କ’ଣ ଏହି ଜିବି ହ୍ୱାସ୍ଟଆପ୍ ? ଡାଉନଲୋଡ୍ କରିବା ପୂର୍ବରୁ ହୋଇଯାଆନ୍ତୁ ସତର୍କ, ନହେଲେ ହୋଇପାରେ ବଡ଼ ଧରଣର କ୍ଷତି ।

382

କନକ ବ୍ୟୁରୋ : ଜିବି ହ୍ୱାଟ୍ସଆପ୍କୁ ନେଇ ବର୍ତ୍ତମାନ ସମୟରେ ଅନେକ ଚର୍ଚ୍ଚା । କଣ ଏହି ଜିବି ହ୍ୱାଟ୍ସଆପ୍ । କୁହାଯାଉଛି, ଏହି ଜିବି ହ୍ୱାଟ୍ସଆପ୍ ଅତ୍ୟନ୍ତ ବିପଦଜନକ । ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ଜିବି ହ୍ୱାଟ୍ସଆପ୍ କଣ ଏବଂ ଏହା କେମିତି ଆପଣଙ୍କୁ କ୍ଷତି ପହଂଚାଇପାରିବ ।

ଏହା ହ୍ୱାଟ୍ସଆପର କ୍ଲୋନ ଅଟେ କିମ୍ବା ଏହା କୁହାଯାଇପାରେ ଯେ, ଏହା ହ୍ୱାଟ୍ସଆପର ଫୋକର୍୍ଡ ଭର୍ସନ ଅଟେ । ଜିବି ହ୍ୱାଟ୍ସଆପରେ ବ୍ୟବହାରକାରୀମାନେ ସେମିତି ଭାବେ ଚାଟିଂ, କଲିଂ ଇତ୍ୟାଦି କରିପାରିବେ ଯେମିତିକି ହ୍ୱାଟ୍ସଆପରେ ହେଉଛି । ଜିବି ହ୍ୱାଟ୍ସଆପ୍, ବ୍ୟବହାରକାରୀଙ୍କୁ କଷ୍ଟମାଇଜେସନ୍ ସୁବିଧା ପ୍ରଦାନ କରିଥାଏ । ଏଥିରେ କିଛି ଅତିରିକ୍ତ ଫିଚର୍ସ ମଧ୍ୟ ଦିଆଯାଇଛି, ଯାହା ଏହାର ବ୍ୟବହାରକୁ ଆହୁରି ସହଜ କରିଦିଏ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଜିବି ହ୍ୱାଟ୍ସଆପ୍ ଆପ୍ ବ୍ୟବହାରକାରୀଙ୍କର ବ୍ୟକ୍ତିଗତ ତଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ ପ୍ରମାଣିତ ହୋଇପାରେ । ଏବେ ଆସନ୍ତୁ ଜାଣିବା ୟୁଜର୍ସଙ୍କୁ କଣ କ୍ଷତି ପହଞ୍ଚାଇପାରେ ଜିବି ହ୍ୱାଟ୍ସଆପ୍ ।

ସବୁଠାରୁ ବଡ କଥା ହେଉଛି, ଯଦି ଆପଣ ଜିବି ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କର ଅରିଜିନାଲ୍ ହ୍ୱାଟ୍ସଆପ୍ ଆକାଉଂଟ ବ୍ଲକ ହୋଇପାରେ । ଏହି କ୍ଲୋନ୍ ଆପ୍, ବ୍ୟବହାରକାରୀଙ୍କ ସମସ୍ତ ସୂଚନା ଚୋରି କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ନାହିଁ । ଏହାକୁ ଡାଉନଲୋଡ କରିବାକୁ, ଏହାର ଏପିକେ ଫାଇଲ୍ ଡାଉନଲୋଡ୍ କରିବାକୁ ପଡିଥାଏ । ଯାହା ଏକ ସୁରକ୍ଷିତ ବିକଳ୍ପ ନୁହେଁ । ଯଦି ଆପଣ ଆପଣଙ୍କ ଅରିଜିନାଲ୍ ଆକାଉଂଟ ଡିଲିଟ୍ କରିବାକୁ ଚାହୁଁନାହାନ୍ତି, ତେବେ ଏହି ଆପ୍ ଠାରୁ ଦୂରେଇ ରୁହନ୍ତୁ ।

ତେବେ କେବଳ ହ୍ୱାଟ୍ସଆପ୍ ନୁହେଁ, ଅନ୍ୟ କୌଣସି ଆପ୍ ମଧ୍ୟ କେବଳ ଗୁଗୁଲ ପ୍ଲେଷ୍ଟୋରରୁ ହିଁ ଡାଉନଲୋଡ କରନ୍ତୁ । କୌଣସି ଆପର ଏପିକେ ଫାଇଲ୍ ଡାଉନଲୋଡ୍ କରନ୍ତୁ ନାହିଁ । ଏହା ଅତ୍ୟନ୍ତ ବିପଦଜନକ ପ୍ରମାଣିତ ହୋଇପାରେ । ଏହା ସହ ଆପଣଙ୍କୁ କ୍ଷତି ମଧ୍ୟ ପହଂଚିପାରେ ।