କନକ ବ୍ୟୁରୋ : ଦିନକୁ ଦିନ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଦଳ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଅନେକ ସମୟରେ ସରକାରଙ୍କୁ ହରଣ ଘଣାରେ ପକାଇବାକୁ କଂଗ୍ରେସ  ଉଦ୍ୟମ କରୁଥିବା ବେଳେ ବର୍ତମାନ ସମୟରେ ବିଜେପି ଟାର୍ଗେଟରେ କଂଗ୍ରେସ ରହିଛି । ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ଉଜୟନଠାରେ ଥିବା ମହାକାଳେଶ୍ୱର ମନ୍ଦିର ଗସ୍ତ କରିଥିବା ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଭାରତୀୟ ଜନତା ପାଟି(ବିଜେପି)ର ମୁଖପାତ୍ର ସମ୍ବିତ ପାତ୍ର। ସମ୍ବିତ ସମାଲୋଚନା କରି କହିଛନ୍ତି କି ରାହୁଲ ଯଦି କାନ୍ଧରେ ପଇତା ପିନ୍ଧୁଛନ୍ତି ତାହାଲେ ତାଙ୍କ ଗୋତ୍ର କ’ଣ? ଏହା ବ୍ୟତୀତ ସେ କେଉଁ ଧରଣର ପଇତା ପରିଧାନ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ସେ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଦଳରୁ ବହିଷ୍କୃତ କରାଯିବା ଉଚିତ ବୋଲି ମତ ରଖିଥିଲେ। 

Advertisment

publive-imageଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ମାସରୁ ରାହୁଲ ଗାନ୍ଧୀ ନିଜକୁ ଜଣେ ଶିବ ଭକ୍ତ ବୋଲି ପରିଚୟ ଦେଇ ଆସୁଛନ୍ତି। ସେ ରାଜନୀତିରେ ଜିତିବା ପାଇଁ ଶିବଙ୍କ ଅରାଧନା କରୁଛନ୍ତି ବୋଲି କହି ବିଜେପି ପୂର୍ବରୁ ଅନେକ ଥର ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ଆସୁଥିବା ଦେଖିବାକୁ ମିଳିଛି। ତେବେ ଆଗାକୁ ସାଧାରଣ ନିର୍ବାଚନ ଥିବାରୁ କିପରି ଭାବରେ ଜନସାଧାରଣଙ୍କ ନିକଟତର ହେବେ ସେନେଇ ସମସ୍ତ ରାଜନୈତିକ ଦଳ ଗଣମାଧ୍ୟମରେ ରହିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କର ଏପରି ପ୍ରଶ୍ନରେ କଂଗ୍ରେସ ଦଳର ବର୍ତମାନ ସମୟରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।