ସ୍ପାଏୱେର ପେଗାସସ୍ କ’ଣ ? ଜାଣନ୍ତୁ କେମିତି ଏହା ଆପଣଙ୍କ ମୋବାଇଲକୁ ହ୍ୟାକ କରିଥାଏ ?

172

କନକ ବ୍ୟୁରୋ : ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ୍ କରିଛି ଇସ୍ରାଏଲର ଏକ ସଂସ୍ଥା । ୨୦୧୯ରେ ଚର୍ଚ୍ଚାରେ ଥିଲା ଇସ୍ରାଏଲର ଏହି ସଂସ୍ଥା ସ୍ପାଏୱେର ପେଗାସସ୍ । ଏବେ ପୁଣି ୩୦୦ ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ କରି ଚର୍ଚ୍ଚାକୁ ଫେରିଛି ଏହି ଇସ୍ରାଏଲ ସଂସ୍ଥା । ସବୁଠାରୁ ବଡକଥା ହେଉଛି, ମୋଦୀ ସରକାରଙ୍କ ଦୁଇ ମନ୍ତ୍ରୀ, ସୁପ୍ରିମକୋର୍ଟର ଜଣେ ବିଚାରପତି, ବିରୋଧୀ ଦଳର ୩ ଜଣ ନେତା ଏବଂ ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ନମ୍ବରକୁ ହ୍ୟାକ କରିବାରେ ସମର୍ଥ ହୋଇଛି ଏହି ସଂସ୍ଥା । ତେବେ ଭାରତର କେଉଁ ଏଜେନ୍ସି ପକ୍ଷରୁ ଇସ୍ରାଏଲି ସଂସ୍ଥା ଏଭଳି ଫୋନ ହ୍ୟାକ କରିଛି, ତାହା ଜଣାପଡି ନାହିଁ ।

କ’ଣ ଏହି ସ୍ପାଏୱେର ପେଗାସସ୍ ?

– ଇସ୍ରାଏଲ କମ୍ପାନି ‘ଏନଏସଓ ଗ୍ରୁପ୍’ ପକ୍ଷରୁ ପ୍ରସ୍ତୁତ ଏକ ସାଇବର ଅସ୍ତ୍ର- ସ୍ପାଏୱେର ପେଗାସସ୍
– ୨୦୧୬ରେ ଆରବର ଜଣେ ସାମାଜିକ କର୍ମୀଙ୍କୁ ପ୍ରଥମ କରି ଟାର୍ଗେଟ ପରେ ଜଣାପଡିଥିଲା
– ୨୦୧୯ରେ ଫେସବୁକ ପକ୍ଷରୁ ‘ଏନଏସଓ ଗ୍ରୁପ୍’ ବିରୋଧରେ ମାମଲା କରାଯାଇଥିଲା
– ହ୍ୱାଟ୍ସଆପ୍ ମଧ୍ୟ ତଥ୍ୟ ସୁରକ୍ଷିତ ନଥିବା ମେସେଜ୍ କରି ବ୍ୟବହାରକାରୀଙ୍କୁ ଜଣାଇଥିଲା
– ଏକ ୱେବସାଇଟ୍ ଲିଙ୍କ୍ ଫୋନ ବ୍ୟବହାରକାରୀଙ୍କୁ ଆସିଥାଏ, ଏଥିରେ କ୍ଲିକ୍ କଲେ ଫୋନ ହ୍ୟାକ୍ ହୁଏ
– ମିସ୍ଡକଲ୍ କିମ୍ବା ହ୍ୱାଟ୍ସଆପ ଭଏସ କଲରେ ବି ଆପଣଙ୍କ ଫୋନରେ ଇନଷ୍ଟଲ ହୋଇଯିବ ପେଗାସସ୍
– ଥରେ ହ୍ୟାକ୍ ହୋଇଗଲେ ଫୋନରେ ଥିବା ସମସ୍ତ ତଥ୍ୟ ହ୍ୟାକରଙ୍କ ପାଖକୁ ଚାଲିଯିବ
– ଫୋନରେ ହେଉଥିବା କଥା, ମେସେଜ, ହ୍ୱାଟ୍ସଆପ ମେସେଜ ସବୁକିଛି ଜାଣିପାରିବେ ହ୍ୟାକର
– ଏପରିକି ଆପଣଙ୍କ ଫୋନର କ୍ୟାମେରାକୁ ମଧ୍ୟ ବ୍ୟବହାର କରିପାରିବେ ହ୍ୟାକର