କନକ ବ୍ୟୁରୋ: ୨ ହଜାର ଟଙ୍କା ବଦଳ ପାଇଁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଆଜି ବି ଭିଡ ଦେଖିବାକୁ ମିଳିଛି । ଆଉ ବଦଳ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି ଇଡି ଓ ଇଓଡବ୍ଲୁ । ସିସିଟିଭି ଫୁଟଜେ ବି ନେଇଛି ତଦନ୍ତକାରୀ ସଂସ୍ଥା । ଟଙ୍କା କାହାର ତାକୁ ନେଇ ବଢିଛି ସନ୍ଦେହ । ଏହା ପଛରେ କଳାଧନ ଜମାକାରୀଙ୍କ ହାତ ଥିବା ଅନୁମାନ କରିଛନ୍ତି ନେତା ।

Advertisment

ପୂର୍ବ ତିନି ଦିନ ଭଳି ଆଜି ବି ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା ଲୋକଙ୍କ ଗହଳି । ଲାଗିଥିଲା ଲମ୍ବା ଲାଇନ୍ । ୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସମସ୍ତେ ଧାଡିରେ ଛିଡା ହୋଇ ଅପେକ୍ଷା କରିଥିଲେ । ତେବେ ଏମାନଙ୍କ ପାଖରେ ଏତେ ୨ହଜାର ଟଙ୍କିଆ ନୋଟ ୍କେଉଁଠୁ ଆସିଲା ବିବାଦ ଭିତରେ ସନ୍ଦେହକୁ ବଢ଼ାଇ ଦେଇଛି, ।

୨ହଜାର ଟଙ୍କିଆକୁ ନେଇ ବିବାଦ ଭିତରେ ନୋଟ୍ ବଦଳ କରୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିଛି ଇଡି ଓ ଇଓଡବ୍ଲୁ । କିଏ କେତେଥର ଟଙ୍କା ବଦଳ କରିଛନ୍ତି ସେହି ତଥ୍ୟ ରିଜର୍ଭ ବ୍ୟାଙ୍କ ଠାରୁ ସଂଗ୍ରହ କରିଛନ୍ତି ତଦନ୍ତକାରୀ ସଂସ୍ଥା । ଏହାସହ ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଛି ତଦନ୍ତକାରୀ ସଂସ୍ଥା ।

ଅଚାନକ ଏତେ ସଂଖ୍ୟାରେ ଆରବିଆଇରେ ପହଁଚି ୨ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ନେଇ ରାଜନୈତିକ ଦଳର ନେତାମାନେ ସନ୍ଦେହ ପ୍ରକଟ କରିଛନ୍ତି । ଏହା ପଛରେ କଳାଧନ ଜମାକାରୀଙ୍କ ହାତ ଥିବା କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଏହି ୨ହଜାର ଟଙ୍କିଆ ବଦଳ ପଛରେ କିଏ? କେବେ ପଦାକୁ ଆସିବ ନୋଟ୍ ବଦଳ ପଛର ଅସଲ କାହାଣୀ?