କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ଏବେ ଅବସର ନେବେନି ଧୋନୀ, ୧୫ ଜଣିଆ ଦଳରେ ରହିବେ ମାହି ହେଲେ ଚୂଡାନ୍ତ ଏକାଦଶରେ ମିଳିବନି ସ୍ଥାନ

ପନ୍ଥଙ୍କୁ ପ୍ରସ୍ତୁତ କଲାପରେ କ୍ରିକେଟକୁ କରିବେ ଅଲବିଦା

1,669

କନକ ବ୍ୟୁରୋ: ଏବେ ଅବସର ନେବେନି ଧୋନୀ । ଟିମଇଣ୍ଡିଆ ସହିତ ରହିବେ । ୧୫ ଜଣିଆ ଭାରତୀୟ ଦଳରେ ରହିବେ । ହେଲେ ୧୧ ଜଣିଆ ଟିମରେ କିନ୍ତୁ ସ୍ଥାନ ପାଇବେନି । ଏନେଇ ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପରି ଏକ ଖବର ଧୋନୀଙ୍କ ଫ୍ୟାନଙ୍କ ପାଇଁ ବଡ ଖୁସି ଖବର ଆଣିଛି । ଧୋନୀ ୧୧ ଜଣିଆ ଦଳରେ ନରହିଲେ ୱିକେଟ୍ କିପର ଭାବେ ପ୍ରଥମ ପସନ୍ଦ ହେବେ ରିସଭ୍ ପନ୍ଥ ।

ତେବେ ଟିମଇଣ୍ଡିଆ ସହିତ ରହି ଆଗାମୀ ବିଶ୍ୱକପ୍ ପାଇଁ ରିସଭ ପନ୍ଥଙ୍କୁ ପ୍ରସ୍ତୁତ କରିବା ସହ ଦଳକୁ ମାର୍ଗଦର୍ଶନ କରିବେ ଧୋନୀ । ରିସଭ୍ ପୁରା ପ୍ରସ୍ତୁତ ହୋଇଗଲା ପରେ ସେ ଅବସର ଗ୍ରହଣ କରିବେ । ବିଶ୍ୱକପ୍ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରଠାରୁ ଦଳରୁ ଧୋନୀଙ୍କ ଅବସର ନେଇ ଜୋର ଧରିଥିଲା ଚର୍ଚ୍ଚା ।

ଅନେକ ଚର୍ଚ୍ଚା ଆଲୋଚନା ଭିତରେ ବିସିସିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଧୋନୀ ଦଳ ସହିତ ରହିବେ । ତେଣୁ ଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ବେଳେ ଧୋନୀ ସଂଭାବ୍ୟ ଦଳରେ ସ୍ଥାନ ପାଇବା ନେଇ ଆଶା କରାଯାଉଛି । ଚେନ୍ନାଇ ସୁପରକିଙ୍ଗସ ସହିତ ଧୋନୀଙ୍କ ଚୁକ୍ତି ଆହୁରି ୨ ବର୍ଷ ରହିଥିବାରୁ , ଟିମଇଣ୍ଡିଆ ସହିତ ଧୋନୀ ଆହୁରି ୨ ବର୍ଷ ରହିପାରନ୍ତି ବୋଲି ଅନୁମାନ କରାଯାଉଛି ।