କନକବ୍ୟୁରୋ: ମାଲକାନଗିରି ଆଇଟିଡିଏରେ ଚାଲିଛି କଣ? ମାଲକାନଗିରି ପିଏ ଆଇଟିଡିଏଙ୍କ ବଦଳିର କେଇ ଘଣ୍ଟା ମଧ୍ୟରେ ପିଏଙ୍କ ବଦଳି ବାତିଲ ଚିଠି ସମସ୍ତଙ୍କୁ ଚକିତ କରିଛି। ଭଲ କରି ଦେଖନ୍ତୁ ଗତକାଲି ଅନୁଚିତ ଜାତି ଓ ଜନଜାତି ବିଭାଗର ଏହି ପତ୍ର ସଂଖ୍ୟା ୧୬୩୭୫କୁ। ପ୍ରଥମାର୍ଦ୍ଧରେରେ ବଦଳି ଆଦେଶ ଆସି ଥିବା ବେଳେ ଏହାର କେଇ ଘଣ୍ଟା ମଧ୍ୟରେ ପତ୍ର ସଂଖ୍ୟା ୧୬୪୮୨ରେ ବଦଳି ବାତିଲ ନିର୍ଦେଶ ଆସିଲା। ଯାହାକୁ ନେଇ ଲୋକଙ୍କ ପ୍ରଶ୍ନ ସୃଷ୍ଟି ହେବା ସ୍ବଭାବିକ।

Advertisment

ଶ୍ରୀମତୀ ଜୟଶ୍ରୀଙ୍କୁ ଉତ୍ତାରାଂଚଳ ଆରଡିସିଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା। ମାଲକାନଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ବିରୋଧରେ ନାନା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଥିଲେ ସେହି ଅଫିସର ଜଣେ କନିଷ୍ଠ ଯନ୍ତ୍ରୀ। ଗତ ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୋହନ ମାଝୀଙ୍କ ନିକଟରେ ଫେରାଦ ହୋଇଥିଲେ ଆଇଟିଡିଏ ଜେଇ ଲକ୍ଷ୍ମୀଧର ବିହାରୀ। ସେହି ସମୟ ଠାରୁ ପିଏ ଆଇଟିଡିଏ ଫୋକସରେ ରହି ଆସିଥିବା ବେଳେ ଏବେ ତାଙ୍କ ବଦଳି ପରେ ନାନା ଚର୍ଚା ଆରମ୍ଭ ହୋଇଛି।