କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ରବିବାର ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ବିଭିନ୍ନ ରାଜନୈତିକ ଦଳ ଏବେ ନିଜ ସପକ୍ଷରେ ଜନମତ ସାଉଁଟିବା ପାଇଁ ପ୍ରମୁଖ ଅସ୍ତ୍ର ବାଛିବାରେ ଲାଗି ପଡ଼ିଛନ୍ତି। କେଉଁ ବିଷୟକୁ ପ୍ରାଧାନ୍ୟ ଦେଲେ ସାଧାରଣ ଜନତାଙ୍କ ମନ କିଣିହେବ ତାହା ଏବେ ସମସ୍ତଙ୍କ ପାଇଁ ପ୍ରମୁଖ ଆଲୋଚନାର ବିଷୟ ହୋଇଛି। ତେବେ ସାମ୍ପ୍ରତିକ ସ୍ଥିତିରେ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ସମସ୍ତେ ମନୋନିବେଶ କରିବାଟା ଥୟ। ସେହି ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ସାଧାରଣ ପାଠକ ମଧ୍ୟ ଜାଣିବା ପାଇଁ ଉତ୍ସୁକତାର ସହ ଚାହି ବସିଥିବେ ନିଶ୍ଚୟ। ଚୁମ୍ବକରେ ସେ ସବୁର ଆଲୋଚନା ହିଁ ପ୍ରକାଶଯୋଗ୍ୟ ମନେ କରାଯାଉଛି।
ଜାତୀୟ ସୁରକ୍ଷା:
୧୯୯୦ ନିର୍ବାଚନ ପରଠାରୁ ପ୍ରତି ନିର୍ବାଚନରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇ ଆସିଛି। ତେବେ ଚଳିତ ଥର ଏହା ସେତେଟା ପ୍ରାଧାନ୍ୟ ବହନ କରିନଥାନ୍ତା ଯଦି ଗତମାସର ପୁଲଵାମା ଆକ୍ରମଣରେ ୪୦ ଯବାନ ସହିଦ ହୋଇନଥାନ୍ତେ କି ପାକିସ୍ତାନର ବାଲାକୋଟରେ ପଶି ବାୟୁସେନା ଆତଙ୍କବାଦୀ ଶିବିର ଧ୍ବଂସ କରିନଥାନ୍ତା।
https://www.gulf-insider.comଆତଙ୍କବାଦ:
ବାଲାକୋଟ ଆକ୍ରମଣ ପାଇଁ ସରକାରୀ ବିଫଳତାକୁ ଦାୟୀ କରି ବିରୋଧୀ ଦଳଗୁଡ଼ିକ ଘେରିବାକୁ ଚାହୁଥିବା ବେଳେ ଉରି ଆକ୍ରମଣ ପରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ପୁଲଵାମା ଆକ୍ରମଣ ପରେ ବାୟୁସେନାର ବିମାନ ଆକ୍ରମଣକୁ ବିଜେପି ଅସ୍ତ୍ର କରିବ। ଜାତୀୟ ସୁରକ୍ଷା ସହ ସାଲିସ ନକରି ଦୃଢ଼ ପଦକ୍ଷେପ ନେବାରେ ମୋଦୀ ହିଁ ଦକ୍ଷ ନେତା ବୋଲି ଦଳ ପ୍ରତିପାଦନ କରିବ।
ମୁଦ୍ରାସ୍ଫୀତି:
ବିଗତ ଦିନରେ ଏହା ଏକ ନିର୍ବାଚନୀ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ମୋଦୀ ସରକାର ଏହାକୁ ଆଶାନୁରୂପ ନିୟନ୍ତ୍ରଣକୁ ଆଣିବା ସହ ଦୁର୍ନୀତି ରୋକିବାରେ ସଫଳ ହୋଇଛନ୍ତି। ତେବେ କିଛି ବିଶେଷଜ୍ଞଙ୍କ ମତରେ ଦରଦାମରେ ଦେଖାଦେଇଥିବା ସ୍ଥିରତା ପାଇଁ କୃଷି ଉତ୍ପାଦକୁ ବଳି ପକାଯାଇଛି। ସୁତରାଂ ସେଥି ପାଇଁ ଗ୍ରାମାଞ୍ଚଳରେ ସୃଷ୍ଟ ଅସ୍ଥିରତା ବିଜେପିକୁ ଅଡୁଆରେ ପକାଇପାରେ।
ଚାଷୀ ଅସନ୍ତୋଷ:
୨୦୧୪ରେ ମୋଦୀଙ୍କ ବିଶାଳ ବିଜୟ ପଛରେ ଗ୍ରାମାଞ୍ଚଳ ଚାଷୀମାନଙ୍କ ପ୍ରମୁଖ ଭୂମିକା ଥିଲା। ତେବେ ବିଗତ ୫ ବର୍ଷ ଭିତରେ କୃଷିକ୍ଷେତ୍ରରେ ଆଶାନୁରୂପ ଫଳ ମିଳିନଥିବାରୁ ଚାଷୀ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ତେବେ ଏହାକୁ ପ୍ରତିରୋଧ କରିବା ପାଇଁ ଗ୍ରାମାଞ୍ଚଳରେ ଶୌଚାଳୟ, ବିଦ୍ୟୁତୀକରଣ ପରି ବିଭିନ୍ନ ଯୋଜନା ମଧ୍ୟ ସରକାରୀ କଳ ପାଖରେ ରହିଥିବା ଆଲୋଚିତ ହେଉଛି।
