ମୁଁ ତାଙ୍କୁ ଦେଖା କରିପାରିବି, କୋଳାଗ୍ରତ କରିପାରିବି । କିନ୍ତୁ... ବରୁଣ ଗାନ୍ଧୀଙ୍କ କଂଗ୍ରେସରେ ପ୍ରବେଶ ନେଇ କଣ କହିଲେ ରାହୁଲ?

ମୁଁ ତାଙ୍କୁ ଦେଖା କରିପାରିବି, କୋଳାଗ୍ରତ କରିପାରିବି । କିନ୍ତୁ... ବରୁଣ ଗାନ୍ଧୀଙ୍କ କଂଗ୍ରେସରେ ପ୍ରବେଶ ନେଇ କଣ କହିଲେ ରାହୁଲ?

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ପଞ୍ଜାବର ହୋସିଆରପୁରରେ ପହଞ୍ଚିଛି । ରାହୁଲ ଏଠାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ବରୁଣ ଗାନ୍ଧୀଙ୍କ କଂଗ୍ରେସରେ ପ୍ରବେଶ ନେଇ ପ୍ରଶ୍ନ ପଚରାଯାଇଥିଲା ସେତେବେଳେ ସେ ଏହାର ଉତ୍ତର ରଖିଛନ୍ତି । ସେ କହିଛନ୍ତି, ମୁଁ ତାଙ୍କୁ ଦେଖାକରିପାରେ । ତାଙ୍କୁ କୋଳାଗ୍ରତ କରିପାରେ । କେବେ ମୋର ବିଚାରଧାରା ଏବଂ ତାଙ୍କର ବିଚାରଧାରା ଏକ ନୁହେଁ ।

ରାହୁଲ କହିଛନ୍ତି ସେ ବିଜେପିରେ ଅଛନ୍ତି । ସେ ଆମ ସହ ଚାଲିଲେ ତାଙ୍କୁ ଅନେକ ଅସୁବିଧାର ସାମ୍ନାକରିବାକୁ ପଡିବ । ମୋ ବିଚାରଧାରା ତାଙ୍କ ବିଚାରଧାରା ସହ ସମାନ ନୁହେଁ । ମୋର ବିଚାରଧାରା ଏହା ଯେ ମୋତେ ମାରିଦେଲେ ମଧ୍ୟ ମୁଁ ଆରଏସଏସର କାର୍ଯ୍ୟାଳୟକୁ କେବେ ଯିବି ନାହିଁ ।

ରାହୁଲ କହିଛନ୍ତି, ମୋ ପରିବାର ଅଛି, ତାର ଏକ ବିଚାରଧାରା ରହିଛି । ବରୁଣ ଗୋଟିଏ ସମୟରେ ସେହି ବିଚାରଧାରାକୁ ଆପଣେଇଥିଲେ । ତେଣୁ ତାକୁ ସ୍ୱୀକାର କରିପାରିବି ନାହିଁ । ମୁଁ ତାଙ୍କୁ ଭଲଭାବରେ ଦେଖାକରିପାରିବି । ତାଙ୍କୁ କୋଳାଗ୍ରତ କରିପାରିବି । ତେବେ ତାଙ୍କ ବିଚାରଧାରାକୁ ସ୍ୱାଗତ କରିପାରିବି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe