ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ କଣ ରହିଛି ସାଇକୋ ଲେଡିଙ୍କ ଭୂମିକା : କନକ ନ୍ୟୁଜକୁ ସୂଚନା ଦେଲେ ଆଦିତ୍ୟଙ୍କ ମାଆ ; କହିଲେ, ସବୁବେଳେ ଆଦିତ୍ୟଙ୍କୁ ଫୋନକରି ଧମକ ଦେଉଥିଲେ ରହସ୍ୟମୟୀ ମହିଳା

1,320

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟଦାସ ମୃତ୍ୟୁ ମାମଲାରେ  ସାଇକୋ ଲେଡିକୁ ନେଇ ଚାଲିଛି ଚର୍ଚ୍ଚା । ଆଦିତ୍ୟଙ୍କ ବାପାଙ୍କ ପରେ ଆଜି କନକ ନ୍ୟୁଜକୁ ଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି ଆଦିତ୍ୟଙ୍କ ମାଆ । କହିଛନ୍ତି , ସେହି ରହସ୍ୟମୟୀ ମହିଳା ଜଣକ  ଫୋନ କରି ବାରମ୍ବାର ଆଦିତ୍ୟଙ୍କୁ ଧମକ ଦେଉଥିଲେ । ଆଦିତ୍ୟ ତାଙ୍କୁ ବାହାନହେଲେ ସେ ମରିଯିବେ ବୋଲି ଧମକାଉଥିବା ଆଦିତ୍ୟଙ୍କ ମାଆ କହିଛନ୍ତି ।  ଏପରିକି ଏକ ଭିଡିଓ କରି ମଧ୍ୟ ଧମକାଇଥିଲେ । ଏହା ପୂର୍ବରୁ ଆଦିତ୍ୟଙ୍କ ବାପା ସାଇକୋ ଲେଡି ନେଇ ମୁହଁ ଖୋଲିଥିଲେ ।  ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିଙ୍କ ସଂପୃକ୍ତି ଥାଇପାରେ ବୋଲି ମଧ୍ୟ କହିଥିଲେ ।

ଗତକାଲି ବିକାଶ କହିବାନୁଯାୟୀ , ସାଇକୋ ଲେଡି ବୋଲି ଯାହାକୁ କୁହାଯାଉଛି, ସେ ସାଇକୋ କି ନୁହେଁ ସେ ଜାଣିନାହାନ୍ତି । କିନ୍ତୁ ସେ ବାଲେଶ୍ୱରର ଝିଅ । ଉଭୟଙ୍କ ପକ୍ଷରୁ ସହମତିରେ ସଂପର୍କ ଥିଲା । ସେହି ଝିଅ ସହ ୬,୭ ମାସ ତଳେ କଥା ହୋଇଥିଲେ । ଆଦିତ୍ୟ ସେହି ଝିଅ ସହ ବିକାଶଙ୍କୁ କଥା କରାଇଥିବା ସେ କହିଛନ୍ତି । ସେହି ଝିଅ ଆଶ୍ରମ ଆସିଥିଲେ, ସେଠାରେ ତାଙ୍କ ସହ ଦେଖାହୋଇଥିଲା ବୋଲି ବିକାଶ କହିଥିଲେ । ସେପଟେ ବିସ୍କିତ କହିଥିଲେ, ଆଦିତ୍ୟଙ୍କ ମୃତ୍ୟୁ ପଛରେ ସେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କ୍ରାଇମବ୍ରାଂଚ ତଦନ୍ତ କଲେ ଅଧିକ ତଥ୍ୟ ପଦାକୁ ଆସିପାରିବ ।