କ’ଣ ରହିଛି ଋଷ-ୟୁକ୍ରେନ୍ ବିବାଦ? କାହିଁକି ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ପରିସ୍ଥିତି । ଜାଣନ୍ତୁ, ପୂରା ଘଟଣା…

219

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଛି । ଦୁଇ ଦେଶର ସେନା ସୀମାରେ ମୁତୟନ ହୋଇ ରହିଛି । ଗତ ବର୍ଷ ଅକ୍ଟୋବର ମାସରୁ ୟୁକ୍ରେନ୍ ସୀମାରେ ଋଷ ଯୁଦ୍ଧାସ୍ତ୍ର ଠୁଳ କରୁଥିବା ସାଟେଲାଇଟ୍ ଇମେଜ୍ରେ ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁକ୍ରେନ୍ ସମେତ ୟୁରୋପୀୟ ସଂଘ ଏବଂ ଆମେରିକା ମଧ୍ୟ ଆପତି କରି ଆସୁଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କହିଛନ୍ତି, ଋଷ ଯୁଦ୍ଧ ପାଇଁ ଆଦୌ ଚିନ୍ତା କରୁ ନାହିଁ । ତଥାପି କାହିଁକି ୟୁକ୍ରେନ୍ ସୀମାରେ ସୈନ୍ୟବଳ ବଢାଉଛି ଋଷ ତାହା ସଭିଁଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ।

ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ବହୁ ପୁରୁଣା । ଏ ସମସ୍ୟା ସେସମୟର ଯେତେବେଳେ ଫିନଲ୍ୟାଣ୍ଡ, ଲାତବିଆ, ପୋଲାଣ୍ଡ, ୟୁକ୍ରେନ୍ ଓ ବେଲାରୁଷ ଭଳି ଦେଶ ଋଷ ସାମ୍ରାଜ୍ୟ ଅଧିନରେ ଥିଲେ ।

– ୧୯୧୮ରେ ୟୁକ୍ରେନ୍ ସ୍ୱାଧିନତାର ଘୋଷଣା କଲା, ହେଲେ ସତ୍ତାକୁ ନେଇ ଟଣାଓଟରା ଭିତରେ ସେଠାରେ ଗୃହଯୁଦ୍ଧ ଆରମ୍ଭ ହୋଇଗଲା
– ୟୁକ୍ରେନ୍ରେ ଗୃହଯୁଦ୍ଧ ସମସ୍ୟା ଲାଗି ରହିଥିବାବେଳେ ଦେଶର ଏକ ତୃତୀୟାଂଶ ଭାଗ ତତ୍କାଳୀନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ଲେଲିନ୍ଙ୍କ ଲାଲ ସେନା ଅକ୍ତିଆର କରିନେଲା
– ୧୯୨୧ରେ ୟୁକ୍ରେନ୍ ସୋବିଏଲ ସ୍ପେଶାଲିଷ୍ଟ ରିପବ୍ଲିକାନର ସ୍ଥାପନା କରାଗଲା
– ୧୯୨୨ ଡିସେମ୍ବରରେ ୟୁକ୍ରେନ୍ ସୋବିଏତ ୟୁନିଅନର ସଂସ୍ଥାପକ ସଦସ୍ୟ ହୋଇଗଲା
– ୟୁକ୍ରେନ୍ରେ ସୋବିଏତ ସଂଘରୁ ସ୍ୱାଧିନତା ପାଇଁ ବିଦ୍ରୋହ ତେଜିବାରେ ଲାଗିଲା
– ୧୯୫୪ରେ ୟୁକ୍ରେନ୍ରେ ବିଦ୍ରୋହକୁ ଦବାଇବା ପାଇଁ କ୍ରିମିଆକୁ ୟୁକ୍ରେନ୍ରେ ସାମିଲ କରାଗଲା
– କ୍ରିମିଆ, ୟୁକ୍ରେନ୍ ସହ ଯଡିତ ଥିବା ଏଭଳି ଏକ ରାଜ୍ୟ ଯେଉଁଠି ଋଷ ନାଗରୀକଙ୍କ ସଂଖ୍ୟା ଅଧିକ
– ୧୯୯୧ରେ ସୋଭିଏତ ସଂଘରୁ ମୁକ୍ତି ସହ ୟୁକ୍ରେନ୍ ନିଜ ସ୍ୱାଧିନତାର ଘୋଷଣା କଲା
ସୋଭିଏତ ସଂଘରୁ ସ୍ୱାଧିନତା ପାଇବା ପରେ ୟୁକ୍ରେନ୍ର ନାଗରୀକ ଓ ସେଠାକାର ନେତା ଦୁଇ ଭାଗରେ ବିଭକ୍ତ ହୋଇଗଲେ । ଯେଉଁଠି ଗୋଟିଏ ଭାଗ ୟୁରୋପୀୟ ୟୁନିଅନ ଓ ନାଟୋର ସମର୍ଥନ କଲେ ଆଉ ଗୋଟିଏ ଭାଗ ଋଷକୁ । ଆଉ ଏହି ପ୍ରକ୍ରିଆ ଆଜି ପର୍ଯ୍ୟନ୍ତ ବି ଜାରି ରିହଛି ।

