ପଦ୍ମପୁରରେ ବିଜେଡି ବିଜୟର କାରଣ କ’ଣ ? ରଣନୀତିରେ ପରିବର୍ତ୍ତନ ନା ଜିଲ୍ଲା ଗଠନ ପ୍ରତିଶ୍ରୃତି ?

155

କନକ ବ୍ୟୁରୋ: ପଦ୍ମପୁରରେ ବର୍ଷା ସିଂ ବରିହା ବିଜୟୀ ହେବା ପରେ, ବିଜେଡି କାହିଁକି ଜିତିଲା ସେ ନେଇ ଆରମ୍ଭ ହୋଇଛି ହିସାବ କିତାବ । ବିଜେଡି ବିଜୟ ପଛରେ ଦଳର ସ୍ୱତନ୍ତ୍ର ରଣନୀତି, ତୃଣମୂଳ ସ୍ତରରେ ଦଳର ସଂଗଠନ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ରହିଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଉଛି । କିନ୍ତୁ ବିଜେଡିର ବିଜୟ ପଛରେ ଟଙ୍କା ବଣ୍ଟା ଓ କଂଗ୍ରେସର ଭୋଟ ମ୍ୟାନେଜମେଣ୍ଟ ବୋଲି କହିଛନ୍ତି ବିରୋଧୀ ।

ପଦ୍ମପୁରରେ ବିଜୟ ବାନା ଉଡିବା ପରେ ବିଜେଡି କର୍ମୀ ସେଲିବ୍ରେସନ କରିଛନ୍ତି । ପଦ୍ମପରରେ ରେକର୍ଡ ବ୍ୟବଧାନରେ ଜିତିଛି ବିଜେଡି । ଏହାପରେ ବିଜେପି ପରାଜୟର କାରଣ ଖୋଜୁଥିବାବେଳେ ବିଜେଡିର ବିଜୟ କାରଣ ନେଇ ବି ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ରାଜ୍ୟର ଉପନିର୍ବାଚନ ଇତିହାସରେ ପଦ୍ମପୁର ଉପ ନିର୍ବାଚନ ସବୁଠାରୁ ଅଲଗା ନିର୍ବାଚନ ଥିଲା । ଭୋଟ ରାଜନୀତି ଯେତିକି ସରଗରମ ଥିଲା ଆୟକର ଓ ଜିଏସଟି ଚଢାଉ ନେଇ ମାହୋଲ ସେତିକି ଗରମ ହୋଇଥିଲା । କୁହାଯାଉଛି, ବିଜେଡି ବିଜୟର ପ୍ରମୁଖ କାରଣ ହେଉଛି ରଣନୀତିରେ ପରିବର୍ତ୍ତନ ଓ ପୁଳାପୁଳା ପ୍ରତିଶ୍ରୃତି ।

  • ଧାମନଗରର ଭୁଲକୁ ବିଜେଡି ପଦ୍ମପୁରରେ ସୁଧାରି ନେଇଥିଲା
  • ତୃଣମୂଳ ସ୍ତରରେ ୩୧୯ ବୁଥ୍ ପାଇଁ ରଣନୀତି ତିଆରି କରିିଥିଲା
  • ପଶ୍ଚିମ ଓଡିଶାର ନେତାଙ୍କୁ ଦାୟିତ୍ୱ ଦିଆଯାଇଥିଲା
  • ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ ଓ ସୁଧୀର ସାମଲଙ୍କ ଭଳି ନେତା ଗଡ ଜଗିିଥିଲେ
  • ଗ୍ରାଉଣ୍ଡ ଜିରୋରେ ରହି ମଙ୍ଗ ଧରିିଲେ ବରିଷ୍ଠ ନେତା
  • ନୂଆ ଜିଲ୍ଲା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୃତି ଯଥେଷ୍ଟ ପ୍ରଭାବ ପକାଇଛି

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରର ପଡିଲା କି ପ୍ରଭାବ?

ବିଜେଡିକୁ ଗଲା କି କଂଗ୍ରେସ ଭୋଟ?

ପଦ୍ମପୁର ପ୍ରଚାରବେଳେ ଚାଷୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି-ବିଜେପି । କିନ୍ତୁ ଏହି ପ୍ରସଙ୍ଗ ଉଠାଇ ବିଜେପି ସେଭଳି ଲାଭବାନ ହୋଇନାହି ାଁ ସରକାର ବିରୋଧୀ ହାୱା ନାହିଁ ବୋଲି ବି ପ୍ରମାଣିତ ହୋଇଛି । ବିଜେଡି ବିଜୟର ଅନ୍ୟ ପ୍ରମୁଖ କାରଣ ହେଉଛି

  • ଉପ ନିର୍ବାଚନରେ ଚାଷୀଙ୍କୁ ବୁଝାଇପାରିଛି ବିଜେଡି
  • ସରକାର ବିରୋଧୀ ହାୱା କାମ କରିନାହିଁ
  • ବର୍ଷା ବରିହାଙ୍କ ପ୍ରତି ସମବେଦନା ବି ବିଜେଡି ବିଜୟର ଏକ ପ୍ରମୁଖ କାରଣ
  • ପଦ୍ମପୁରକୁ ଶେଷ ସମୟରେ ମୁଖମନ୍ତ୍ରୀ ପ୍ରଚାର ପାଇଁ ଗଲେ

ଆଉ ଏକ ବଡ କାରଣ ହେଉଛି, କଂଗ୍ରେସ ଭୋଟ ସିଧା ବିଜେଡିକୁ ଯିବା । ପଦ୍ମପୁରରେ କଂଗ୍ରେସର ପାଖାପାଖି ୩୦ ହଜାର ପକେଟ ଭୋଟ ରହିଛି । କିନ୍ତୁ ଏଥର କଂଗ୍ରେସ ମାତ୍ର ୩ ହଜାର ୫ଶହ ୯୪ ଭୋଟ୍ ପାଇ ଅମାନତ ହରାଇଛି । ତେଣୁ କଂଗ୍ରେସ ଭୋଟ ବିଜେଡି ଆଡକୁ ଯିବା ବିଜେଡି ବିଜୟର ଅନ୍ୟ ଏକ କାରଣ ବୋଲି ଆଲୋଚନା ହେଉଛି ।

ପଦ୍ମପୁର ବିଧାନସଭା ଆସନ ଜିତି ଧାମନଗର ପରାଜୟର ପ୍ରତିଶୋଧ ନେଇଛି ବିଜେଡି । ୨୦୨୪ ପାଇଁ ଦଳର ଆତ୍ମବିଶ୍ୱାସ ବଢିଥିବାବେଳେ ବିଜେପି ଓ କଂଗ୍ରେସ ଲାଗି ଆତ୍ମସମୀକ୍ଷାର ସମୟ ଆଣିଛି ।