ଖୋର୍ଦ୍ଧା ପାଇଁ ଖୁସି ଖବର । ଏବେ ବି ଜିଲ୍ଲାର ୮୦ ଭାଗ ଗାଁରେ ନାହିଁ କୌଣସି କରୋନା କେସ୍, ଭୂତାଣୁକୁ ନେଇ ଭୟ ନକରିବାକୁ ଜିଲ୍ଲାପାଳ ଦେଲେ ପରାମର୍ଶ । ସହରବାସୀଙ୍କୁ ସତର୍କ କରାଇଲେ ବିଏମସି କମିଶନର ।

200

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର କରୋନା ସ୍ଥିତି ନେଇ ପୂରା ସୂଚନା ଦେଲେ ଜିଲ୍ଲାପାଳ ସନତ କୁମାର ମହାନ୍ତି । ଏବେ ବି ଜିଲ୍ଲାର ୮୦ ଭାଗ ଗାଁରେ କୌଣସି ସଂକ୍ରମଣ ଦେଖାଯାଇ ନାହିଁ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ୍ ୧୩୫୮ଟି ଗାଁରୁ ମାତ୍ର ୨୭୬ ଗାଁ ସଂକ୍ରମିତ ହୋଇଛି । ତେଣୁ ଭୟଭୀତ ହୁଅନ୍ତୁ ନାହିଁ ।

ଅନ୍ୟପଟେ ଆଗାମୀ ଦିନରେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । କିନ୍ତୁ ସବୁପ୍ରକାର ଭିତ୍ତିଭୂମି ଅଛି, ସବୁସ୍ତରରେ କାର୍ଯ୍ୟ ତ୍ୱରାନିତ କରାଯାଉଛି । ତେଣୁ ଆପଣମାନଙ୍କ ସହଯୋଗ ରହିଲେ ମହାମାରୀ ମୁକାବିଲାରେ ଆମେ ବିଜୟ ହେବା ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ ଖୋର୍ଦ୍ଧା ଜିଲ୍ଳାରେ ୩ଟି କୋଭିଡ୍ ସେଣ୍ଟର କାର୍ଯ୍ୟ କରୁଛି । ପରିସ୍ଥିତିକୁ ଦେଖି ପ୍ରାଇଭେଟ୍ କ୍ଲିନିକ୍ ଓ ହସ୍ପିଟାଲ ଗୁଡ଼ିକରେ କୋଭିଡ୍ କେୟାର ଖୋଲିବା ପାଇଁ ସରକାରଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି ।

ସେପଟେ ଭୂତାଣୁ ସହ କେମିତି ଲଢ଼େଇ କରୁଛି ଭୁବନେଶ୍ୱର । ସେନେଇ ପୂରା ତଥ୍ୟ ରଖିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ । ତେବେ ସଂକ୍ରମଣ ରୋକିବାକୁ ସହରର ୱାର୍ଡରୁ ୱାର୍ଡ ବୁଲିବୁଲି ତଦାରଖ କରୁଛନ୍ତି ସଚେତକ ସ୍ୱେଚ୍ଛାସେବକ । ସେମାନଙ୍କ ସେବା ପାଇଁ ତାଙ୍କୁ ସହଯୋଗ କରିବା । ତେବେ ଅଯଥା ବାହାରକୁ ବାହାରନ୍ତୁ ନାହିଁ କିମ୍ବାର ଗହଳି କରନ୍ତୁ ନାହିଁ । ସଚେତନ ହେବା କରୋନାଠୁ ଦୂରରେ ରହିବା ବୋଲି କହିଛନ୍ତି ବିଏମସି କମିଶନର ।