ଅଚଳ ହେଲା ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟ୍ରାଗ୍ରାମ: କାରଣ କ’ଣ?

Advertisment
ଅଚଳ ହେଲା ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟ୍ରାଗ୍ରାମ: କାରଣ କ’ଣ?

କନକ ବ୍ୟୁରୋ:ବେଶ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ସର୍ଭର ଡାଉନ ହୋଇଥିଲା। ଫଳରେ ଏହି ତିନିଟି ସୋସିଆଲ୍ ମିଡିଆ ଆପ୍ ଏକପ୍ରକାର ଅଚଳ ହୋଇଯାଇଥିଲା। ଆଜି ଭୋର ୪ଟା ପାଖାପାଖି ପୁଣି ଥରେ ଏହି ୩ଟି ଆପ କାର୍ଯ୍ୟକ୍ଷମ ହେବା ପରେ ହ୍ୱାଟ୍ସଆପ୍ ଏବଂ ଫେସବୁକ ପକ୍ଷରୁ ଏଭଳି ହେବାର କାରଣ କୁହାଯାଇଛି।

ହ୍ୱାଟ୍ସଆପର ସିଇଓ ୱିଲ କ୍ୟାଥକାର୍ଟ କହିଛନ୍ତି ଯେ, ଆପର ସମ୍ପୁର୍ଣ୍ଣ ବ୍ୟାକଅପ୍ ପାଇଁ କାମ ଚାଲିଥିଲା। ଏବେ ଆମେ ପୁଣି ପୂର୍ବ ଭଳି ସେବା ଯୋଗାଇବା ଆରମ୍ଭ କରିଛୁ।  ଆମେ ଜାଣୁ ଯେ ଲୋକମାନେ ହ୍ୱାଟ୍ସଆପ ଜରିଆରେ ସେମାନଙ୍କର ବନ୍ଧୁ, ପରିବାର, ବ୍ୟବସାୟ, ସମ୍ପ୍ରଦାୟ ଗୋଷ୍ଠୀ ଏବଂ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଅସମର୍ଥ ହୋଇଥିଲେ। ପ୍ରତିଦିନ ଆମ ଆପ୍ ଉପରେ କେତେ ଲୋକ ଏବଂ ସଂଗଠନ ନିର୍ଭର କରନ୍ତି ତାହା ପ୍ରମାଣ ହୋଇଛି। ଆମେ ଆମର ମିଶନକୁ ଗମ୍ଭୀରତାର ସହ ନେଇଥାଉ ଏବଂ ହ୍ବାଟସଆପକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ କଠିନ ପରିଶ୍ରମ କରିଥିବା କର୍ମଚାରୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

ସେହିଭଳି ମାର୍କ ଜୁକରବର୍ଗ ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟସଆପ ଏବଂ ମେସେଞ୍ଜର ବର୍ତ୍ତମାନ ପୂର୍ବ ଭଳି କାମ କରିବା ଆରମ୍ଭ କରିଛି।  ବ୍ୟାଘାତ ପାଇଁ ସେ ଦୁଃଖିତ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe