କନକ ବ୍ୟୁରୋ : ଆପଣ କେବେ ନା କେବେ ଟ୍ରେନରେ ନିହାତି ଭାବେ ଯାତ୍ରା କରିଥିବେ । ଟ୍ରେନ ଯାତ୍ରା ଖୁବ ମଜାଦାୟକ ହୋଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କାହିଁକି ରେଲୱେ ଷ୍ଟେସନକୁ ଆମେ ସବୁବେଳେ ଇଂରାଜୀ ଶବ୍ଦରେ ଉଚ୍ଚାରଣ କରିଥାଉ । ଓଡ଼ିଆରେ ମଧ୍ୟ ଆମେ ଏହାକୁ ରେଳ ଷ୍ଟେସନ ବୋଲି କହିଥାଉ । କିନ୍ତୁ ହିନ୍ଦିରେ ରେଲୱେ ଷ୍ଟେସନକୁ କ’ଣ କୁହାଯାଏ ତାହା ଆପଣ ଜାଣିଛନ୍ତି କି ? ଆସନ୍ତୁ ଜାଣିବା ।
ହିନ୍ଦିରେ ଟ୍ରେନକୁ କ’ଣ କୁହାଯାଏ ?
ହୁଏତ ଆମେ କେବେ ଜାଣିବାକୁ ଇଚ୍ଛା କରିନେ ଯେ, ରେଲୱେ ଷ୍ଟେସନ କିମ୍ବା ଟ୍ରେନକୁ ହିନ୍ଦିରେ କ’ଣ କୁହାଯାଏ । ଏପରିକି କିଛି ଲୋକ ଭାବିଥାନ୍ତି ଯେ, ରେଲୱେ ଷ୍ଟେସନ କିମ୍ବା ଟ୍ରେନକୁ ହିନ୍ଦିରେ ମଧ୍ୟ ସମାନ ଉଚ୍ଚାରଣ କରାଯାଏ । କିନ୍ତୁ ନା..ଟ୍ରେନକୁ ହିନ୍ଦିରେ ‘ଲୌହ ପଥ୍ ଗାମିନୀ’ ବୋଲି କୁହାଯାଏ । ଏବଂ ସରଳ ଭାଷାରେ ଲୋକେ ଏହାକୁ ‘ରେଲଗାଡ଼ି’ ବୋଲି କହିଥାନ୍ତି ।
ରେଲୱେ ଷ୍ଟେସନକୁ ହିନ୍ଦିରେ କ’ଣ କୁହାଯାଏ ?
ରେଲୱେ ଷ୍ଟେସନକୁ ସାଧାରଣତଃ ଭାବେ ଆମେ ଓଡି଼ଆରେ ରେଳ ଷ୍ଟେସନ ବୋଲି କହିଥାଉ । କିନ୍ତୁ ହିନ୍ଦିରେ ଏହାକୁ ‘ଲୌହ ପଥ୍ ଗାମିନୀ ବିରାମ ବିନ୍ଦୁ’ କିମ୍ବା ‘ଲୌହ ପଥ୍ ଗାମିନୀ ବିଶ୍ରାମ ସ୍ଥଳ’ ବୋଲି କୁହାଯାଇଥାଏ । ଏହି ନାମ ଏତେ ଲମ୍ବା ଏବଂ ଜଟିଳ ହୋଇଥିବାରୁ ଲୋକେ ଏହାକୁ ଇଂରାଜୀରେ ରେଲୱେ ଷ୍ଟେସନ ବୋଲି ଉଚ୍ଚାରଣ କରିବାକୁ ପସନ୍ଦ କରିଥାନ୍ତି ।