ବିଜୁଳି ସଂଯୋଗ ନେଇ କଣ କହୁଛି ସେସୁ ? ଜାଣନ୍ତୁ ପୂରା ତଥ୍ୟ..

ଗତକାଲି ସନ୍ଧ୍ୟା ସୁଦ୍ଧା ୭ ହଜାର ୭ ଶହ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି

244

କନକ ବ୍ୟୁରୋ : ରାଜଧାନୀରେ ୪.୫ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ଗତକାଲି ସନ୍ଧ୍ୟା ସୁଦ୍ଧା ୭ ହଜାର ୭ ଶହ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ତେବେ ଆଜି ଏହି ସଂଖ୍ୟା ଦ୍ୱିଗୁଣିତ ହେବ ପାଇଁ ଆମେ ଲକ୍ଷ୍ୟ ରଖିଛୁ । ତେବେ ରାଜଧାନୀରେ କେବଳ ବିଦ୍ୟୁତ ସେବା ପୂର୍ବଭଳି ସ୍ୱାଭାବିକ କରିବା ପାଇଁ ୨୨ ଶହ କର୍ମଚାରୀ ବାହାର ରାଜ୍ୟରୁ ଆସି କାମ କରୁଛନ୍ତି । ଏହାସହ ରାସ୍ତା ଉପରେ ପଡିଥିବା ଗଛକୁ ସଫା କରିବା ପାଇଁ ୨୫ଟି ଗ୍ରୁପ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି । କେବଳ ଏତିକି ନୁହେଁ ବରଂ ପୋଲିସ କର୍ମଚାରୀଙ୍କ ସହାୟତା ମଧ୍ୟ ନିଆଯାଇଛି ।

କେବଳ  ଭୁବନେଶ୍ୱର ନୁହେଁ ବରଂ କଟକର କିଛି ଅଞ୍ଚଳରେ ୯୦ ପ୍ରତିଶତ ଓ ଅନ୍ୟ କିଛି ଅଞ୍ଚଳରେ ୩୦ ରୁ ୪୦ ପ୍ରତିଶତ ଲୋକଙ୍କୁ ବିଜୁଳି ଦିଆଯାଇଛି । ତେବେ ଆଜି ଆହୁରି ଅଧିକ ଲୋକଙ୍କ ପାଖରେ ବିଜୁଳି ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି ।  ପୁରୀରେ ମଧ୍ୟ ବିଜୁଳିକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ଚଳାଇଛି ବିଭାଗ । ପାଖାପାଖି ୨ ହଜାର କୁଶଳ କର୍ମଚାରୀଙ୍କୁ ସେଠାରେ ନିୟୋଜିତ କରାଯାଇଛି ।  ପ୍ରତି ସବଷ୍ଟେସନ ପାଇଁ ୪୦ ଜଣ ଅଧିକାରୀ ନିଯୁକ୍ତି କରାଯାଇଥିବା ସେସୁ ପକ୍ଷରୁ ସୂଚନା ମିଳିଛି । ତେବେ ବାତ୍ୟା ଫୋନି ପ୍ରଭାବରେ ବିଜୁଳି ବିଭାଗରେ ଅନେକ କ୍ଷତି ହୋଇଥିବାରୁ ସ୍ୱଳ୍ପ ସମୟ ଲାଗିବ ସବୁ ବ୍ୟବସ୍ଥାକୁ ପୁଣି ଥରେ ସ୍ୱାଭାବିକ କରିବା ପାଇଁ । ସେହି ସମୟ ପର୍ଯ୍ୟନ୍ତ ଲୋକମାନଙ୍କୁ ଅପେକ୍ଷା କରିବା ପାଇଁ ଅପିଲ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।