ଘରର ସଂଜ୍ଞା କାହା ପାଇଁ କେମିତି? ଶୀତ ତାପ ନିୟନ୍ତ୍ରିତ ବହୁତଳ କୋଠାରେ ହେଉଛି ଯୋଜନା, ହେଲେ ଆଠଗଡର କୁଟିଳାଙ୍କ ପରିବାର ପାଇଁ ପାଲଟିଛି ପ୍ରହସନ

66

କନକ ବ୍ୟୁରୋ: ଆବାସ ଘର ଖଣ୍ଡେ ପାଇଁ ବିତିଗଲା ୩୦ବର୍ଷ । ବ୍ଲକକୁ ଦଉଡ଼ି ଦଉଡ଼ି ହତାସ ହୋଇ ପଡ଼ିଛନ୍ତି କୁଟିଳା ଜେନାମଣି । ପଲିଥିନ ତଳେ ରହୁଛନ୍ତି ୬ ପ୍ରାଣି କୁଟୁମ୍ବ । ହନ୍ତସନ୍ତ ହେଉଛି ଜୀବନ । ମୁଣ୍ଡ ଉପରେ ଛାତ ନଥିବା ବେଳେ ରାସନକାର୍ଡ଼ରେ ୨୦କେଜି ଚାଉଳ ମିଳୁଛି । ବାସ୍ ସେତିକିରେ ମାସେ ଚଳୁଛନ୍ତି କୁଟିଳାଙ୍କ ପରିବାର ।

ଆବାସ ଯୋଜନା ଏଠି ଯୋଜନ ଦୂରରେ.. ଛାତ ଛାଡନ୍ତୁ ଏମାନଙ୍କ ଭାଗ୍ୟରେ ଚାଳ ବି ନାହିଁ., ଘରର ସଂଜ୍ଞା କଣ ଏମିତି? ପିଲର ଜାଗାରେ ବାଉଁଶ ବତା, ମୁଣ୍ଡ ଉପରେ ପଲିଥିନ୍.. । ପଲିଥିନ ଟଣା କୁଡିଆରେ ୩୦ ବର୍ଷ ହେବ ରହୁଛନ୍ତି କଟକ ଆଠଗଡ଼ ବ୍ଲକ ବାଲିସାହି ଗାଁର କୁଟିଳା ଜେନାମଣିଙ୍କ ୬ ପ୍ରାଣୀ କୁଟୁମ୍ବ । ସ୍ୱାମୀ, ଝିଅ, ପୁଅ-ବୋହୁ ଓ ୨ମାସର ନାତୁଣିଙ୍କୁ ନେଇ ରହୁଛନ୍ତି । ଦିନରେ ଖରା, ରାତିରେ ତରା ଦେଖାଯାଉଥିବା ଘରେ ରହୁଥିବା ପରିବାର ଭାଗ୍ୟରେ ଏଯାଏଁ ଜୁଟିନାହିଁ ସରକାରୀ ପକ୍କା ଘରଟିଏ ।

ଦିନରେ ଖରା ରାତିରେ ତାରା ଦେଖାଯାଉଥିବା ଘରର ମୁଖିଆ ପକ୍ଷାଘାତରେ ପୀଡିତ । ଗୋଟିଏ ଝିଅ ଜନ୍ମରୁ ରୋଗୀଣା । ପୁଅ ମୁଲ ମଜୁରି ଲାଗି ଯାହା ଆଣୁଛି ସେଥିରେ ସମସ୍ତେ ଦୁଇ ଭଲ କରି ଦାନା ଗଣାଏ ଖାଇବା କଷ୍ଟକର । ଏଭଳି ସ୍ଥିତିରେ ଉତମ ଚିକିତ୍ସା ଓ ପକା ଘର ତିଆରି କରିବା ସମ୍ଭବ ହେଉନାହିଁ । ନିଜ ସମ୍ବଳରେ ଘରଟିଏ କରିପାରୁନଥିବାରୁ ସରକାରୀ ଯୋଜାନରେ ଘରଟିଏ ପାଇଁ ଅନୁରୋଧ କରିଛନ୍ତି ।