ସରୁନି କେରଳବାସୀଙ୍କ ଦୁଃଖ ! ବ୍ୟାପୁଛି ‘ରେଟ୍ ଫିବର’, ନେଲାଣି ୪୦ରୁ ଅଧିକ ଜୀବନ । ଜାଣନ୍ତୁ ଏହାର ଲକ୍ଷଣ

34

ଗତ ମାସ କେରଳରେ ଆସିଥିବା ଜଳ ପ୍ରଳୟ ପରେ ଏବେ ସେଇଠି ମହାମାରୀର ପ୍ରକୋପ ବ୍ୟାପୁଛି । ଏଥିରେ ସବୁଠାରୁ ଅଧିକ ବିପଦଜନକ ହେଉଛି ‘ରେଟ୍ ଫିବର’ ।

ସୂଚନା ମୁତାବକ, ଏପର୍ଯ୍ୟନ୍ତ ରେଟ୍ ଫିବରରେ ସେଇଠି ୪୩ ଲୋକଙ୍କ ମୃତ୍ୟୁ ହୋଇସାରିଛି । ରେଟ୍ ଫିବର ଅର୍ଥାତ୍ ଲେପ୍ଟୋସପାଇରୋସିସ୍ ଯୋଗୁଁ ଆଉ ୩ ଜଣଙ୍କ ମୃତ୍ୟୁ ହେବା ପରେ ରବିବାର ଦିନ କେରଳର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ରୋଗ ଠାରୁ ବଂଚିବା ଉପାୟ ଆରମ୍ଭ କରିଦେଲେଣି । ଏହା ସହିତ କେରଳର ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ (ଡିଏଚଏସ୍) ୧ ଅଗଷ୍ଟରୁ ୨ ସେପ୍ଟେମ୍ବର ମଧ୍ୟରେ ୧୦ ଲୋକଙ୍କ ମୃତ୍ୟୁ ସୁନିଶ୍ଚିତ କରାଇଛନ୍ତି ।

‘ରେଟ୍ ଫିବର’ ଏକ ବ୍ୟାକ୍ଟେରିଆରୁ ବ୍ୟାପୁଥିବା ରୋଗ ଯାହା ଦୂଷିତ ମାଟି ବା ପାଣିରେ ଥିବା ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପେ । ରେଟ୍ ଫିବରର ବ୍ୟାକ୍ଟେରିଆ ଦୂଷିତ ପାଣି ଦ୍ୱାରା କୈାଣସି ପୀଡିତ ଓ କୈାଣସି ପଶୁଙ୍କ ଜରିଆରେ ପହଂଚେ । ରିପୋର୍ଟ ମୁତାବକ, ଗତ ଦୁଇ ଦିନରେ ଏହି ରୋଗର ୭୩ ମାମଲା ସ୍ୱାସ୍ଥ୍ୟ ବିଭାଗ ସୁନିଶ୍ଚିତ କରାଇଛି ।
ବନ୍ୟା ଆସିବା ପରଠାରୁ ଏହି ରୋଗର ଖବର ଆସିବା ଆରମ୍ଭ ହୋଇଯାଇଥିଲା । କେବଳ ଅଗଷ୍ଟରେ ଏହାର ୫୫୯ ମାମଲା ଓ ୩୪ ସମ୍ଭାବିତ ମୃତ୍ୟୁ ହୋଇଥିବା କୁହାଯାଉଛି । କେରଳର ସ୍ୱାସ୍ଥ୍ୟ ବିଭାଗ ଅଗଷ୍ଟ ମାସରେ କେବଳ ୨୨୯ ମାମଲା ଓ ୬ ସମ୍ଭାବିତ ମୃତ୍ୟୁର ଆକଳନ କରିଛନ୍ତି ।

ବିଶ୍ୱ ସାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ଜଙ୍ଗଲୀ ଓ ଘରୋଇ ଉଭୟ ଜନ୍ତୁଙ୍କ ଏହି ବ୍ୟାକ୍ଟେରିଆକୁ ବ୍ୟାପକ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଯଦି କୈାଣସି ମଣିଷର ଚର୍ମ ବୁଡିବା ବା ପହଁରିବା ସମୟରେ ଏହି ବ୍ୟାକ୍ଟେରିଆ ସଂପର୍କରେ ଆସେ, ତେବେ ଏହା ରୋଗ ହୋଇଯାଏ । ଯଦି ଚର୍ମ କ୍ଷତ ହୋଇଥିବ ବା କଟିଯାଇଥିବ, ତେବେ ଅତି ଶୀଘ୍ର ଏହାର ସମ୍ପର୍କରେ ଆସିବାର ସମ୍ଭାବନା ଥାଏ । ଯେଉଁଠି ଏହି ବ୍ୟାକ୍ଟେରିଆ ଗ୍ରାସିତ ଜୀବଜନ୍ତୁ ପରିଶ୍ରା କରିଥାନ୍ତି, ଏହି ବ୍ୟାକ୍ଟେରିଆ ସେଇ ଓଦା ମାଟି, ଘାସ ବା ଗଛରେ ଜୀବନ୍ତ ରହନ୍ତି । କେବେ କେବେ ଏହାର ସଂକ୍ରମଣ ବ୍ୟାକ୍ଟେରିଆ ଠାରୁ ଦୂଷିତ ଖାଦ୍ୟପାନୀୟ, କୈାଣସି ଦୂଷିତ ଜିନିଷ ଫୋଡି ହୋଇଯାଏ ବା କୈାଣସି ବ୍ୟାକ୍ଟେରିଆ ଠାରୁ ଦୂଷିତ ପାନୀୟ ପିଇବା ଦ୍ୱାରା ମଧ୍ୟ ହୋଇପାରେ ।

‘ରେଟ୍ ଫିବର’ର ଲକ୍ଷଣ :

• ଜ୍ୱର

• ମୁଣ୍ଡବ୍ୟଥା

• ଶରୀର ବ୍ୟଥା

• ପେଟରେ ଯନ୍ତ୍ରଣା

• ବାନ୍ତି ହେବା

ଏହି ଅଙ୍ଗ ଉପରେ ଏହାର ଖରାପ ପ୍ରଭାବ ପଡ଼େ :

• କିଡନୀ ଉପରେ

• ମସ୍ତିଷ୍କରେ

• ଲିଭରରେ

• ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇପାରେ

• ଶ୍ୱାସ ସମ୍ବନ୍ଧିତ ଅନେକ ସମସ୍ୟା ହୋଇପାରେ

ଏହି ରୋଗ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଦ୍ରୁତ ଗତିରେ ଓ ସହଜରେ ସଂକ୍ରମଣ ହୁଏ । ସବୁଠାରୁ ଚିନ୍ତାର ବିଷୟ ଏହା ଯେ, ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ୨୧୬ ଆଶ୍ୱସ୍ଥି କ୍ୟାମ୍ପରେ କେରଳର ୧୯,୫୨୪ ନାଗରିକ ଅଛନ୍ତି । ଯାହାଙ୍କ ଉପରେ ରୋଗର ଆଶଙ୍କା ସବୁଠାରୁ ଅଧିକ ।