କେରଳ ବିମାନ ଦୁର୍ଘଟଣାରେ ଚାଲିଛି ତଦନ୍ତ: ରନୱେ ବିପଦପୂର୍ଣ୍ଣ ବୋଲି ପୂର୍ବରୁ ଚେତାଇଥିଲେ ବିଶେଷଜ୍ଞ; ଏପଟେ ଡାକ୍ତରଖାନା ବେଡରୁ ଦୁର୍ଘଟଣାର ଲୋମ ଟାଙ୍କୁରା ଅନୁଭୂତି କହିଲେ ଗୁରୁତର ଯାତ୍ରୀ

2,709

କନକ ବ୍ୟୁରୋ: କେମିତି ହୋଇଥିଲା ଦୁର୍ଘଟଣା । ଲୋମ ଟାଙ୍କୁରା ଅନୁଭୁତି ବଖାଣିଛନ୍ତି ବିମାନ ଦୁର୍ଘଟଣାରେ ଗୁରୁତ ହୋଇଥିବା ଯାତ୍ରୀ । ଡାକ୍ତରଖାନାରେ ବେଡରୁ କହିଛନ୍ତି ଆକାଶରେ ଘଟିଥିବା ଅଘଟଣର କଥା । ପାଗ ପ୍ରତିକୁଳ ଥିଲା, ବର୍ଷା ସହ ଆକାଶରେ ମେଘ ଥିଲା । କୋଝିକୋଡ ବିମାନ ବନ୍ଦରରେ ବିମାନକୁ ଅବତରଣ କରାଇବାକୁ ପାଇଲଟ ଉଦ୍ୟମ କରୁଥିଲେ । ଠିକ୍ ସେହି ସମୟରେ ବିମାନ ଭିତରେ ସମସ୍ତେ ଦୋହଲିବାକୁ ଲାଗିଲା । ଏହାପରେ ଏକ ୩୦ ଫୁଟ ଖାଇରେ ଖସିପଡିଥିଲା ବିମାନ ।

ବନ୍ଦେ ଭାରତ ମିଶନ ଜରିଆରେ ଏୟାର ଇଣ୍ଡିଆର ଏକ୍ସପ୍ରେସ୍ ଆଇଏକ୍ସ ୧୩୪୪ ବିମାନଟି ୧୯୦ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସୁଥିଲା । ଏଥିରେ ୧୭୪ ଜଣ ଯାତ୍ରୀ, ୧୦ ଶିଶୁ, ୨ ପାଇଲଟ, ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ । କେରଳରେ ଗତକାଲି ପ୍ରବଳ ବର୍ଷା ହୋଇଥିଲା । ପାଗ ଖରାପ ଯୋଗୁଁ ଭିଜିବିଲିଟି କମି ଯାଇଥିଲା ।

କୋଝିକୋଡ୍ ବିମାନ ବନ୍ଦରର ରନ୍ ୱେର ଆକାର ଏକ ଟେବୁଲର ଶୀର୍ଷ ଅଂଚଳ ପରି । ଏଥିରେ ବିମାନ ଅବତରଣ ମଧ୍ୟ କଷ୍ଟକର କଥା । ପ୍ରତିକୂଳ ପାଗରେ ବିମାନ ଅବତରଣ ସମୟରେ ବିମାନର ଚକ ଖସି ଯିବାରୁ ନିୟନ୍ତ୍ରଣ ହରାଇ ଏକ ୩୦ ଫୁଟର ଖାଇରେ ପଡି ଯାଇଥିଲା । ଫଳରେ ବିମାନର ଆଗ ଭାଗ ଦୁଇ ଖଣ୍ଡ ହୋଇ ଯାଇଥିଲା । ବିମାନର ବ୍ଲାକ୍ ବକ୍ସ ଉଦ୍ଧାର ପରେ ଏଥିରୁ ବିମାନଟି କେତେ ଦୂର ହାର୍ଡ୍ ଲ୍ୟାଣ୍ଡିଂ କରିଛି ତାହା ସ୍ପଷ୍ଟ ହେବ ।

Comments are closed.