କନକ ବ୍ୟୁରୋ: ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ କେତେ? ଏହାକୁ ନେଇ ଏବେ ପ୍ରାଥମିକ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଛି । ପ୍ରଥମେ ଅଙ୍ଗନୱାଡି ଓ ପରେ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଏ । କିନ୍ତୁ ଏବେ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ପିଲାଙ୍କୁ ପାଞ୍ଚ ବର୍ଷ ନା ୬ ବର୍ଷ ପରେ ପ୍ରଥମ ଶ୍ରେଣୀରେ ଆଡମିଶନ କରାଯିବ ତାକୁ ନେଇ ସନ୍ଦେହ ଦୂର ହୋଇନାହିଁ । ନୂଆ ଶିକ୍ଷାନୀତି ନୂଆ ନିର୍ଦ୍ଦେଶାନାମା ଅନୁସାରେ ୬ବର୍ଷ ପୂରିଲେ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଯିବ । କିନ୍ତୁ ଏ ନେଇ ବର୍ତମାନ ସୁଦ୍ଧା ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଆସିନାହିଁ, ଯାହାକୁ ନେଇ ଶିକ୍ଷକ ଦ୍ୱନ୍ଦ୍ୱରେ ଅଛନ୍ତି ।

Advertisment

ପ୍ରଥମ ଶ୍ରେଣୀରେ ନାମଲେଖାଇବା ଲାଗି ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ନିୟମ ରହିଛି
-ଦିଲ୍ଲୀ, ରାଜସ୍ଥାନ, ଆନ୍ଧ୍ର, ତାମିଲନାଡୁ ଓ ତେଲେଙ୍ଗାନାରେ ସର୍ବନିମ୍ନ ବୟସ ୫ ବର୍ଷ
-ୟୁପି, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ସର୍ବନିମ୍ନ ବୟସ ୫ ବର୍ଷ ୬ ବର୍ଷ
ସେହିଭଳି ବିଦେଶରେ ବି ସ୍କୁଲ ପଠାଇବା ପାଇଁ ପିଲାଙ୍କ ବୟସ ନିର୍ଧାରିତ କରାଯାଇଛି ।
-ଜର୍ମାନୀ, ଇଟାଲୀ, ଅଷ୍ଟ୍ରେଲିଆ ଓ ନରୱେରେ ସ୍କୁଲ ଯିବାର ସର୍ବନିମ୍ନ ବୟସ ୬ ବର୍ଷ
-ବ୍ରିଟେନରେ ୩ ବର୍ଷରେ ପ୍ରି-ସ୍କୁଲ ଆରମ୍ଭ ଓ ସ୍କୁଲ ଯିବାର ସର୍ବନିମ୍ନ ବୟସ ୬ ବର୍ଷ
-ସ୍ୱିଜରଲ୍ୟାଣ୍ଡ ଓ ଆୟରଲ୍ୟାଣ୍ଡରେ ସର୍ବନିମ୍ନ ବୟସ ୪ ବର୍ଷ
-ସ୍ୱିଡେନ, ବୁଲଗେରିଆ ଓ ଫିନଲ୍ୟାଣ୍ଡରେ ସର୍ବନିମ୍ନ ବୟସ ୪ ବର୍ଷ

ଏଭଳି ସ୍ଥଳରେ ଜାତୀୟ ଶିକ୍ଷାନୀତିର ସ୍ପଷ୍ଟ ନିର୍ଦ୍ଦେଶ ସତ୍ୱେ ଗଣଶିକ୍ଷା ବିଭାଗର ସ୍ପ,ଷ୍ଟ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ପିଲାଙ୍କ ଆଡମିଶନ ନେଇ କିଛି ସ୍ପଷ୍ଟ ନିର୍ଦ୍ଦେଶ ନଥିବାରୁ ପରବର୍ତର୍ୀ ସମୟରେ କିଛି ଅସୁବିଧା ଦେଖାଦେବ ଭାବି ଉଭୟ ଅଭିଭାବକ ଓ ଶିକ୍ଷକ ଦ୍ୱନ୍ଦ୍ୱରେ ଅଛନ୍ତି ।