କନକ ବ୍ୟୁରୋ : କେନ୍ଦ୍ର ସରକାର ଲମ୍ବା ସମୟ ଧରି ଡାଟା ପ୍ରୋଟେକ୍ସନ୍ ବିଲ୍ ଉପରେ କାମ କରିଆସୁଛନ୍ତି । ଅନେକ ବର୍ଷ ଧରି ଲାଗିରହିଥିବା ଚର୍ଚ୍ଚା ଭିତରେ ଶେଷରେ ଭାରତ ସରକାର ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ବିଲ୍ ଆଣିଛନ୍ତି । କ୍ୟାବିନେଟରେ ଏହାକୁ ମଞ୍ଜୁରି ମିଳିସାରିଛି । ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ବିଲ୍-୨୦୨୨କୁ ଏବେ ସଂସଦରେ ମଞ୍ଜୁରୀ ପାଇଁ ପ୍ରସ୍ତାବ ଦିଆଯିବ । ତେବେ ଏହି ବିଲ୍ ଆମର ବ୍ୟକ୍ତିଗତ ଡାଟାକୁ ସୁରକ୍ଷିତ ରଖିବ ।

Advertisment

ଗତ କିଛି ବର୍ଷ ଭିତରେ ଡିଜିଟାଲ ୱାର୍ଲ୍ଡରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆ କମ୍ପାନୀଗୁଡିକ ସମେତ ଅନ୍ୟ ପ୍ଲାଟଫର୍ମ, ୟୁଜର୍ସଙ୍କ ଅନେକ ଡାଟା ଏକାଠି କରିଥାଏ । ତେଣୁ ଏହି ଡାଟାଗୁଡିକୁ ନେଇ କୌଣସି ଅପବ୍ୟବହାର ନହେଉ ତାକୁ ଦୃଷ୍ଟିରେ ରଖି ଏହି ବିଲକୁ ଆଗତ କରାଯାଇଛି । ପ୍ରାୟ ୬ବର୍ଷ ପୂର୍ବେ ଗୋପନୀୟତାକୁ ଫଣ୍ଡାମେଣ୍ଟାଲ୍ ରାଇଟ୍ସ କହିଥିଲେ ସୁପ୍ରିମକୋର୍ଟ । ତେଣୁ ସରକାର ୟୁଜର୍ସଙ୍କ ଡାଟା ଏବଂ ଗୋପନୀୟତା ପାଇଁ ଏହି ବିଲ୍ ଆଣିଛନ୍ତି । ଯଦି ଏହି ବିଲ୍ ସଂସଦରେ ପାରିତ ହେଉଛି ତେବେ ଏହା ଏକ ଆଇନରେ ପରିଣତ ହେବ । ଆଉ ସମସ୍ତଙ୍କ ଡାଟା ସୁରକ୍ଷିତ ରହିବ