ମୋଦିଙ୍କ ରାସ୍ତାରେ ଶାହା ଚାଲିବେ ନା କର୍ମୀଙ୍କୁ ଆକ୍ରମଣର ଅସ୍ତ୍ର ଦେବେ! ଓଡିଶାକୁ ନେଇ କେଉଁ ଅଙ୍କ କଷୁଛନ୍ତି ବିଜେପି ଚାଣକ୍ୟ

Advertisment
ମୋଦିଙ୍କ ରାସ୍ତାରେ ଶାହା ଚାଲିବେ ନା କର୍ମୀଙ୍କୁ ଆକ୍ରମଣର ଅସ୍ତ୍ର ଦେବେ! ଓଡିଶାକୁ ନେଇ କେଉଁ ଅଙ୍କ କଷୁଛନ୍ତି ବିଜେପି ଚାଣକ୍ୟ

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପି ଚାଣକ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ନୂଆବର୍ଷରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଶାହା । ହିନ୍ଦୀ ଭାଷା ଅଞ୍ଚଳରେ ପଦ୍ମ ଝଡିଯିବା ପରେ ଏବେ ବିଜେପି ଫୋକସରେ ରହିଛି ଓଡିଶା । ହିନ୍ଦୀଭାଷୀ ରାଜ୍ୟର କ୍ଷତିପୂରଣର ଭରଣା ଓଡିଶା ସମେତ ପୂର୍ବ ଭାରତରେ କରିବାକୁ ଅଙ୍କ କଷିଛନ୍ତି ବିଜେପି ଷ୍ଟ୍ରାଟେଜିଷ୍ଟ ଅମିତ ଶାହା । ଆଉ ଏସବୁ ଭିତରେ  ଆସନ୍ତାକାଲି ସାଲେପୁର ଠାରେ ଉପକୂଳ ଓଡିଶାର ୪ ସଂସଦୀୟ କ୍ଷେତ୍ରର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବାକୁ ଆସୁଛନ୍ତି ଶାହା । ଅମିତଙ୍କ ଗସ୍ତକୁ ନେଇ ବିଜେପି ଶିବିରରେ ଉତ୍ସାହ ଖେଳିଛି ସତ କିନ୍ତୁ ସେ କଣ କହିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ରାଜ୍ୟ ସରକାରଙ୍କୁ ନେଇ ମୋଦିଙ୍କ ଭଳି ନରମ ରହିବେ ନା ଗରମ ହେବେ ନା ଦଳୀୟ କାର୍ଯ୍ୟକ୍ରମ କହି ପୂରା ଚୁପ୍ ରହିବେ ତାହା ଜାଣିବା ପାଇଁ ରାଜନୈତିକ ମହଲରେ ଉତ୍ସାହ ରହିଛି ।

publive-imageକାରଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ମାସ ମଧ୍ୟରେ ୩ଥର ଓଡିଶା ଗସ୍ତରେ ଆସିଥିଲେ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିବା ମଧ୍ୟରେ ସୀମିତ ରହିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ମୋଦି ବର୍ଷିଥିଲେ ମଧ୍ୟ ପୂର୍ବପେକ୍ଷା ତାଙ୍କ ସ୍ୱର ସେତିକି ଶାଣିତ ନଥିଲା । କହିବାକୁ  ଗଲେ କର୍ମୀଙ୍କୁ ଖୁସ୍ କରିବାକୁ କେବଳ ନବୀନଙ୍କ ବିରୋଧରେ ଶକ୍ତିହୀନ ତୀର ଛାଡିଥିଲେ ମୋଦି । ଯାହା ନବୀନ ସରକାରକୁ ତ କ୍ଷତି ପହଞ୍ଚାଇ ନଥିଲା ବରଂ ବିଜେପି ଶିବିରରେ ନୈରାଶ୍ୟ ଖେଳାଇଦେଇଥିଲା । ଆଉ ଏଭଳି ସମୟରେ ଦଳର ସେନାପତି ଓଡିଶା ଗସ୍ତରେ ଆସୁଛନ୍ତି । ତେଣୁ ଶାହା ନବୀନଙ୍କ ଉପରେ ବର୍ଷିବା ସହ କର୍ମୀଙ୍କ ମଧ୍ୟରେ ଜୋଶ ଭରିବେ ନା ମୋଦିଙ୍କର ରିପିଟ୍ କରିବେ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

