କନକ ବ୍ୟୁରୋ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ସେନା । ବଢିଲା ଭାରତୀୟ ଯବାନଙ୍କ ଶକ୍ତି । ଭାରତୀୟ ସାମରିକ ଶକ୍ତିକୁ ବଢାଇଛି ଜେଟପ୍ୟାକ । ବିମାନ ବିନା ଯବାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ ଏହି ଜେଟପ୍ୟାକ । ଆପଣଙ୍କୁ ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହାକୁ ସତ କରି ଦେଖାଇଛି ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ । ଯାହା ଭାରତୀୟ ସେନା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି ।

Advertisment

ଜେଟପ୍ୟାକ । ଏହାକୁ ପିନ୍ଧି ଟ୍ରାଏଲ କରିଛନ୍ତି ଭାରତୀୟ ଯବାନ । ବୈଷୟିକ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଜ୍ୟାକେଟ ପିନ୍ଧି ଆକାଶରେ ଉଡିବୁଲିଛନ୍ତି ଭାରତୀୟ ଯବାନ । ନିକଟରେ ଆଗ୍ରାରେ ଏହାର ଟ୍ରାଏଲ ରନ କରାଯାଇଛି । ଆଗ୍ରାର ଏରୋବର୍ଣ୍ଣ ଟ୍ରେନିଂ ସ୍କୁଲରେ ଏହି ଜ୍ୟାକେଟ ପିିନ୍ଧି କଳାକୌଶଳ ପ୍ରଦର୍ଶନ କରିଛନ୍ତି ଯବାନ । ଏଥିସହ ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଇଣ୍ଡିଆନ ଏରୋସ୍ପେଶ ଡିଫେନ୍ସ ନ୍ୟୁଜ ପକ୍ଷରୁ ଏହାକୁ ନେଇ କିଛି ଭିଡିଓ ପୋଷ୍ଟ କରାଯାଇଛି । ଆସନ୍ତୁ ଜାଣିବା ଏହି ଜେଟପ୍ୟାକ କଣ ଓ ଏହା କିଭଳି ଭାରତୀୟ ଯବାନଙ୍କ ପାଇଁ ସଂଜୀବନୀ ସାଜିବ:

ସେନାର ଶକ୍ତି ବଢ଼ାଇବ ‘ଜେଟପ୍ୟାକ’
- ଭାରତୀୟ ସେନାର ନୂଆ ଉପକରଣ ଜେଟପ୍ୟାକ
- ଯବାନ ଏହି ଜ୍ୟାକେଟ ପିନ୍ଧି ଆକାଶରେ ଉଡ଼ିପାରିବେ
- ଜେଟପ୍ୟାକ ପିନ୍ଧି ୧୦ରୁ ୧୫ ମିଟର ଉଚ୍ଚ ଆକାଶରେ ଉଡ଼ିବା ସମ୍ଭବ
- ସୀମିତ ଦୂରତା ମଧ୍ୟରେ ଉଡିପାରିବେ ଯବାନ
- ପାହାଡ଼, ଜଙ୍ଗଲ ଓ ସୀମାରେ ସର୍ଭିଲାନ୍ସ କରିହେବ
- ଅପହଞ୍ଚ ଅଞ୍ଚଳରେ ପହଞ୍ଚିବା ହେବ ସମ୍ଭବ
- ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଏହାର ବ୍ୟବହାର କରାଯିବ

କିଭଳି ପରିଚାଳିତ ହୁଏ ‘ଜେଟପ୍ୟାକ’
- ଗ୍ୟାସ ସରଭାଇଭାଲ ଇଞ୍ଜିନରେ ଏହା ପରିଚାଳିତ ହୁଏ
- ଦୁଇ ହାତରେ ଦୁଇଟି ‘ପଟ୍’ ଧରି ଏହାକୁ କଂଟ୍ରୋଲ କରାଯାଏ
- ଜ୍ୟାକେଟ ପଛରେ ଲାଗିଥିବା ବଡ ‘ପଟ୍’ ଦ୍ୱାରା ଉଡ଼ାଣ ଭରାଯିବ
- ଜେଟପ୍ୟାକ ଜ୍ୟାକେଟ୍ ଓଜନ ୪୦କେଜି
- ଜ୍ୟାକେଟ୍ ପିନ୍ଧି ସହଜରେ ଉଡିହେବ ଏବଂ ଓହ୍ଲାଇହେବ
- ୫୦ କିଲୋମିଟର ଦୂରତାକୁ ୮ମିନିଟରେ ପୂରା କରିବ ଜେଟପ୍ୟାକ
- ଅପହଞ୍ଚ ସ୍ଥାନରେ ସେନା ସହଜରେ ପହଞ୍ଚିବ
- ହାଲୁକା ପ୍ରତିରକ୍ଷା ସାମଗ୍ରୀ ପଠାଇବା ସହଜ ହେବ
- ଲଦାଖର ପାହାଡ଼ିଆ ଅଞ୍ଚଳରେ ଶତ୍ରୁକୁ ହରାଇବା ସହଜ ହେବ
- ବ୍ରିଟେନ୍ ପ୍ରତିରକ୍ଷା କମ୍ପାନୀଠାରୁ ଜେଟପ୍ୟାକ କିଣିଛି ଭାରତ
- ପ୍ରଥମ ପର୍ଯ୍ୟାୟରେ ୪୮ଟି ଜେଟପ୍ୟାକ କିଣାଯାଇଛି