ରାତ୍ରିକାଳୀନ କର୍ଫ୍ୟୁ ଓ ସଟ୍‌ଡାଉନ୍‌ରେ କେଉଁ ସେବା ମିଳିବ

266

କନକ ବ୍ୟୁରୋ :  କରୋନା ପାଇଁ ନୂଆ ଗାଇଡଲାଇନ ଆଣିଛନ୍ତି ନୂଆ ସରକାର । ତେବେ ଜାଣନ୍ତୁ ଏହି ସମୟରେ କଣ ଖୋଲାରହିବ ଆଉ କଣ ବନ୍ଦ ରହିବ ?

କ’ଣ ଖୋଲା ରହିବ
ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ସେଲୁନ୍‌, ସ୍ପା, ବିୟୁଟି ପାର୍ଲର୍‌, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍‌, ପରିବହନ ବ୍ୟବସ୍ଥା ଚାଲୁ ରହିବ, ପେଟ୍ରୋଲ୍‌ ପମ୍ପ୍‌ ଓ ସିଏନ୍‌ଜି ଷ୍ଟେସନ୍‌, ବାହାର ରାଜ୍ୟରେ ଫସିଥିବା ଶ୍ରମିକ ‘ଶ୍ରମିକ ଟ୍ରେନ୍‌’ରେ ଫେରିପାରିବେ, ବିଦେଶରେ ଫସିଥିବା ବ୍ୟକ୍ତି ବି ବିମାନରେ ଆସିପାରିବେ

କ’ଣ ବନ୍ଦ ରହିବ
ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ପୂଜାସ୍ଥଳ, ଆନ୍ତର୍ଜାତିକ ଯାତ୍ରୀ ବିମାନ ଚଳାଚଳ, ସିନେମା ହଲ୍‌, ସୁଇମିଂ ପୁଲ୍‌, ବାର୍, ଆମୋଦ ପ୍ରମୋଦ ସ୍ଥଳ, ଥିଏଟର, ଅଡିଟୋରିୟମ୍‌, ସାମାଜିକ, ରାଜନୈତିକ ସଭା, ମନୋରଞ୍ଜନ, ସାଂସ୍କୃତିକ କାର୍ୟ୍ୟକ୍ରମ, ସ୍କୁଲ୍‌, କଲେଜ, ପ୍ରଶିକ୍ଷଣ କେନ୍ଦ୍ର, କୋଚିଂ ସେଣ୍ଟର, ଅଙ୍ଗନବାଡ଼ି କେନ୍ଦ୍ର

ରାତ୍ରିକାଳୀନ କର୍ଫ୍ୟୁ ଓ ସଟ୍‌ଡାଉନ୍‌ରେ କେଉଁ ସେବା ମିଳିବ
ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପୁଲିସ୍‌ ଓ ସରକାରୀ କର୍ମଚାରୀ କାର୍ଯ୍ୟକ୍ଷେତ୍ରକୁ ଯାଇପାରିବେ
ବିଦ୍ୟୁତ, ପାଣି, ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀଙ୍କୁ ଅନୁମତି ମିଳିବ
ଆଇଟି କମ୍ପାନିର କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାଇପାରିବେ
ସ୍ବାସ୍ଥ୍ୟଗତ କାରଣରୁ ଯେ କୌଣସି ବ୍ୟକ୍ତିଙ୍କୁ ଯିବାକୁ ଅନୁମତି ମିଳିବ
ଔଷଧ ଦୋକାନ କର୍ମଚାରୀ, ମାଲିକଙ୍କୁ ଯିବାକୁ ଦିଆଯିବ
ସମସ୍ତ ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାର୍ଯ୍ୟ ଚାଲୁ ରହିବ
ସାଧାରଣ ପରିବହନ ସେବା, ଘରୋଇ ଗାଡ଼ି, ଟାକ୍ସି (ଓଲା, ଉବେର) ଚାଲିବ
ଅଳ୍ପ କର୍ମଚାରୀ ସହ ହୋଟେଲ୍‌ ଓ ହସ୍ପିଟାଲଟି ୟୁନିଟ୍‌ଗୁଡ଼ିକ ଖୋଲିପାରିବେ
ଜାତୀୟ ଓ ରାଜ୍ୟ ରାଜପଥ କଡ଼ ଢାବା ଖୋଲା ରହିବ
ପ୍ରିଣ୍ଟ୍‌ ଓ ଇଲୋକ୍ଟ୍ରୋନିକ୍‌ସ୍‌ ଗଣମାଧ୍ୟମ ସଂସ୍ଥା ଖୋଲାରହିବ
ସକାଳ ୫ଟା ରୁ ୮ଟା ଯାଏ ଖବରକାଗଜ ବିତରଣ ହୋଇପାରିବ
ଏଟିଏମ୍‌, ଆର୍‌ବିଆଇ, କ୍ଲିୟରିଂ ହାଉସ ଖୋଲା ରହିବ
ଏଲ୍‌ପିଜି ଯୋଗାଣ ଚାଲୁ ରହିବ
ବାହାଘର ଓ ଅନ୍ତ୍ୟେଷ୍ଟିକ୍ରିୟାକୁ ଅନୁମତି ମିଳିବ
ଖାଦ୍ୟ, ରାସନ୍‌ ସାମଗ୍ରୀ, ପନିପରିବା ଆଦି ହୋମ୍‌ ଡେଲିଭରି ହୋଇପାରିବ
ଦୁଗ୍ଧ ଦୋକାନ ଖୋଲା ରହିବ
ରିଲାୟନ୍‌ସ୍‌ ଫ୍ରେସ୍‌, ବିଗ ବଜାର, ଚିଲିକା ଫ୍ରେସ୍‌ ଷ୍ଟୋର ଗୁଡ଼ିକ ହୋମ ଡେଲିଭରି
ସମସ୍ତ ପ୍ରକାର କୃଷି କାର୍ଯ୍ୟ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଆଦି କାର୍ଯ୍ୟକୁ ବାରଣ ନାହିଁ
ଆବଶ୍ୟକତା ଅନୁଯାୟୀ ଭୁବନେଶ୍ୱର-କଟକ ପୁଲିସ ପ୍ରଶାସନ କଟକଣା ଲଗାଇପାରିବେ