amit saha criticized naveenଏହାପୂର୍ବରୁ ଓଡିଶା ଗସ୍ତ ସମୟରେ ଅମିତ ଶାହା ଅନେକବାର ନବୀନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏପରିକି ବିଜେଡି ସରକାରକୁ ପୋଡା ଟ୍ରାନ୍ସଫର୍ମର କହିବା ସହ ଏହାକୁ ୨୦୧୯ ନିର୍ବାଚନରେ ଉପାଡି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ କର୍ମୀ ମାନଙ୍କୁ ଆହ୍ନାନ ଦେଇଥିଲେ । ଆଉ ଏହାସହ ଓଡିଶାରେ ମିଶନ-୧୨୦ର ମଞ୍ଜି ମଧ୍ୟ ବୁଣିଥିଲେ । କିନ୍ତୁ ସମୟ ବଦଳିବା ସହ ବିଜେପିର ଆଭିମୁଖ୍ୟ ମଧ୍ୟ ବଦଳିଛି । ୨୦୧୯ ନିର୍ବାଚନ ବିଜେପି ପାଇଁ ସହଜ ହେବ ନାହିଁ ବୋଲି ସର୍ଭେ ରିପୋର୍ଟ କହୁଥିବା ବେଳେ ଆଞ୍ଚଳିକ ଦଳଙ୍କ ହାତରେ ଦିଲ୍ଲୀର ଚୌକିର ଚାବି ରହିବ ବୋଲି କୁହାଯାଉଛି । ତେଣୁ ସେହି ନ୍ୟାୟରେ ବିଜେଡିକୁ ଅସନ୍ତୁଷ୍ଟ କରିବାକୁ ବିଜେପି ଚାହୁଁନଥିବା ଚର୍ଚ୍ଚା ହେଉଛି । କାରଣ ଅନେକ ସହଯୋଗୀ ଦଳ ଏହା ମଧ୍ୟରେ ଏନଡିଏ ହାତ ଛାଡି ସାରିଛନ୍ତି । ତେଣୁ ବିଜେଡି ପ୍ରତି ଅମିତ ଶାହା ନରମ ହେବେ ନା ଗରମ ହେବେ ନା ମାପିଚୁପି ବୟାନ ଦେବେ ତାହା ଦିଲ୍ଲୀ ରାଜନୀତି ପାଇଁ ସଂକେତ ଦେବ ।

publive-imageଏହାଛଡା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଗସ୍ତ ସମୟରେ ବିଜେଡି-ବିଜେପି ମଧ୍ୟରେ ଭିତିରି ବୁଝାମଣା ରହିଥିବା କଥା କହିଥିଲେ । ତେଣୁ ଆସନ୍ତାକାଲି ଯଦି ରାଜ୍ୟ ସରକାରଙ୍କୁ ନେଇ ଅମିତ ଚୁପ୍ ରୁହନ୍ତି ତେବେ ରାହୁଲଙ୍କ ଅଭିଯୋଗ ସତ ବୋଲି ଏକ ବାର୍ତ୍ତା ସାଧାରଣ ଲୋକଙ୍କ ପାଖକୁ ଯିବ । ଏହାଦ୍ୱାରା ବିଜେପି ଶିବିରରେ ନୈରାଶ୍ୟ ତ ଖେଳିବ ତାଛଡା ବିଜେପି ଓଡିଶାରେ ଯେଉଁ ମିଶନ-୧୨୦ର ସ୍ୱପ୍ନ ଦେଖୁଛି ତାହା ମଧ୍ୟ ଅଧା ବାଟରେ ଅଟକିଯିବ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe