ସବୁଜ ବାଣ କ’ଣ ? ଜାଣନ୍ତୁ କେମିତି ପାଳନ କରିବେ ଇକୋ-ଫ୍ରେଣ୍ଡଲୀ ଦୀପାବଳୀ

ସବୁଜ ବାଣ କ’ଣ ?

167

ଦୀପାବଳୀରେ ବାଣର ବିକ୍ରିକୁ ନେଇ ସୁପ୍ରିମକୋର୍ଟ ନିଜର ଫଇସଲାରେ କହିଥିଲେ ଯେ, ଦୀପାବଳୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ନାହିଁ । କିନ୍ତୁ ବାଣ ରାତି ୮ଟାରୁ ୧୦ଟା ମଧ୍ୟରେ କେବଳ ୨ ଘଣ୍ଟା ପାଇଁ ଫୁଟାଇପାରିବେ । ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ କେବଳ ଗ୍ରିନ୍ କ୍ରାକର୍ସ୍ ବା ସବୁଜ ବାଣର ବ୍ୟବହାର କରିପାରିବେ। ସବୁଜ ବାଣ ଅନ୍ୟ ବାଣ ଅପେକ୍ଷା ସେତେ କ୍ଷତିକାରକ ନହେବା ସହ ସେଥିରେ ରାସାୟନିକ ପଦାର୍ଥର ମିଶ୍ରଣର ପରିମାଣ ମଧ୍ୟ ବହୁତ କମ୍ ରହିଛି। ଜାଣନ୍ତୁ ଗ୍ରିନ୍ କ୍ରାକର୍ସ୍ ବା ସବୁଜ ବାଣ ବିଷୟରେ…

ସବୁଜ ବାଣ କ’ଣ ? : ଏହି ବାଣଗୁଡ଼ିକ ସାଧାରଣ ଭାବେ ବ୍ୟବହାର ହେଉଥିବା ଅନ୍ୟ ବାଣ ଅପେକ୍ଷା କମ୍ କ୍ଷତିକାରକ ଓ ଏଥିରେ ବହୁତ କମ୍ ମାତ୍ରାରେ ରାସାୟନିକ ପଦାର୍ଥ ମିଶିଛି।

କାହିଁକି କୁହାଯାଉଛି ଗ୍ରିନ୍ (ସବୁଜ) :

• ଏଥିରେ କେମିକାଲ୍ସ ଫର୍ମୁଲେସନ୍ ଏମିତି ହୋଇଛି ଯାହା ପାଣିର ମଲିକ୍ୟୁଲ୍ ବା ଅତି ସୂକ୍ଷ୍ମ କଣିକା ସୃଷ୍ଟି କରିଥାଏ।

• ଏହା କ୍ଷତିକାରକ ରାସାୟନିକ ପଦାର୍ଥ କ୍ଷରଣ ସ୍ତରକୁ କମ୍ କରିବା ସହ ଧୂଳିକଣାକୁ ଶୋଷି ନେଇଥାଏ।

• ମୁଖ୍ୟତଃ ଏହା ଲାଇଟ୍ ଓ ସାଉଣ୍ଡ୍ ସୋ ହୋଇଥାଏ, ଯାହା କମ୍ ପ୍ରଦୂଷଣ କରିଥାଏ।

• ପାର୍ଟିକୁଲେଟ୍ ମେଟର୍, ନାଇଟ୍ରସ୍ ଅକ୍ସାଇଡ୍ ଓ ସଲଫର ଅକ୍ସାଇଡ୍ ଭଳି ପ୍ରଦୂଷକ ୩୦-୩୫ ପ୍ରତିଶତ କମ୍ କରିଥାଏ।

• ୪-୫ ବର୍ଷ ଭିତରେ ବଜାରକୁ ଆସିବାର ସମ୍ଭାବନା

• ସିଏସଆଇଆର୍ ର ନେସ୍ନାଲ୍ ଏନଭାଇରୋନମେଣ୍ଟାଲ୍ ଇଞ୍ଜିନିୟରିଂ ରିସର୍ଚ୍ ଏହାକୁ ତିଆରି କରୁଛି।

• ପେଟ୍ରୋଲିୟମ୍ ଓ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନରୁ ମଞ୍ଜୁରି ମିଳିବା ପରେ ଏହାର ଉତ୍ପାଦନ ଆରମ୍ଭ ହୋଇଯିବ।

ଅନ୍ୟାନ୍ୟ ନିରାପଦ ବାଣ :

• କମ୍ ଆଲ୍ମିନିୟମ୍ ଥିବା ବାଣ, ଯାହା କମ୍ ପ୍ରଦୂଷଣ କରିଥାଏ।

• ବିଜଲି ବାଣ, ଯେଉଁଥିରେ ବାରୁଦର ବ୍ୟବହାର ହୋଇ ନଥାଏ।

• ଏମିତି ସବୁ ବାଣ ଯେଉଁଥିରେ ଆଣ୍ଟିମନି, ଲିଥିୟମ୍, ମର୍କ୍ୟୁରି, ଆର୍ସେନିକ୍ ଆଦି କ୍ଷତିକାରକ ଜିନିଷର ମିଶ୍ରଣ ହୋଇନଥିବ।