ସେରୋ ସର୍ଭେ କ’ଣ? ଏହାର ଡାକ୍ତରୀ ବିଜ୍ଞାନ କ’ଣ କହୁଛି ଏବଂ କିପରି ହୋଇଥିଲା ଏହି ସର୍ଭେ? ବୁଝାଇ କହିଲେ ଆରଏମଆରସିର ନିର୍ଦ୍ଦେଶିକା ।

295
କନକ ବ୍ୟୁରୋ: ସେରୋ ସର୍ଭେ କ’ଣ? ଏହାର ବୈଜ୍ଞାନିକ ବିଶେଷତ୍ୱ କ’ଣ ରହିଛି? ଏବଂ କିପରିହୋଇଥିଲା ଏହି ସର୍ଭେ? ବୁଝାଇ କହିଲେ, ଆଇସିଏମଆର ନିର୍ଦ୍ଦେଶିକା ସଂଘମିତ୍ରା ପତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି କିମ୍ବା ସାମୁହିକ ବା ଗୋଷ୍ଠୀ ରୋଗପ୍ରତିରୋଧ ଶକ୍ତି ଜାଣିବାକୁ ହେଲେ ସେରୋ ସର୍ଭେ କରାଯାଏ ।
କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି କିମ୍ବା ସାମୁହିକ ବା ଗୋଷ୍ଠୀ ରୋଗପ୍ରତିରୋଧ ଶକ୍ତି ଜାଣିବାକୁ ହେଲେ ସେରୋ ସର୍ଭେ କରାଯାଏ । ବିଶେଷ କରି ଜନସଂଖ୍ୟା ଆଧାରରେ ସେରୋ ସର୍ଭେ କରାଯାଏ । ଏଥିରେ ରକ୍ତ ନମୂନା ନିଆଯାଏ ଏବଂ ସାର୍ସ କୋଭିଡ୍ ୧୯ ପାଇଁ ଆଣ୍ଟିବଡ଼ିର ପରୀକ୍ଷା କରାଯାଏ । ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ ଯିଏ ଆଇସିଏମଆରଙ୍କ ନିର୍ଦ୍ଦେଶ ପରେ ନିର୍ଦ୍ଦିଷ୍ଟ ଭାବେ ସେରୋ ସର୍ଭେ ବା ସିରୋଲଜିକାଲ ପରୀକ୍ଷା ଆରମ୍ଭ କରିଥିଲା ।
ଓଡ଼ିଶାରେ ପ୍ରଥମେ ଅଧିକ ବିପଦପୂର୍ଣ୍ଣ  ବା ସଂକ୍ରମିତ ପୁରୀରେ ସେରୋ ସର୍ଭେ ଆରମ୍ଭ ହୋଇଥିଲା । ପବିତ୍ର ରଥଯାତ୍ରା ସମୟରେ ଏହି ସେରୋ ସର୍ଭେ କରାଯାଇଥିଲା । ଏହାପରେ ୧୧ ଜୁଲାଇରେ ଭୁବନେଶ୍ୱରରେ ହୋଇଥିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ।  ଯେଉଁଥିରେ ମାତ୍ର ୧.୪୨ ପ୍ରତିଶତ ସାମୁହିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ନମୂନାରୁ ମିଳିଥିଲା । ତେବେ ବାକି ୯୮ ପ୍ରତିଶତ ଲୋକେ ସଂକ୍ରମିତ ହେବା ନେଇ ସେଥିରୁ ଅନୁମାନ କରିଥିଲୁ ।
୨୮ ଅଗଷ୍ଟରେ ଭୁବନେଶ୍ୱରରେ ହୋଇଥିଲା ଦ୍ୱିତୀୟ ପର୍ଯ୍ୟା ସେରୋ ସର୍ଭେ  । ସେଥିରେ ୫.୧ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିଲା । ଏହାପରେ ୧୬ରୁ ୧୮ ଅକ୍ଟୋବର ଭିତରେ ହୋଇଥିବା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରେ ୧, ୪୦୩ ସାମ୍ପୁଲ ନିଆଯାଇଥିଲା ଯେଉଥିରେ ୨୫ଟି ୱାର୍ଡକୁ କ୍ଲଷ୍ଟର ଭାବେ ଗଣାଯାଇଥିଲା । ଏଥିର ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ଆସିସାରିଥିଲା । ଏହି ୫୦ ପ୍ରତିଶତ ଆଣ୍ଟିବଡ଼ି ଆମ ଭିତରେ ଏକ ଆଶା ସଂଚାର କରିଛି ।
ସବୁଠାରୁ ବଡ଼କଥା ହେଲା, ସେରେ ସର୍ଭେ ଆମକୁ ଭବିଷ୍ୟତ ଜଣାଇଦିଏ । ଆଗକୁ କେମିତି କରୋନା ମୁକାବିଲା କରିବା । ତାହା ମଧ୍ୟ ବେଶ୍ ଭଲ ଭାବେ ଜଣାପଡ଼ିଯାଏ ।  କିନ୍ତୁ ଆମେ ଏବେ ବି ସତର୍କତା ଜାରି ରଖିବା, କାରଣ ଆପଣଙ୍କ ଟିକେ ଅବହେଳା ହିଁ ଆପଣଙ୍କ ସହ ଅନ୍ୟଙ୍କୁ ଅସୁବିଧା ଆଣିବେ । ତେବେ ଆଣ୍ଟିବଡି ତିଆରି ହୋଇନଥିବା ୫୦ ପ୍ରତିଶତ ଲୋକ ଏବେ ବି ସଂକ୍ରମଣ ହୋଇାରନ୍ତି ତେଣୁ ସତର୍କତା ଜରୁରୀ ବୋଲି କହିଛନ୍ତି ଡକ୍ଟର ପତି ।