କରୋନା ଲକ୍ଷଣ ଆସିଲେ କରିବେ କଣ ? ଘରେ ସଂଗରୋଧରେ ରହିଥିଲେ ଆପଣଙ୍କୁ ମାନିବାକୁ ପଡିବ କେଉଁ ସବୁ ନିୟମ? ସାମନ୍ୟ ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

969

କନକ ବ୍ୟୁରୋ: କରୋନା ଏବେ ବିନା ଲକ୍ଷଣରେ ଅଧିକାଂଶ ଲୋକଙ୍କ ଦେହରେ ପ୍ରବେଶ କରୁଛି । ଅନ୍ୟପଟେ କିଛି ପଜିଟିଭଙ୍କର ବି ଲକ୍ଷଣ ଦେଖାଦେଉଛି ଯେମିତି କି କାଶ ହେବା ଜ୍ୱର ହେବା, ଛାତିରେ ଯନ୍ତ୍ରଣା ଦେଖାଦେବା , ଦେହରୁ ଅତ୍ୟାଧିକ ଝାଳ ବାହାରିବା । ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ ସେଣ୍ଟରକୁ ଯାଇ ନିଜର କୋଭିଡ୍ ଟେଷ୍ଟ କରାଇନେବା ଜରୁରୀ । ଯଦି ପଜିଟିଭ୍ ଆସୁଛି ତାହେଲେ ତୁରନ୍ତ କୋଭିଡ୍ ଗାଇଡ ଲାଇନ ମୁତାବକ ଚିକିତ୍ସା କରାନ୍ତୁ ।

ଘରେ ସଂଗରୋଧରେ ରହି କଣ କରିବେ?

ଯଦି ଆପଣଙ୍କୁ କରୋନା ପଜିଟିଭ୍ ଆସିଛି ତାହେଲେ ଆପଣ ମେଡିକାଲ ଠାରୁ ସୁରକ୍ଷିତ ଭାବେ ଘରେ ସଂଗରୋଧ କେନ୍ଦ୍ରରେ ରହିପାରିବେ । ହେଲେ ଆପଣ ସଂଗରୋଧ କେନ୍ଦ୍ରରେ ରହୁଥିଲେ ସେମାନେ କିଛି କଟକଣା ମାନିବାକୁ ପଡିବ । ଯେମିତି କି ଆପଣ ନିର୍ଦ୍ଧିଷ୍ଟ ଗୋଟିଏ ପାଇଖାନା ବ୍ୟବହାର କରନ୍ତୁ । ଗୋଟିଏ ଘରେ ରୁହନ୍ତୁ । ଆପଣଙ୍କ କପଡା ଯେଭଳି ଅନ୍ୟକେହି ବ୍ୟବହାର ନକରନ୍ତି ତା ଉପରେ ନଜର ରଖିବାକୁ ହେବ । ଯେଉଁ ଘରେ ରୋଗୀ ରହୁଛି ସେ ସେଠାରୁ ଅନ୍ୟକୁ ବାହାରନ୍ତୁ ନାହିଁ । ଘରେ ଥିଲେ ବି ମାସ୍କ ବ୍ୟବହାର କରିବା ଜରୁରୀ ଅଟେ । ତାଙ୍କର ଚିକିତ୍ସା କରୁଥିବା ବ୍ୟକ୍ତି ନାବାଳକ ବା ବୟସ୍କ ଲୋକ ହୋଇ ନଥିବ ।