ଆଜିକାଲି ଅପରାଧୀ ମାନଙ୍କର ସାହସ ଏତେ ଅଧିକ ହେଇଗଲାଣି  ଯେ ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇବାକୁ ଭୟ କରୁନାହାନ୍ତି । ଜାତୀୟ ରାଜପଥ ଏବଂ ପରିବହନ ମନ୍ତ୍ରୀଙ୍କଠୁ ଡକାୟତିର ଏକ  ସମ୍ବେଦନଶୀଳ ମାମଲା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ ।

ଦକ୍ଷିଣ ଆଫ୍ରିକାରେ ମୁଖାଧାରୀ ଆକ୍ରମଣକାରୀମାନେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ।  ଅପରାଧୀମାନେ ରାସ୍ତାରେ ଅଟକିଥିବା ତାଙ୍କ କାରରୁ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି । ରାସ୍ତାରେ  ଟାୟାର ବଡଲଉଥିବା ସମୟରେ ହଠାତ କିଛି ଅପରାଧୀ ଆସି ପହଞ୍ଚିଥିଲେ । ମନ୍ତ୍ରୀ ଓ ଅଙ୍ଗରକ୍ଷୀମାନଙ୍କୁ କାବୁ କରି କାରରେ ଯାହା ମିଳିଲା ସବୁ ଲୁଟ କରି ନେଇଗଲେ । ଏପରିକି ଅଙ୍ଗରକ୍ଷୀଙ୍କ ବନ୍ଧୁକ ବି ।  ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନେ ସେହି ରାଜପଥରେ ଯିବାକୁ ଭୟ କରୁଛନ୍ତି । ଲୋକମାନଙ୍କ କହିବାର କଥା ହେଲା ଯେଉଁଠି କେନ୍ଦ୍ରମନ୍ତ୍ରୀ ସୁରକ୍ଷିତ ନାହାନ୍ତି ସେଠି ସାଧାରଣ ଲୋକଙ୍କ କଥା କିଏ ପଚାରେ । ଅପରାଧୀମମାନେ ମନ୍ତ୍ରୀ ଚିକୁଙ୍ଗାଙ୍କ ଲାପଟପ୍, ଫୋନ୍ ଏବଂ ତାଙ୍କ ଦୁଇ ଅଙ୍ଗରକ୍ଷୀଙ୍କ ଅସ୍ତ୍ର ଲୁଟି ଘଟଣାସ୍ଥଳରୁ ଫେରାର ହେଇ  ଯାଇଥିଲେ ।

ସଂସଦରେ ବର୍ଣ୍ଣନା କଲେ ଘଟଣା

ସଂସଦ କମିଟି ବୈଠକରେ ତାଙ୍କ ସହ ଘଟିଥିବା ଘଟଣାକୁ ଚିକୁଙ୍ଗା ମନେ ପକାଇଥିଲେ । ସେ କହିଛନ୍ତି ଯେ ନଭେମ୍ବର ୬ ତାରିଖ ସକାଳେ ଟାୟାର ଫାଟିଯିବା ଯୋଗୁଁ ସେ ଟାୟାର ବଦଳାଇବା ପାଇଁ କାରକୁ ଅଟକାଇଥିଲେ । ହଠାତ୍ କିଛି ମୁଖାପିନ୍ଧା ବନ୍ଧୁକଧାରୀ ଆସି ତାଙ୍କ ଗାଡି ପାଖରେ ପହଞ୍ଚି ତାଙ୍କ ଅଙ୍ଗରକ୍ଷୀମାନଙ୍କୁ ଧକ୍କା ଦେଇ ତଳେ ପକେଇ ଦେଇଥିଲେ । ତାଙ୍କୁ କାରରୁ ଟାଣି ଆଣି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ଦେଇଥିଲେ । କାରରେ ଥିବା ତାଙ୍କ ଲାପଟପ, ମୋବାଇଲ ଫୋନ ଓ ପର୍ସ ସହ ତାଙ୍କ ଅଙ୍ଗରକ୍ଷୀଙ୍କ ବନ୍ଧୁକ ଲୁଟି ମାତ୍ର କେଇ ମିନିଟ ମଧ୍ୟରେ ଘଟଣାସ୍ଥଳରୁ ଫେରାର ହେଇଯାଇଥିଲେ ।

ରାଜପଥରେ ପାଟ୍ରୋଲିଂ କଡାକଡି

ଏହି ଘଟଣା ପରେ ରାଜପଥ ମାନଙ୍କରେ ପାଟ୍ରୋଲିଂ କଡାକଡି କରାଯାଇଛି । ସମସ୍ତ ସନ୍ଦିଗ୍ଧ ଲୋକ ଓ ବାହାନ ଉପରେ ନଜର ରଖାଯାଇଛି । ପରିବହନ ମନ୍ତ୍ରୀଙ୍କ କହିବାନୁସାରେ, ସାରା ଦେଶରେ ଅପରାଧିକ ମାମଲା ବୃଦ୍ଧି ପାଇଛି । ବିଶେଷକରି ରାଜପଥରେ ଡକାୟତି, ଅପହରଣ ଏବଂ କାର ଅପହରଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ବିରୋଧୀଙ୍କ ମାନେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଯେତେବେଳେ ଦେଶରେ ମନ୍ତ୍ରୀମାନେ ନିରାପଦରେ ନାହାଁନ୍ତି, ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ? ଏହି ଘଟଣାରୁ ଏହା ପ୍ରମାଣିତ ହେଇଛି ।

ଅଙ୍ଗରକ୍ଷୀମାନଙ୍କ ଉପରେ ଅସନ୍ତୋଷ

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ଉଭୟ ଅଙ୍ଗରକ୍ଷୀଙ୍କୁ ଦୀର୍ଘ ଛୁଟିରେ ପଠାଯାଇଛି । କୁହାଯାଉଛି ଯେ ସେମାନେ ଫିଟ୍ ନହେବା ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସ୍ଥାନରେ ପୋଷ୍ଟିଂ କରାଯିବ ନାହିଁ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଏପରି ପଦକ୍ଷେପ ନିଆଯାଉଛି। ବିଶେଷକରି ଯେଉଁମାନେ VIP ମାନଙ୍କ ସୁରକ୍ଷାରେ ନିଯୋଜିତ ଅଛନ୍ତି । ଏହି ସେବାକୁ ଅଧିକ ମଜବୁତ କରିବା ପାଇଁ କଡ଼ା ପଦକ୍ଷେପ ନିଆଯାଉଛି ।

ବେଆଇନ ଅସ୍ତ୍ର ଦ୍ଵାରା ଅପରାଧ ସଂଗଠିତ 

ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ଦ୍ଵାରା କରାଯାଇଥିବା ବାର୍ଷିକ ସର୍ଭେରେ ଜଣାପଡିଛି ଯେ ୧.୩  ନିୟୁତ ଲୋକ ଲୁଟର ଶିକାର ହୋଇଛନ୍ତି । ଅର୍ଥାତ୍ ସରକାର ସ୍ୱୀକାର କରିଛନ୍ତି ଯେ ଜନସଂଖ୍ୟାର ତିନି ପ୍ରତିଶତ ଏହିପରି ଡକାୟତିର ଶିକାର ହୋଇଛନ୍ତି ।  ଦକ୍ଷିଣ ଆଫ୍ରିକାରେ ଛୋଟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମଧ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ କାରଣ ଦେଶରେ ଘରୋଇ ଡକାୟତିର ୬୬,୦୦୦ ରୁ ଅଧିକ ଘଟଣାରେ ବନ୍ଧୁକ ବ୍ୟବହାର କରାଯାଇଛି ।