ୟୁକ୍ରେନ୍ ସୀମାର ପଶ୍ଚିମପଟେ ରହିଛି ୟୁରୋପ ଓ ପୂର୍ବ ଭାଗରେ ରହିଛି ଋଷ । ସ୍ୱାଧିନତା ପରେ ୨୦୧୩ରେ ୟୁକ୍ରେନ୍ ପାଇଁ ବଡ ପରୀକ୍ଷାର ସମୟ ଥିଲା । ଯେତେବେଳେ ୟୁକ୍ରେନ୍କୁ ୟୁରୋପୀୟ ସଂଘ ଆଉ ଋଷ ମଧ୍ୟରୁ ଜଣଙ୍କୁ ବାଛିବାର ଥିଲା । ସେତେବେଳେ ୟୁକ୍ରେନର ରାଷ୍ଟ୍ରପତି ଥିବା ୱିକ୍ଟର ୟାନୁକୋୱିଚ୍ ୟୁରୋପୀୟ ସଂଘ ସହ ଆର୍ଥିକ ରାଜନୈତିକ ବୁଝାମଣା ନେଇ ଚୁକ୍ତି ସ୍ୱାକ୍ଷର କଲେ । ଆଉ ଏହାପରେ ଋଷ ସହ ୟୁକ୍ରେନ୍ର ଅସଲ ବିବାଦ ଆରମ୍ଭ ହେଲା ।

– କ୍ରିମିଆରେ ଋଷ ନାଗରୀକଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାରେ ୟୁକ୍ରେନ ସରକାର ବିରୋଧରେ ବିଦ୍ରୋହ ତେଜିବାରେ ଲାଗିଲା
– ୨୦୧୪ରେ ଋଷ ରାଷ୍ଟ୍ରପତି ପୁତିନ କ୍ରିମିଆକୁ ନିଜ ସେନା ପଠାଇ କବ୍ଚା କରିନେଲେ
– କ୍ରିମିଆରେ ବିଦ୍ରୋହ ନେଇ ଋଷକୁ ଦାୟୀ କଲା ୟୁକ୍ରେନ୍
– ଆଉ ରାଷ୍ଟ୍ରପତି ପୁତିନ୍ କହିଲେ ଋଷ ନାଗରିକଙ୍କ ସୁରକ୍ଷା ପାଇଁ ସେ ସେନା ପଠାଇଛନ୍ତି
– କ୍ରିମିଆ ୧୯୫୦ ଦଶକରେ ୟୁକ୍ରେନ୍ ସହ ଯୋଡି ହୋଇଥିବା ଋଷର ଏକ ଅଂଶ ଥିଲା

ଗତ ୭ ବର୍ଷ ଧରି କ୍ରିମିଆରେ ଗୃହଯୁଦ୍ଧ ଲାଗି ରହିଛି । ଯେଉଁଥିରେ ୧୪ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଥିବାବେଳେ ପାଖାପାଖି ୧୫ ଲକ୍ଷ ଲୋକ ବିସ୍ଥାପିତ ହୋଇସାରିଲେଣି । ଋଷର ବିରୋଧ ସତ୍ୱେ ନାଟୋ ମୁଖ୍ୟଙ୍କ ସାକ୍ଷାତ୍ କଲେ ୟୁକ୍ରେନ୍ ରାଷ୍ଟ୍ରପତି ବ୍ଲାଦିମିର ଜେଲେଂସ୍କି । ଏହି ବୈଠକରେ ନାଟୋର ସଦସ୍ୟ ହେବା ନେଇ ସଂକେତ ଦିଅନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଯାହାକୁ ସହଜରେ ଗ୍ରହଣ କରି ପାରିଲା ନାହିଁ ଋଷ । ଏହାକୁ ନେଇ ଆମେରିକା ଠାରୁ ଆରମ୍ଭ କରି ୟୁରୋପୀୟ ନେତାଙ୍କ ସହ ଆଲୋଚନା କରିବାକୁ ବି ପଛାଇଲେ ନାହିଁ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ୍ । ଏହାସହ ୟୁକ୍ରେନକୁ ନାଟୋର ସଦସ୍ୟ ନକରିବାକୁ ନାଟୋକୁ ମଧ୍ୟ ଅପିଲ କଲେ ପୁତିନ୍ । ହେଲେ ରାଷ୍ଟ୍ରପତି ପୁତିନ୍ଙ୍କ କଥାକୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳୁଛି । କାରଣ ୨୦୨୪ ସୁଦ୍ଧା ନାଟୋର ସଦସ୍ୟ ହେବାକୁ ଯାଉଛି ୟୁକ୍ରେନ୍ ।

ୟୁକ୍ରେନ ଓ ଋଷ ମଧ୍ୟରେ ୨୨୯୫ କିଲୋମିଟର ସୀମା ଲାଗି ରହିଛି । ସେପଟେ କ୍ରିମିଆକୁ ନେଇ ୟୁକ୍ରେନ ଓ ଋଷ ମଧ୍ୟରେ ବି ବିବାଦ ଲାଗି ରହିଛି । ଏପରି ସମୟରେ ୟୁକ୍ରେନ ନାଟୋର ସଦସ୍ୟ ହେଲେ ଋଷ ପାଇଁ ସମସ୍ୟା ବଢିପାରେ । ତେଣୁ ୟୁକ୍ରେନ୍ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଛି ।