ସରକାରୀ କ୍ୱାର୍ଟର ଭଙ୍ଗା ଘଟଣାରେ ମୁହଁ ଖୋଲିଲେ ପ୍ରଣବ ଦାଶ । କହିଲେ, ଯେପରି ପାଇଥିଲେ ସେପରି ଫେରାଇବେ କ୍ୱାର୍ଟର ।

2,234

କନକ ବ୍ୟୁରୋ: ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟର ଭଙ୍ଗା ଘଟଣାରେ ମୁହଁ ଖୋଲିଲେ ପ୍ରଣବ ପ୍ରକାଶ ଦାଶ । ବିଜେଡିର ସାଂଗଠନିକ ସମ୍ପାଦକ ତଥା ପୂର୍ବତନ ବିଧାୟକ କହିଛନ୍ତି, ୧୫ ତାରିଖ ଯାଏଁ ଏହି କ୍ୱାର୍ଟର ତାଙ୍କ ପାଖରେ ରହିଛି । ସେ ଯେପରି କ୍ୱାର୍ଟର ପାଇଥିଲେ ସେହିପରି ଫେରାଇବେ । ଏହା ତାଙ୍କର ଦାୟିତ୍ୱ । ତେଣୁ କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଅଣାଯିବ ପାଇଁ ଭଙ୍ଗ।। ହେଉଛି ବୋଲି ଜଣାପଡିଛି । ବବି ଦାଶ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ । ଦଳୀୟ କାମ ପାଇଁ ଅନେକ ଲୋକ ସରକାରୀ କ୍ୱାର୍ଟରକୁ ଆସୁଥିଲେ । ତେଣୁ ଆବଶ୍ୟକ ଅନୁମତି ଅନୁଯାୟୀ କ୍ୱାର୍ଟର ଭିତରେ ଘର ବଢାଇଥିଲେ । ଏବେ ପ୍ରଣବଙ୍କ କ୍ୱାର୍ଟର ଗେଟରେ ତାଲା ପଡିଛି । ଭିତରେ କିଛି ଶ୍ରମିକ ଘର ଭାଙ୍ଗୁଛନ୍ତି ।