ବିକାଶ:
ଯାହାକି ଦେଶ ପାଇଁ ନିହାତି ଆବଶ୍ୟକ । ବିକାଶର ନାରା ଦେଇ ସମସ୍ତ ରାଜନୈତିକ ଦଳମାନେ ଭାଟରଙ୍କୁ ଆକର୍ଷିତ କରିପାରନ୍ତି ।
ଧ୍ରୂବୀକରଣ:
ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଦେଶବାସୀ ଆଗରୁ କେବେ ଏପରି ଆପଣା ଛାଏଁ ଏକୀକୃତ ହେବା ଦେଖାଯାଇନଥିଲା। ୨୦୧୪ରେ କଂଗ୍ରେସର ସଂଖ୍ୟାଲଘୁ ପ୍ରୀତି ହିନ୍ଦୁ ଜାତୀୟତାବାଦୀ ବିଜେପିକୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ଏଥର ମଧ୍ୟ ଅନୁରୂପ ହାଵା ବହିବା ସମ୍ଭାବନା ଅଧିକ।
ଜାତିବାଦ:
ଦେଶ କେବେ ବି ଜାତିବାଦ ଉପରେ ଭରସା କରିନାହିଁ। ତେବେ ବିରୋଧୀ ଦଳଗୁଡ଼ିକ ମୁଖ୍ୟତଃ ଉତ୍ତପ୍ରଦେଶ ଓ ବିହାରରେ ଯାଦବ, ଦଳିତ ଏବଂ ମୁସଲିମ୍ ସମ୍ପ୍ରଦାୟଙ୍କୁ ହାତେଇ ବିଜେପିକୁ ହଟାଇବାକୁ ଚେଷ୍ଟା କରିବେ। ମାତ୍ର ଉଚ୍ଚବର୍ଗ ପାଇଁ ମୋଦୀଙ୍କ ୧୦ ପ୍ରତିଶତ ସଂରକ୍ଷଣ ଯୋଜନା ଭିନ୍ନ ଚିତ୍ର ଆଙ୍କିପାରେ।
ଦୁର୍ନୀତି:
ଦୁର୍ନୀତିକୁ ହଟାଇବା ପାଇଁ ମୋଦୀ ବଦ୍ଧପରିକର ବୋଲି ବିଶ୍ବାସ କରି ଦେଶବାସୀ ବିମୁଦ୍ରୀକରଣ ପରି ଅପ୍ରତ୍ୟାଶିତ କଷ୍ଟକୁ ଆପଣେଇନେଲେ। ଅପରପକ୍ଷେ, ଏ ଯାବତ୍ ମୋଦୀଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ସଫଳ ରହି ଆସିଥିଲା ବେଳେ ତାଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସଦ୍ୟ ଜାରି ରଖିଥିବା ରାଫେଲ ଦୁର୍ନୀତି ଆକ୍ରମଣ କେତେ କାମ ଦେବ ତାହା ସଂମୟ ହିଁ କହିବ।
ଜନ ମଙ୍ଗଳ ଯୋଜନା:
ମୋଦୀ ସରକାରଙ୍କ କାର୍ୟ୍ୟକାଳରେ ସ୍ବଚ୍ଛ ଭାରତ, ଉଜ୍ଜ୍ବଳା, ପ୍ରଧାନମନ୍ତ୍ରୀ କିଷାନ ଏବଂ ଆୟୁଷ୍ମାନ ଭାରତ ପରି ଅନେକ ଜନମଙ୍ଗଳ ଯୋଜନା ସାଧାରଣରେ ଲୋକପ୍ରିୟ ହୋଇପାରିଛି। ତେବେ ୨୦୧୮ ଶେଷ ଭାଗରେ କଂଗ୍ରେସ ଚାଷୀଋଣ ଛାଡ଼ ପରି ଯୋଜନା ଆଣି ବିଜେପି ଠାରୁ ତିନି ତିନିଟା ରାଜ୍ୟର ଶାସନ ଛଡ଼ାଇ ନେବାରେ ସଫଳ ହୋଇଛି। ତେଣୁ ଚଳିତ ସରକାରଙ୍କ ଠାରୁ ବିରୋଧୀ ଦଳ ପକ୍ଷରୁ ଆଉ ଉନ୍ନତ ଜନମଙ୍ଗଳ ଯୋଜନାର ପ୍ରତିଶ୍ରୁତି ମିଳିବାର ସମ୍ଭାବନା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/2019.jpg)
/kanak/media/post_attachments/wp-content/uploads/2019/02/farmers-AP-300x200.jpg)
/kanak/media/post_attachments/wp-content/uploads/2019/03/2A451F1D-3FC5-4438-A1DFB859DF8D3AEB_source-300x200.jpg)