ଜନତା କର୍ଫ୍ୟୁ ଓ ଲକ୍ ଡାଉନ୍ ମଧ୍ୟରେ ପାର୍ଥକ୍ୟ କ’ଣ? ସରଳ ଭାଷାରେ ବୁଝାଇଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

1,513

କନକ ବ୍ୟୁରୋ: ‘କରୋନା’ର ସଫଳ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ । ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଥିବାବେଳେ ଓଡ଼ିଶାରେ କରୋନା ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନତା କର୍ଫ୍ୟୁ ପାଳନ କରିବା ସହ ଆସନ୍ତାକାଲିଠୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ଜିଲ୍ଲାସହ ୮ଟି ସହରରେ ଲକ୍ ଡଉନ୍ ବା ତାଲାବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଜନତା କର୍ଫ୍ୟୁ ଏବଂ ଲକ୍ ଡାଉନ୍ ଭିତରେ ପାର୍ଥକ୍ୟ କ’ଣ ?

ଜନତା କର୍ଫ୍ୟୁ ଏବଂ ଲକ୍ ଡାଉନ୍ ଭିତରେ ଥିବା ଦ୍ୱନ୍ଦକୁ ଦୂର କରି ଏହାକୁ ସରଳ ଭାଷାରେ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ବାଗଚୀଙ୍କ କହିଛନ୍ତି କି, ଜନତା କର୍ଫ୍ୟୁ ଦିନିକିଆ ପାଳନ କରାଯାଏ ଯେଉଁଥିରେ ଟ୍ରେନ୍, ବିମାନ ଚଳାଚଳ ଠାରୁ ଆରମ୍ଭ କରି ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଥାଏ । ହେଲେ ଲକ୍ ଡାଉନ୍ ପର୍ଯ୍ୟାୟକ୍ରମେ କିଛି ଜିଲ୍ଲା ଏବଂ ସହରରେ ଲାଗୁ କରାଯାଇଥାଏ । ସବୁଠାରୁ ବଡ଼ କଥା ହେଲା କି, ଲକ୍ ଡାଉନ ବେଳେ ଟ୍ରେନ୍, ବସ୍ ଏବଂ ବିମାନ ଚଳାଚଳ ବ୍ୟବସ୍ଥା ସ୍ୱାଭାବିକ ରହିବ । ତେବେ କାଲିଠାରୁ ରାଜ୍ୟର ୫ଟି ଜିଲ୍ଲା ସହ ୮ ସହରରେ ଆସନ୍ତା ୨୯ ତାରିଖ ରାତି ୯ଟା ଯାଏଁ ଏହାକୁ ଲାଗୁ କରିବାକୁ ସରକାର ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ସବୁଠାରୁ ବଡ଼କଥା ହେଲା , ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅତି ଜରୁରୀ ନହେଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । କାରଣ ଆଗାମୀ ସପ୍ତାହ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କେବଳ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇପାରିବ । ଏପରିକି ଘରେ ରହିଲେ ହିଁ ଆପଣଙ୍କ ସହ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବ । ତେଣୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଏହାକୁ ସତର୍କତା ସହ ପାଳନ କରିବାକୁ ନିବେଦନ କରିଛନ୍ତି । କାରଣ ଘରୁ ନବାହାରିଲେ ଏହାର ସଂକ୍ରମଣତାକୁ ରୋଗାଯାଇ ପାରିବ ।