ବଜେଟରେ ସରକାରଙ୍କ ଲକ୍ଷ୍ୟ କଣ? ଅର୍ଥମନ୍ତ୍ରୀ କହିଲେ ବଜେଟରେ କାହାକୁ ମିଳିବ ସୁବିଧା?

231

କନକ ବ୍ୟୁରୋ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହୋଇଛି । ଏହି ସମୟରେ ଅର୍ଥମନ୍ତ୍ରୀ ବଜେଟର ଲକ୍ଷ୍ୟ କଣ କହିଛନ୍ତି । ସେ କହିଥିଲେ ସରକାରଙ୍କ ଲକ୍ଷ୍ୟ ରହିଛି ୫ ବର୍ଷରେ ଆଉ ୨ କୋଟି ଘର ନିର୍ମାଣ ହେବ । ମାସକୁ ୩ଶହ ୟୁନିଟ ବିଜୁଳି ମାଗଣା ଯୋଗାଯିବ । ୧ କୋଟି ଘରର ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ । ମିଶନ ଇନ୍ଦ୍ରଧନୁଷରେ ଟିକାକରଣ ଜୋରଦାର ହେବ । ସମସ୍ତଙ୍କୁ ପକ୍କା ଘର ଯୋଗାଇବା ଲକ୍ଷ୍ୟ ବି ରହିଛି । ସରକାରଙ୍କ ଲକ୍ଷ୍ୟ ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ । ଦୁଗ୍ଧ ଉତ୍ପାଦନରେ ମିିଳିବ ପ୍ରତ୍ସାହନ । ପିଏମ ମତ୍ସ୍ୟ ସମ୍ପଦ ଯୋଜନାକୁ ପ୍ରୋତ୍ସାହନ ଲକ୍ଷ୍ୟ । ଲକ୍ଷପତି ଦିଦି ଯୋଜନାରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାର ଲକ୍ଷ୍ୟ । ୧ କୋଟି ମହିଳାଙ୍କି ଲକ୍ଷପତି ଦିଦି କରାଯାଇଛି । ଆଉ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ ରହିଛି । ୩ଟି ରେଳ କରିଡର ଆରମ୍ଭ କରାଯିବ ।