୍ କରିବା ଦରକାର । ଜ୍ୱର ପରର ଦୁର୍ବଳତାକୁ କମାଇବା ପାଇଁ ଚା’, କଫି ବଦଳରେ ହର୍ବଲ ଟିର ସେବନ କରିପାରିବେ । ଶରୀରରେ ପ୍ଲେଟଲେଟସର ମାତ୍ରା ବଢାଇବାରେ ରାମବାଣ ଭଳି କାମ କରେ ପଇଡ଼ ପାଣି । ତେଣୁ ଯେତେ ପାରୁଛନ୍ତି ପଇଡ଼ ପାଣିର ସେବନ କରନ୍ତୁ । ଡ଼େଙ୍ଗୁ ରୋଗୀଙ୍କୁ ଅଧିକ ପାଣି ପିଇବା ନିହାତି ଆବଶ୍ୟକ । ପାଣି ପିଇବାରେ କଷ୍ଟ ଅବଶ୍ୟ ଅନୁଭବ ହେବ କିନ୍ତୁ ଏହା ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଡ଼ିହାଇଡ଼୍ରେସନ୍ ପାଇଁ ଓଆରଏସ୍ ପାଣି ଏବଂ ଲେମ୍ବୁରସ ମଧ୍ୟ ପିଇବା ଆବଶ୍ୟକ । ଏହି ସମୟରେ ଦଲିଆ ଖାଇବାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ । ପ୍ରୋଟିନ୍ ଜାତୀୟ ପଦାର୍ଥ ଯଥା , କ୍ଷୀର , ଦୁଗ୍ଧଜାତୀୟ ପଦାର୍ଥ ଏବଂ ଅଣ୍ଡା ଖାଦ୍ୟରେ ସାମିଲ୍ କରନ୍ତୁ । ଏହି ସମୟରେ ତୈଳ ମସଲା ଜାତୀୟ ଖାଦ୍ୟପଦାର୍ଥ , ଅତ୍ୟଧିକ ଲଙ୍କାଯୁକ୍ତ ଖାଦ୍ୟ ଭୋଜନ କରନ୍ତୁ ନାହିଁ ।