କନକ ବ୍ୟୁରୋ : ପଳାଶୁଣିରେ ଶ୍ୱଶୁରଙ୍କୁ ଶୌଚାଳୟରେ ବନ୍ଦୀ ରଖିବା ମାମଲା । ସମ୍ପତ୍ତି କଳିର ସତକଥା ବଖାଣିଲେ ବୋହୂ । ଶ୍ୱଶୁର କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଶ୍ୱଶୁରଙ୍କୁ ଦେଖିଲେ ୮ ଦିନ ବନ୍ଦୀ ଥିବାପରି ଜଣାପଡୁଛି କି ? ବିବାହ ପରେ ଶ୍ୱଶୁର ଓ ଦିଅର ମୋତେ ନିର୍ଯାତନା ଦେଉଥିଲେ । ମୋ ପ୍ରତି ଶ୍ୱଶୁର ଖରାପ ନଜରରେ ଦେଖୁଥିଲେ । ପାଗଳ ପୁଅକୁ ବିବାହ କରେଇବାକୁ ଚାହୁଁଥିଲେ ଶ୍ୱଶୁର । ଥାନାରେ ଅଭିଯୋଗ ପରେ ଜେଲରେ ଶ୍ୱଶୁର ଥିଲେ । ୨୦୧୮ରେ ଜେଲରେ ୨୨ଦିନ ରହିଥିଲେ ଶ୍ୱଶୁର । ତାଙ୍କୁ କେହି ଜେଲରୁ ନଆଣିବାରୁ ଆମେ ତାଙ୍କୁ ଆଣିଥିଲୁ । ଶ୍ୱଶୁର ଏସିଡ୍ ଫିଙ୍ଗି ଦେବାରୁ ମୋ ଗୋଡରେ ପଡିଛି । ମୁଁ ଗତ ୩ବର୍ଷ ହେଲା ସେ ଘରେ ନ ରହି ଭଡା ଘରେ ରହିଥିଲୁ । ଘରେ ଭଡାଥିବା ଲୋକଙ୍କ ପ୍ରତି ମଧ୍ୟ ଅସଦାଚରଣ କରିଥିଲେ । ଘର ବିକ୍ରି କରିବାକୁ ଚାହୁଁଥିଲେ ଶ୍ୱଶୁର ।
ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନବଘନଙ୍କ ଝିଅ ସୌଦାମିନୀ ସେଠୀ । ବାପା ଓ ଭାଇଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ମିଥ୍ୟା । ବାପାଙ୍କୁ ଘରେ ବନ୍ଦ କରି ରଖିଥିଲେ । ଆମେ ପହଞ୍ଚିବା ପରେ ବି ଅଧଘଣ୍ଟା ଧରି କବାଟ ଖୋଲିନଥିଲେ । ଆମେ ଚାହୁଁ ବାପା ଯେଉଁଠି ରୁହନ୍ତୁ ଭଲରେ ରୁହନ୍ତୁ । ବାପାଙ୍କ ଠାରୁ କୌଣସି ସମ୍ପତ୍ତି ଆମେ ଚାହୁଁନୁ । ବାପା କେବେ ଲୋଲୁପ ଦୃଷ୍ଟି ରଖିବା ମିଛକଥା । ଗାଁରେ ଥିବା ଜାଗାରେ ଘର କରିବାକୁ ବାପା ଚାହୁଁଛନ୍ତି । ବାପା ସେଥିପାଇଁ ପଳାଶୁଣି ଘର ବିକ୍ରି କରିବାକୁ ଚାହୁଁଛନ୍ତି । ତେବେ କିଏ କହୁଛି ସତ । ଏ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଉଭୟ ଉଭୟଙ୍କ ଉପରେ ଆରୋପ ଲଗାଉଛନ୍ତି ।