ତିନି ବର୍ଷ ପୂର୍ବେ ଇରାକରେ ହତ୍ୟା କରାଯାଇଥିଲା ଇରାନର ଜଣେ ବରିଷ୍ଠ ଆର୍ମି ଜେନେରାଲଙ୍କୁ । ଏବେ ସିରିଆରେ ଏୟାର ଷ୍ଟ୍ରାଇକରେ  ନିହତ ହେଲେ ଆଉଜଣେ ଟପ୍ କମାଣ୍ଡର

ତିନି ବର୍ଷ ପୂର୍ବେ ଇରାକରେ ହତ୍ୟା କରାଯାଇଥିଲା ଇରାନର ଜଣେ ବରିଷ୍ଠ ଆର୍ମି ଜେନେରାଲଙ୍କୁ । ଏବେ ସିରିଆରେ ଏୟାର ଷ୍ଟ୍ରାଇକରେ  ନିହତ ହେଲେ ଆଉଜଣେ ଟପ୍ କମାଣ୍ଡର

ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର ଦୀର୍ଘ ଦିନର ଉପଦେଷ୍ଟା ସୟଦ ରାଜୀ ମୁସାଭି ସୋମବାର ଦିନ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଛନ୍ତି ।

ସୋମବାର ଦିନ ସିରିଆର ରାଜଧାନୀ ଦାମାସ୍କସରେ ଏୟାର ଷ୍ଟ୍ରାଇକ୍ କରି ଇସ୍ରାଏଲ ଇରାନକୁ ଏକ ବଡ଼ ଝଟକା ଦେଇଛି । ଏହି ଆକ୍ରମଣରେ ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର ଦୀର୍ଘ ଦିନର ପରାମର୍ଶଦାତା ତଥା ପୂର୍ବତନ ବରିଷ୍ଠ ଆର୍ମି ଅଧିକାରୀ ସୟଦ ରାଜୀ ମୋସାଭିଙ୍କର ମୃତ୍ୟୁ ଘଟିଛି । ୨୦୨୦ ରେ ବାଗଦାଦରେ ଆମେରିକାର ଷ୍ଟ୍ରାଇକରେ ନିହତ ହୋଇଥିବା ଇରାନର ଶକ୍ତିଶାଳୀ ଗୁପ୍ତଚର କମାଣ୍ଡର ମେଜର ଜେନେରାଲ କାସୀମ ସୁଲେମାନୀଙ୍କ ମୃତ୍ୟୁ ସହିତ ଏହି ଘଟଣାକୁ ତୁଳନା କରାଯାଉଛି ।

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଲେବାନନ୍-ଇସ୍ରାଏଲ୍ ସୀମାରେ ହିଜବୁଲ ଏବଂ ଇସ୍ରାଏଲ୍ ମଧ୍ୟରେ ସଂଘର୍ଷର ତୀବ୍ରତା ହେତୁ ଇସ୍ରାଏଲ୍-ହାମାସ୍ ଯୁଦ୍ଧର ପରିସର ବୃଦ୍ଧି ହେବାର ଭୟ ରହିଛି ।ସର୍ବଶେଷରେ, ମୋସାଭି କିଏ ଏବଂ ଜେନେରାଲ ସୁଲେମାନୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ଥିଲା ।  ଇରାନର ' ରିଭୋଲ୍ୟୁସନାରୀ ଗାର୍ଡ' କ’ଣ ଯାହାପାଇଁ  ଆମେରିକା ଏବଂ ଇସ୍ରାଏଲ୍ ସର୍ବଦା କ୍ରୋଧ ପ୍ରକାଶ କରି ଆସୁଛନ୍ତି ।

ମୋସାଭି ଜେନେରାଲ ସୁଲେମାନୀଙ୍କ ଘନିଷ୍ଠ ଥିଲେ କି?

ଜେନେରାଲ ମୋସାଭି ଇରାନର ଜଣେ ପୂର୍ବତନ ଲୋକପ୍ରିୟ ଗୁପ୍ତଚର କମାଣ୍ଡର ମେଜର ଜେନେରାଲ କାସୀମ ସୁଲେମାନୀଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି । ସମସ୍ତେ ଜାଣନ୍ତି ଯେ ୨୦୨୦ ରେ ବାଗଦାଦରେ ଆମେରିକୀୟ ଆକ୍ରମଣରେ ଜେନେରାଲ ସୁଲେମାନିଙ୍କର ମୃତ୍ୟୁ ଘଟିଥିଲା।

ଜେନେରାଲ ସୁଲେମାନି କିଏ ଥିଲେ ?

ଜେନେରାଲ ସୁଲେମାନିଙ୍କୁ ଇରାନ ଜଣେ ଜାତୀୟ ହିରୋର  ମାନ୍ୟତା ଦେଇଛି । ତାଙ୍କୁ ଇରାନ ଶକ୍ତିର ଏକ ଦୃଢ ସ୍ତମ୍ଭ ଭାବରେ ବିବେଚନା କରାଯାଉଥିଲା । ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୁଲ୍ଲା ଅଲି ଖାମେନୀଙ୍କ ପରେ ସେ ଦେଶର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତି ଥିଲେ । ସେ ଅନେକ ଦେଶ ସହ ଇରାନର ସମ୍ପର୍କକୁ ମଜବୁତ୍ତ କରିବା ଏବଂ ମଧ୍ୟ ପୂର୍ବରେ ଇରାନର ପ୍ରଭାବକୁ ଗଭୀର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିବେଚନା କରାଯାଏ । ଜେନେରାଲ ସୁଲେମାନି କୁଡ୍ସ ଫୋର୍ସ ନାମକ ଏକ ସୈନ୍ୟବାହିନୀର ମୁଖ୍ୟ ଥିଲେ। ବିଭିନ୍ନ ଦେଶରେ ଇରାନର ସ୍ୱାର୍ଥ ଅନୁଯାୟୀ କୁଡ୍ସ ଫୋର୍ସ କାମ କରିଥାଏ । କେଉଁଠାରେ କାହାକୁ ସମର୍ଥନ କରେ ଏବଂ ଅନ୍ୟ କୋଉଠି କାହାକୁ ବିରୋଧ ମଧ୍ୟ କରେ ।  କୁହାଯାଏ ଯେ କୁଡ୍ସ ଫୋର୍ସ ଦେଶର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନୀଙ୍କୁ ସିଧାସଳଖ ରିପୋର୍ଟ କରିଥାଏ। ଆମେରିକା କୁଡ୍ସ ଫୋର୍ସ ଏବଂ ସୁଲେମାନୀଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା ।୨୦୧୨ ରେ, ସିରିଆ ଗୃହଯୁଦ୍ଧ ଆରମ୍ଭ ହେବା ପରେ ସୋଲେମାନି ସିରିଆ ସରକାର ଏବଂ ଏହାର ରାଷ୍ଟ୍ରପତି ବଶର ଅଲ-ଆସାଦଙ୍କୁ ଏବଂ ଅନ୍ୟ  ପ୍ରମୁଖ ଇରାନ ସହଯୋଗୀମାନଙ୍କୁ ଶସକ୍ତ କରିବାରେ ସାହାଯ୍ୟ କରିଥିଲେ। ସେ ସିରିଆର ଗୃହଯୁଦ୍ଧରେ ଇରାନର କାର୍ଯ୍ୟକଳାପର ନେତୃତ୍ୱ ନେଇଥିଲେ ଏବଂ ସିରିଆରେ ରୁଷର ସାମରିକ ହସ୍ତକ୍ଷେପ ଯୋଜନା ତଥା ସଂଗଠିତ କରିବାରେ ସାହାଯ୍ୟ କରିଥିଲେ।

ସୋଲେମାନିଙ୍କ ହତ୍ୟା

ଜାନୁୟାରୀ ୩,୨୦୨୦ରେ ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର ଡ୍ରୋନ୍ ଦ୍ୱାରା ସୋଲେମାନିଙ୍କ କନଭେନକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ସୋଲେମାନିଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ କାଟାଏବ ହିଜବୁଲ ନେତା ଅବୁ ମହଦି ଅଲ-ମୁହାନ୍ଦିସ ମଧ୍ୟ ଯାତ୍ରା କରୁଥିଲେ। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି। ଆମେରିକା ଦ୍ୱାରା କାଟାଏବ ହିଜବୁଲଙ୍କୁ ଆତଙ୍କବାଦୀ ସଂଗଠନ ଘୋଷିତ କରାଯାଇଥିଲା ।

ଇରାନ ସେନା କାହିଁକି ସିରିଆରେ ଉପସ୍ଥିତ ?

