ଫିକା ପଡିଲା ନୂଆ ବର୍ଷ । ଜାଣନ୍ତୁ, ଡିସେମ୍ବର ୩୧, ଜାନୁଆରୀ ୧ରେ କାହା ଉପରେ ଲାଗିଲା କଟକଣା?

Advertisment
ଫିକା ପଡିଲା ନୂଆ ବର୍ଷ । ଜାଣନ୍ତୁ, ଡିସେମ୍ବର ୩୧, ଜାନୁଆରୀ ୧ରେ କାହା ଉପରେ ଲାଗିଲା କଟକଣା?

କନକ ବ୍ୟୁରୋ : ଦିନକ ପରେ ୨୦୨୦ ମସିହା ବିଦାୟ ନେବ। ନୂଆବର୍ଷ ଆସିବାର ଦିନକ ପୂର୍ବରୁ ରାଜ୍ୟ ସରକାର ଜାନୁଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସାରା ରାଜ୍ୟରେ ଏଥର ଜିରୋ ନାଇଟ୍ ପାଳନ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକିବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ଏଥିପାଇଁ ଡିସେମ୍ବର ୩୧, ଜାନୁଆରୀ ୧ ତାରିଖରେ କଟକଣା ଜାରି ହୋଇଛି । କଟକଣା ଉଲ୍ଲଘଂନ କଲେ ମହାମାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଜାଣନ୍ତୁ କାହା ଉପରେ ଲାଗିଛି କଟକଣା ।
ସର୍ବସାଧାରଣ ସ୍ଥାନରେ ଗହଳି ହୋଇପାରିବ ନାହିଁ ।

ହୋଟେଲ ଓ ରେଷ୍ଟୁରାଣ୍ଟରେ ଗହଳି ଉପରେ କଟକଣା ।
କ୍ଲବ ଓ ପାର୍କରେ ମଧ୍ୟ ଭିଡରେ ଉପରେ କଟକଣା ଲଗାଇଲେ ସରକାର ।
କନଭେନସନ ହଲ ଓ କଲ୍ୟାଣ ମଣ୍ଡପେର ହେବନି ଗହଳି ।
ଜିରୋ ନାଇଟ ସେଲିବ୍ରେସନକୁ ମନା କଲେ ରାଜ୍ୟ ସରକାର ।

ସେହିପରି ରାଜ୍ୟରେ ଜାନୁଆରୀ ମାସ ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟରେ ଜାନୁଆରୀ ମାସରୁ ଖୋଲିବ ସିନେମା ହଲ । ଏହାସହ ଯାତ୍ରା ଚାଲିବ ନାହିଁ ସେନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି କହିଛନ୍ତି ସରକାର । ସେହିପରି ସ୍କୁଲ ଖୋଲିବା ନିଷ୍ପତ୍ତି ଗଣଶିକ୍ଷା ବିବାଗ ଉପରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe