ଫେସବୁକରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଟାର୍ଗେଟ କଲେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା : ଲେଖିଲେ, ସୋସିଆଲ ମିଡିଆରେ ଆପତିଜନକ ଭାବେ ତାଙ୍କୁ ଟ୍ରୋଲ କରୁଛନ୍ତି ବର୍ଷାଙ୍କ ପ୍ରଶଂସକ

ପୁଲିସରେ କରିବେ ଅଭିଯୋଗ

209

କନକ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତି ବାନ୍ଧବୀ ଜାଗ୍ରତି ଶୁକ୍ଳା ଫେସବୁକ୍ ଏକ ପୋଷ୍ଟ ଅପଲୋଡ କରି ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରିଛନ୍ତି । ଜାଗ୍ରତି ଲେଖିଛନ୍ତି, ସେ ଅନୁଭବଙ୍କ ଜଣେ ବନ୍ଧୁ ଏବଂ ଅନୁଭବଙ୍କ ସହ ତାଙ୍କର ବୃତ୍ତିଗତ ସମ୍ପର୍କ ରହିଛି । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଥିବା ନେଇ ସେ ଏହି ଲେଖା ଲେଖିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନିନ୍ଦା ଜନକ , ଆପତିଜନକ ଓ ଅଶାଳିନ ଭାବରେ ଟ୍ରୋଲ କରାଯାଉଛି । ସେଥିପାଇଁ ସେ ଏହି ପୋଷ୍ଟ କରିଛନ୍ତି ବୋଲି ଲେଖିଛନ୍ତି ।

ସୋସିଆଲ ମିଡିଆରେ ସମାଲୋଚନା ବା କୁତ୍ସାରଟନାକୁ ଟ୍ରୋଲ ବୋଲି କୁହାଯାଏ । ତାଙ୍କୁ ଏଭଳି ଟ୍ରୋଲ କରିବା ପଛରେ ବର୍ଷାଙ୍କ ପ୍ରଶଂସକ ଅଛନ୍ତି ବୋଲି ସେ ସିଧାସଳଖ ଆରୋପ ଆଣିଛନ୍ତି । ଏବଂ ସେମାନେ ତାଙ୍କର ଚରିତ୍ର ସଂହାର କରୁଛନ୍ତି ବୋଲି ଲେଖିଛନ୍ତି । ଏଥିପାଇଁ ସେ ପୁଲିସରେ ଅଭିଯୋଗ କରିବେ ଏବଂ ଏହା ପଛରେ କିଏ ଅଛି ତାହା ବାହାର କରିବା ପାଇଁ ଚେଷ୍ଟା କରିବେ । ଜାଣିଶୁଣି ସଂଗଠିତ ଭାବରେ ଏସବୁ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର, ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଜାତୀୟ ମହିଳା କମିଶନ ଏବିଷୟରେ ଅନୁସନ୍ଧାନ କରିବା ଦରକାର ବୋଲି ସେ ଲେଖିଛନ୍ତି ।

ବର୍ଷା କିମ୍ବା ଯିଏ ବି ହୁଅନ୍ତୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି । ଜାଗ୍ରତି ଲୋକସଭା ଟିଭିରେ ଉପସ୍ଥାପିକା ଅଛନ୍ତି । କିଛି ଦିନ ପୂର୍ବରୁ ଅନୁଭବ ମହାନ୍ତି ଜାଗ୍ରତିଙ୍କ ସହ ଏକ ଫଟୋ ଅପଲୋଡ କରିଥିଲେ । ଫଟୋରେ ତାଙ୍କ ଓକିଲ ମଧ୍ୟ ଥିଲେ । ଏଥିରେ ଜାଗ୍ରତି ତାଙ୍କର ଭଲ ବନ୍ଧୁ ବୋଲି ଲେଖିଥିଲେ ଅନୁଭବ । ଏବେ ପତ୍ନୀ ବର୍ଷାଙ୍କ ସହ ତାଙ୍କର ବିବାଦ ଚାଲିଥିବା ଓ କୋର୍ଟରେ ବିବାହ ବିଛେଦ ନେଇ ମାମଲା ଚାଲିଥିବାରୁ ଜାଗ୍ରତିଙ୍କ ସହ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।