ଆଫିଡେଭିଡ୍ ଦାଖଲ କଲେ ମମତା । ଦିଦିଙ୍କ ସମ୍ପତ୍ତି କେତେ?

337

କନକ ନ୍ୟୁଜ: ଆଗାମୀ ଉପନିର୍ବଚନରେ ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନରେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ପ୍ରିୟଙ୍କା ତିବରେୱାଲ । ନିୟମ ମୁତାବକ ନାମାଙ୍କନ ପତ୍ର ଦାଖଲ ସମୟରେ ନିଜର ଆଫିଡେଭିଡ୍ ଦାଖଲ କରିଥିଲେ ମମତା । ଏଥିରେ କ’ଣ ରହିଛି ମାମତାଙ୍କ ସମ୍ପତ୍ତି ତାଲିକା ?ବର୍ତ୍ତମାନର ଆଫିଡେଭିଡ୍ ଅନୁଯାୟୀ ଏବେ ତାଙ୍କ ପାଖରେ ୬୯,୨୨୫ ଟଙ୍କା ଜମାରାଶି ରହିଛି । ଏହ ପୂର୍ବରୁ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ସମୟରେ ଯେଉଁ ଆଫିଡେଭିଡ୍ ଦାଖଲ କରିଥିଲେ ତା ଅନୁସାରେ ତାଙ୍କ ପାଖରେ ୧୨, ୦୨,୩୫୬ ଟଙ୍କା ଜମା ରାଶି ରହିଥିଲା । ସେସମୟରେ ତାଙ୍କର ମୋଟ ଜମାରାଶି ୧୩,୫୩,୩୫୬ ଟଙ୍କା ଥିଲା ।ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ୍ ଭାବେ ତାଙ୍କ ପାଖରେ ମାତ୍ର ୧୮, ୪୯୦ ଟଙ୍କା ରହିଛି । ଯଦି ଗହଣା କଥା ଆସେ ତେବେ ତାଙ୍କ ପାଷଖର ମାତ୍ର ୯ ଗ୍ରାମ ସୁନା ରହଥିବା ଦର୍ଶଇଛନ୍ତି ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୪୩, ୮୩୭ ଟଙ୍କା ହେବ ।
ସୂଚନା ମୁତାବକ, ବିଧାନସଭା ନିର୍ବାଚନରେ ମମତା ନନ୍ଦଗ୍ରାମ ନିର୍ବାଚନ ମଣ୍ଡଳିରୁ ମୈଦାନକୁ ଓହ୍ଲାଇଥିଲେ । ହେଲେ ତାଙ୍କର ହାରର ସାମନା କରିବାକୁ ପଡିଥିଲା । ଏହାପରେ ଏବେ ଭବାନୀପୁର ଉପନିର୍ବାଚନ ପାଇଁ ପାର୍ଟି ତରଫରୁ ନାମାଙ୍କନ ଭରିଛନ୍ତି । ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ପ୍ରିୟଙ୍କା ତିବରେୱାଲ । ପେଶାରେ ସେ ଜଣେ ଓକିଲ । ଏହାସହ ପ୍ରିୟଙ୍କାବିଜେପି ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ଏହାପୂର୍ବରୁ ସାଂସଦ ବାବୁଲ ସୁପ୍ରିୟୋଙ୍କ ଆଇନଗତ ପରାମର୍ଶଦାତା ଥିଲେ ପ୍ରିୟଙ୍କା ।