ଲୋକସଭାରୁ ବହିଷ୍କାର ପରେ କ’ଣ କରିବେ ମହୁଆ ମୋଇତ୍ରା । ଏଥିକ୍ସ କମିଟି ନିଷ୍ପତିକୁ ବିରୋଧ ପାଇଁ ମହୁଆଙ୍କ ପାଖରେ ରହିଛି ୫ଟି ବିକଳ୍ପ

147

କନକ ବ୍ୟୁରୋ : ଲୋକସଭାରୁ ବହିଷ୍କୃତ ହେବା ପରେ ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ତାଙ୍କୁ ବହିଷ୍କାର କରାଯିବା ଘଟଣା ଜାତୀୟ ରାଜନୀତିରେ ବର୍ତମାନର ସବୁଠୁ ଅଧିକ ଚର୍ଚ୍ଚିତ ବିଷୟ ପାଲଟିଛି । ଆରୋପପ୍ରତ୍ୟାରୋପ ଚାଲିଛି । ଏହା ଭିତରେ ସମସ୍ତଙ୍କ ନଜର ରହିଛି କ’ଣ ରହିବ ମହୁଆ ମୋଇତ୍ରାଙ୍କ ଆଗାମୀ ପଦକ୍ଷେପ । ଏଥିକ୍ସ କମିଟି ରିପୋର୍ଟକୁ ଏକତରଫା ନିଷ୍ପତି କହି ନିଜ ଲଢେଇ ଜାରି ରଖିବେ ବୋଲି କହିସାରିଛନ୍ତି ମହୁଆ । ସେପଟେ ମହୁଆଙ୍କ ନିକଟରେ ଏବେବୀ ଏମିତି କିଛି ବିକଳ୍ପ ରହିଛି ଯାହାଦ୍ୱାରା ସେ ନିଜ ପୂର୍ବ ପଦବୀ ଫେରିପାଇବା ସମ୍ଭାବନା ରହିଛି ।

ମହୁଆଙ୍କ ପାଖରେ ବିକଳ୍ପ କ’ଣ?
– ଏଥିକ୍ସ କମିଟି ନିଷ୍ପତିକୁ ପୁର୍ନବାର ସମୀକ୍ଷା କରିବା ପାଇଁ ସଂସଦରେ ମହୁଆ ଅନୁରୋଧ କରିପାରିବେ
-ନିଷ୍ପତିକୁ ଅସାମ୍ବିଧାନିକ କହି ଏଥିକ୍ସ କମିଟିଙ୍କ ଫଇସଲାକୁ ସେ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଚ୍ୟାଂଲେଜ କରିପାରିବେ
-ଏଥିକ୍ସ କମିଟିର ଅଧିକାର କ୍ଷେତ୍ର ଓ ଆଚରଣ ଏବଂ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ କୋର୍ଟରେ ଚ୍ୟାଲେଂଜ କରିପାରିବେ
-ଆଚାର ସଂହିତା ସମିତି ନୁହେଁ ବିଶେଷାଧିକାର ଟିମ ଏଥିକ୍ସ କମିଟି ନିଷ୍ପତିକୁ ସମୀକ୍ଷା କରିବାକୁ ଦାବି କରିପାରିବେ
-ଦିଲ୍ଲୀ ହାଇକୋର୍ଟରେ ଚାଲିଥିବା ମାନହାନି ମାମଲାକୁ ଉପରିସ୍ଥ କୋର୍ଟକୁ ନେଇପାରନ୍ତି
-ଯଦି ଏକଥା ପ୍ରମାଣ ହୋଇଯାଏ ଯେ ମହୁଆଙ୍କ ଭାବମୂର୍ତି ନଷ୍ଟ କରିବାକୁ ମନଗଢ଼ା ଓ ନିନ୍ଦନୀୟ ଅଭିଯୋଗ କରାଯାଇଥିଲା. ତେବେ ଏଥିକ୍ସ କମିଟି ନିଷ୍ପତି ବଦଳିବା ସମ୍ଭାବନା ରହିିଛି
-ଶେଷ ବିକଳ୍ପ ହେଉଛି କମିଟିର ନିଷ୍ପତିକୁ ଗ୍ରହଣ କରିବେ ଓ ୪ମାସ ପରେ ପୁଣି ଥରେ ନିର୍ବାଚନ ଲଢିପାରିବେ । ଯଦି ଜିତିବେ ତେବେ ପୁଣି ଥରେ ସଂସଦକୁ ଫେରିପାରିବେ

ଯଦି ନଜର ପକାଇବା ସାଂସଦଙ୍କ ଉପରେ ଏଥିକ୍ସ କମିଟିର କାର୍ଯ୍ୟାନୁଷ୍ଠାନ ଉପରେ ତେବେ …
-୨୦୦୫ ମସିହାରେ ବିଏସପି ସାଂସଦ ରାଜା ରାମପାଲ ଏଥିକ୍ସ କମିଟି ନିଷ୍ପତିକୁ କୋର୍ଟରେ ଚ୍ୟାଲେଂଜ ଦେଇଥିଲେ
-ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରି୍ନ୍ଦ୍ର ସିଂ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଂଜ ଦେଇ ଆଶ୍ୱସ୍ତି ପାଇଥିଲେ

ବହିଷ୍କୃତ ହେବା ପରେ ମହୁଆ କହିଥିଲେ ଯେ ତାଙ୍କୁ ୪୯ ବର୍ଷ । ସେ ଆଗାମୀ ୩୦ ବର୍ଷ ପାଇଁ ସଂସଦ ଭିତରେ ଓ ବାହାରେ ଯୁଦ୍ଧ ଜାରି ରଖିବେ । ସେପଟେ ଟିଏମସି ଓ ଅନ୍ୟ ବିରୋଧୀ ଦଳ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଦେଖିବାକୁ ବାକି ରହିଲା ମହୁଆ ନିଜ ମାନ ରଖିବାକୁ ଆଗକୁ ଆଇନ ନା ରାଜନୀତିକୁ ସୁରକ୍ଷା ଅସ୍ତ୍ର ଭାବେ ବ୍ୟବହାର କରିବେ ।