କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏବେ ସରକାରୀ ସ୍କୁଲରେ ଶିକ୍ଷକତା କରିବାକୁ ହେଲେ ବିଇଡି କୋର୍ସ ମାନ୍ୟ ହେବନାର୍ହି । ଏବେ ବିଇଡି କୋର୍ସ ସ୍ଥାନରେ ପ୍ରସ୍ତୁତ ହୋଇସାରିଛି ଆଇଟିଇପି ପୋଗ୍ରାମ । ଏହି ପ୍ରୋଗ୍ରାମକୁ ଏନସିଇଟି ବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟିଚର ଏଜୁକେଶନ । ଆଇଟିଇପି ବା ଟିଚର୍ସ ବା ଇଣ୍ଟିଗ୍ରେଟେଡ ଟିଚର୍ସ ଏଜୁକେଶନ ପ୍ରୋଗ୍ରାମ ନାମରେ ନାମିତ କରାଯାଇଛି । ୪ବର୍ଷିୟା ଗ୍ରାଜୁଏସନ କୋର୍ସ ପରେ ୨୦୩୦ ଠାରୁ ଏହି କୋର୍ସ ମାଧ୍ୟରେ ଶିକ୍ଷକ ଚୟନ କରାଯିବ । ଏହି କୋର୍ସ ଆପଣଙ୍କ ଯୋଗ୍ୟତା ସହ ସାମିଲ କରାଯିବ ।

Advertisment

କହିରଖୁ କି, ଆଗକୁ ମଧ୍ୟ ବିଇଡି କୋର୍ସ ଜାରି ରହିବ । ହେଲେ ଏହା କେବଳ ଏକାଡେମିକ ହେବ । ଏହାପରେ ଆପଣ ପୋଷ୍ଟ ଗ୍ରାଜୁଏଟ ଓ ପିଏଚଡି ମଧ୍ୟ କରିପାରିବେ । ଆଗାମୀ ବର୍ଷ ଠାରୁ ଅଧିକତର ବିଇଡି କଲେଜରେ ଆଇଟିଇପି କୋର୍ସ ବିକଳ୍ପ ସ୍ଥାନ ପାଇପାରେ । କହିରଖୁ କି ଧିରେ ଧିରେ ପ୍ରାଥମିକ ଶକ୍ଷା ଠାରୁ ନେଇ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷାନୀତି ଲାଗୁ ହେବାକୁ ଯାଉଛି । ଏହି କ୍ରମରେ ୨୦୩୦ ଠାରୁ ୪ ବର୍ଷିୟ ବିଏଡ ବା ୪ ବର୍ଷିୟ ଏକୀକୃତ ଅଧ୍ୟାପକ ଶିକ୍ଷା କାର୍ଯ୍ୟକ୍ରମ ଆଇଟିଇପି ଡିଗ୍ରୀ ଅର୍ନିବାର୍ଯ୍ୟ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ରାଷ୍ଟ୍ରିୟ ଶିକ୍ଷାନୀତି (ଏନଇପି) ୨୦୨୦ର ସୁପାରିଶ କ୍ରମରେ ପ୍ରାଥମିକ ଶିକ୍ଷାଠାରୁ ଯୁକ୍ତ ୨ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କ ପାଇଁ ନ୍ୟୁନତମ ଯୋଗ୍ୟତା ସ୍ଥିର କରାଯାଇଛି । ଏଥିରେ ବିଏ.-ବଏଡ, ବିଏସି-ବିଏଡ ଓ ବିକମ୍-ବିଏଡ ସାମିଲ ଅଛି । ବର୍ତ୍ତମାନ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ୪୧ଟି ବିଶ୍ୱବିଦ୍ୟାଳୟରେ ପାଇଲଟ ପ୍ରୋଜେକ୍ଟ କ୍ରମରେ ୪ବର୍ଷିୟା ବିଏଡ ପ୍ରୋଗ୍ରାମ ଆରମ୍ଭ ହୋଇଛି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ତରଫରୁ ନ୍ୟାସନାଲ ଏଣ୍ଟ୍ରାନ୍ସ ଏଗଜାମ ପାଇଁ ଆସନ୍ତା ସପ୍ତାହରୁ ଅନଲାଇନ ଆବେଦନ ଗ୍ରହଣ କରାଯିବ । ରାଷ୍ଟ୍ରୀୟ ଅଧ୍ୟାପକ ଶିକ୍ଷା ପରିଷଦ ଏନସିଇଟିଇ ଏନଇପି ୨୦୨୦ର ସୁପାରିଶ କ୍ରମେ ୪ବର୍ଷିୟା ବିଏଡ ପ୍ରୋଗ୍ରାମ ଆରମ୍ଭ କରିଛି ।