କନକ ବ୍ୟୁରୋ : ପ୍ରାର୍ଥୀଙ୍କ ସତ୍ୟପାଠ ଅନୁସାରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ସବୁଠୁ ଧନୀ ପ୍ରାର୍ଥୀ  । ତାଙ୍କର ନିଜସ୍ୱ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୪.୩୩ କୋଟି ଟଙ୍କା । ଏଥିରୁ ତାଙ୍କ ପାଖରେ ନଗଦ ୫୦ ହଜାର ଟଙ୍କା ରହିଛି । ୫୦ ଗ୍ରାମ୍ ସୁନା ଅଳଙ୍କାର ଯାହାର ମୂଲ୍ୟ ୨.୫୦ ଲକ୍ଷ ଟଙ୍କା ହେବ । ସ୍ଥାବର ସମ୍ପତ୍ତିରେ ତାଙ୍କର ପାଇକମାଳ ମାଣ୍ଡୋସିଲରେ ଗୋଟିଏ ଏକର ଚାଷ ଜମି ରହିଛି, ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା । ତାଙ୍କ ବାସଭବନର ବର୍ତ୍ତମାନ ବଜାର ମୂଲ୍ୟ ୪ କୋଟି ୧୦ ଲକ୍ଷ ଟଙ୍କା ହେବ । ତାଙ୍କ ପଛକୁ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତି ମିଶାଇଲେ ୧.୦୨ କୋଟି ହେବ ।

Advertisment

ବର୍ଷାଙ୍କ ପାଖରେ ନଗଦ ୨୦ ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କରେ ୧୭ ଲକ୍ଷ ଟଙ୍କାର ଜମା ରହିଛି । ଏହା ବାଦ୍ ୧୫ଲକ୍ଷ ଟଙ୍କାର ବୀମା ପଲିସି ରହିଛି । ୧.୩୪ ଲକ୍ଷ ଟଙ୍କାର ସୁନା ଏବଂ ୬୦ ହଜାର ଟଙ୍କାର ରୂପା ଗହଣା ତାଙ୍କ ପାଖରେ ଅଛି । ତାଙ୍କ ନାମରେ ପାଖାପାଖି ୧୮ଏକର ଚାଷଜମି ରହିଛି । ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୯୦ ଲକ୍ଷ ହେବ । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତି ମିଶାଇଲେ ୯୯.୬୭ ଲକ୍ଷ ହେବ । ଏଥିରୁ ୫୫.୬୭ ଲକ୍ଷ ଅସ୍ଥାବର ଏବଂ ୪୪ ଲକ୍ଷ ଟଙ୍କାର ସ୍ଥାବର ସମ୍ପତି ରହିଛି । ତାଙ୍କ ପାଖରେ ନଗଦ ୩ଲକ୍ଷ ଟଙ୍କା ୫ଲକ୍ଷ ଟଙ୍କାର ବୀମା, ୧୦ଲକ୍ଷ ଟଙ୍କାର ଗାଡ଼ି, ୪୮ହଜାର ଟଙ୍କାର ସୁନା ଅଳଙ୍କାର, ୭.୪୭ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି ।