କାଲି ରାଜସ୍ଥାନ ବାହାରିବେ ଭିକ୍କି-କ୍ୟାଟ୍ । କ’ଣ ରହିଛି ପ୍ରି-ୱେଡିଙ୍ଗ ଥିମ୍?

136

କନକ ବ୍ୟୁରୋ: ଟିଭି ହେଉ କି ଇଣ୍ଟରନେଟ୍ ସବୁ ସୋସିଆଲ ମିଡିଆରେ ଏବେ ଗୋଟିଏ ବଲିଉଡ ଯୋଡିଙ୍କ ବିବାହକୁ ନେଇ ଖବର । ଏବେ ଆଉ ଏକ ମଜାଦାର ଖବର ଆସିଛି । ୬ ତାରିଖରେ ରାଜସ୍ଥାନ ଅଭିମୁଖେ ବାହାରିବେ ଭିକ୍କି ଓ କ୍ୟାଟ୍ରିନା । ସେଠାରେ ୭ ରୁ ଆରମ୍ଭ ହେବ ବିବାହ ପୂର୍ବର ରଙ୍ଗରଙ୍ଗ କାର୍ଯ୍ୟକ୍ରମ । ତେବେ କ’ଣ ରହିଛି କାର୍ଯ୍ୟକ୍ରମ …

ରାଜସ୍ଥାନ ସିକ୍ସ ସେନ୍ସେସ୍ ହୋଟେଲରେ ଭିକ୍କି-କ୍ୟାଟଙ୍କ ବିବାହ ଏବଂ ବିବାହ ପୂର୍ବରୁ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସରିଛି । ଦୁହେଁ ପୁରା ଯୋଜନା କରି ସଙ୍ଗୀତ, ମେହେନ୍ଦୀ ଓ ବିବାହ ପାଇଁ ଥିମ୍ ପ୍ରସ୍ତୁତ କରିସାରିଛନ୍ତି । ଦୁହେଁ ୱେଡିଙ୍ଗ ପ୍ଲାନର୍ସଙ୍କ ସହ ଅନେକ ଥର ମିଟିଙ୍ଗ କରିସାରିଛନ୍ତି ।

ବଲିଉଡରେ ଏବର୍ଷ ସବୁଠୁ ଚର୍ଚ୍ଚିତ ବିବାହ ହେବାକୁ ଯାଉଛି ଡିସେମ୍ବର ୯ ତାରିଖରେ । ହେଲେ ଏହା ପୂର୍ବରୁ କ’ଣ ସବୁ କାର୍ଯ୍ୟକ୍ରମ ହେବ ତା’ ଚାରିପଟେ ଘୁରିବୁଲୁଛି ଖବର । ରାଜସ୍ଥାନ ସିକ୍ସ ସେନ୍ସ ହୋଟେଲରେ ହେବାକୁ ଥିବା ରୋୟାଲ ୱେଡିଙ୍ଗକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ଦୁହେଁ ଏବେ ପ୍ରି-ୱେଡିଙ୍ଗ କାର୍ଯ୍ୟକ୍ରମ ପାଇଁ ବ୍ୟସ୍ତ । ଏପରି ରହିଛି ପ୍ରି-ୱେଡିଙ୍ଗ ଥିମ୍ ।
‘ଇଣ୍ଡିଆ ଟୁଡେ’ ରିପୋର୍ଟ ମୁତାବକ, ଭିକ୍କ୍ି- କ୍ୟାଟଙ୍କ ମେହେନ୍ଦି ଥିମ୍ ଗୋଲ୍ଡେନ୍, ହ୍ୱାଇଟ୍, ବିଜ୍ ଓ ଆଇଭରୀ ଥିବାବେଳେ ସଙ୍ଗୀତର ଥିମ୍ ରହିଛି ବ୍ଲିଙ୍ଗ୍ । ଏହି ଅବସରରେ ବର, କନ୍ୟା ଓ ଅନ୍ୟ ବଲିଉଡ ସେଲିବ୍ରିିଟି ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ବିବାହ ପାଇଁ ଥିମ୍ କଲର ରହିଛି ପ୍ୟାଷ୍ଟେଲ ସରବେଟ୍ ଭଳି କମ୍ବିନେସନ୍ ।

ବିବାହ ପୂର୍ବରୁ ଦୁହେଁ କୋର୍ଟ ମ୍ୟାରେଜ କରିସାରିଛନ୍ତି । ଏଥିରେ ଦୁହିଁଙ୍କ ପରିବାର ବର୍ଗଙ୍କ ସହ ଅନ୍ୟ ୩ଜଣ ସାକ୍ଷୀ ଉପସ୍ଥିତ ଥିଲେ ।