କରୋନାର ଅନ୍ତ କେଉଁଠି ? ସୃଷ୍ଟି ହେବ କି ସମୂହ ପ୍ରତିରୋଧକ ଶକ୍ତି, କେତେ ପ୍ରତିଶତ ଆକ୍ରାନ୍ତ ହେଲେ ସୃଷ୍ଟି ହେବ ରୋଗପ୍ରତିରୋଧ ଶକ୍ତି? ପଢ଼ନ୍ତୁ…

928

କନକ ବ୍ୟୁରୋ: କିଛି ଏହି ଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କାରଣ କେତେ ପ୍ରତିଶତ ଲୋକେ କରୋନାରେ ଆକ୍ରାନ୍ତ ହୋଇ ଭଲ ହୋଇଗଲେ ହର୍ଡ ଇମ୍ୟୁନିଟି ବା ସମୂହ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ ସେନେଇ କିଛି ନିଶ୍ଚିତ ଉତର ନାହିଁ ।

ତେବେ ଏହି ପରିସ୍ଥିତି କେମିତି ହୋଇପାରେ । ଯେତେବେଳେ ମଣିଷ ନିଜ ଦେହରୁ ଆଉ କରୋନା ସଂକ୍ରମଣ କରିପାରିବ ନାହିଁ । କାରଣ ଆକ୍ରାନ୍ତ ହେବା ଭଳି ଆଉ ଲୋକ ନଥିବେ । ପ୍ରାୟ ଲୋକ ଆକ୍ରାନ୍ତ ହୋଇ ଭଲ ହୋଇସାରିଥିବେ କିମ୍ବା ଟିକା ନେଇ ଆଂଟିବଡି ସୃଷ୍ଟି ହୋଇଥିବ ।

ଏଭଳି ରୋଗ ପ୍ରତିରୋଧକ ସୃଷ୍ଟି ପାଇଁ ବିଶେଷଜ୍ଞମାନେ କହିଥିଲେ ବୋଧହୁଏ ୭୦ ପ୍ରତିଶତ ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବା ଆଂଟିବଡି ସୃଷ୍ଟି ହୋଇଥିଲେ, ସେଠାରେ ସମୂହ ରୋଗ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟ ସୃଷ୍ଟି ହୋଇଗଲା ବୋଲି କୁହାଯିବ । କିନ୍ତୁ ଆମେରିକାର ପ୍ରତିଷ୍ଠିତ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସକୁ ସାକ୍ଷାତକାର ଦେଇ ୧୨ ଜଣରୁ ଅଧିକ ବୈଜ୍ଞାନିକ କହିଛନ୍ତି, ୫୦ ପ୍ରତିଶତ କିମ୍ବା ତାଠାରୁ କମ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇ ଭଲ ହୋଇଗଲେ ସେଠାରେ ସମୂହ ରୋଗ ପ୍ରତିରୋଧକ ସୃଷ୍ଟିହୋଇଗଲା ବୋଲି କୁହାଯିବ ।

ନ୍ୟୁୟର୍କ ଟାଇମ୍ସକୁ ସାକ୍ଷାତକାର ଦେଇଥି୍ବା ବୈଜ୍ଞନାକିମାନେ ଆହୁରି କହିଛନ୍ତି ନ୍ୟୁୟର୍କ, ଲଣ୍ଡନ ଓ ମୁମ୍ବାଇର କିଛି ସ୍ଥାନରେ ସମୂହ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଇପାରେ । ତେବେ ଆଗକୁ ଶୀତ ଋତୁ ଆସିଲେ ସମୂହ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ।

ଗ୍ରାମାଂଚଳ କିମ୍ବା ଛୋଟ ଛୋଟ ସହରରେ ଯେଉଁଠି ଲୋକ ପରସ୍ପର ଠାରୁ ଦୂରରେ ଘର କରିଥାନ୍ତି, ସେପରି ସ୍ଥାନରେ ଏହି ଭୂତାଣୁ ଖୁବ ଧିମା ଗତିରେ ବ୍ୟାପେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏଭଳି ସ୍ଥାନରେ ୨୦ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇ ଭଲ ହୋଇଗଲେ ସେଠାରେ ସମୂହ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ।

ମୁମ୍ବାଇରେ କିଛି ଅଂଚଳରେ ଘର ଘର ବୁଲି ସେରୋ ସର୍ଭେ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଗରିବ ଲୋକ ରହୁଥିବା ଅଂଚଳରେ ୫୧ରୁ ୫୮ ପ୍ରତିଶତ ଲୋକଙ୍କ ଠାରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଥିଲା । କିନ୍ତୁ ଅନ୍ୟ ଅଂଚଳରେ ୧୧ ପ୍ରତିଶତରୁ ୧୭ ପ୍ରତିଶତଙ୍କ ଠାରେ ଆଂଟିବଡି ସୃଷ୍ଟି ହୋଇଥିଲା ।