ସିରିଆ ଗୃହଯୁଦ୍ଧ ଆରମ୍ଭରୁ ଇରାନ ସୈନ୍ୟବାହିନୀ ସିରିଆରେ ଉପସ୍ଥିତ ଥିଲେ। ତାଙ୍କ ଶାସନ ବିରୋଧରେ ବ୍ୟାପକ ବିଦ୍ରୋହରେ ଇରାନ ସୈନ୍ୟମାନେ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସାଦଙ୍କୁ ସମର୍ଥନ କରିଛନ୍ତି ।ନିକଟ ଅତୀତରେ ଇସ୍ରାଏଲ ଯୁଦ୍ଧଗ୍ରସ୍ତ ସିରିଆର ସରକାରୀ ନିୟନ୍ତ୍ରିତ ଅଞ୍ଚଳରେ ଶହ ଶହ ଷ୍ଟ୍ରାଇକ୍ କରିଛି । ଇସ୍ରାଏଲ୍ ସାଧାରଣତ ସିରିଆ ଉପରେ କରିଥିବା ଏହାର କୌଣସି ବି ଏୟାର ଷ୍ଟ୍ରାଇକକୁ ସ୍ୱୀକାର କରେ ନାହିଁ। କିନ୍ତୁ ଯେତେବେଳେ ବି ଏହା ହୁଏ, ସେ ସଫେଇ ଦେଇଥାଏ କି ଯେ ଏହା ସେଠାରେ ଇରାନ ସମର୍ଥିତ ଗୋଷ୍ଠୀକୁ ଟାର୍ଗେଟ କରୁଛି, ଯାହା ଅସଦଙ୍କ ସରକାରକୁ ସମର୍ଥନ କରୁଛନ୍ତି । ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)IRGC ହେଉଛି ଇରାନ ସଶସ୍ତ୍ର ବାହିନୀର ଏକ ଶାଖା | ଇସଲାମିକ ବିପ୍ଳବ ପରେ ମେ ୧୯୭୯ ରେ ରୁହୋଲ୍ଲା ଖୋମିନିଙ୍କ ଦ୍ଵାରା ଏହା ଏକ ସାମରିକ ଶାଖା ଭାବରେ ପ୍ରତିଷ୍ଠିତ ହୋଇଥିଲା । ଇରାନ ସୈନ୍ୟମାନେ ପାରମ୍ପାରିକ କ୍ଷମତାରେ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରୁଥିବାବେଳେ ଆଇଆରଜିସିସିର ସାମ୍ବିଧାନିକ ଦାୟିତ୍ଵ ହେଉଛି ଇସଲାମିକ୍ ଗଣତନ୍ତ୍ରର ଅଖଣ୍ଡତା ନିଶ୍ଚିତ କରିବା । ଏହା ଅଧୀନରେ, ଇରାନରେ ବିଦେଶୀ ହସ୍ତକ୍ଷେପକୁ ରୋକିବା, ସୈନ୍ୟବାହିନୀ ଦ୍ଵାରା ସରକାରକୁ କ୍ଷମତାଚ୍ୟୁତ କରିବାରୁ ରୋକିବା ଏବଂ ଇସଲାମିକ ବିପ୍ଳବର ଆଦର୍ଶଗତ ଐତିହ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ହେଉଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଇତ୍ୟାଦି । ଆଇଆରଜିସି ବହାରେନ, ସାଉଦି ଆରବ, ସ୍ୱିଡେନ ଏବଂ ଆମେରିକା ଦ୍ୱାରା ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ ହୋଇଛି ।

୨୦୧୧ ସୁଦ୍ଧା, IRGC ରେ ମୋଟ ୨୫୦,୦୦୦ ସୈନିକ ଥିଲେ। ଆଇଆରଜିସି ନୌସେନା ବର୍ତ୍ତମାନ ପାରସ୍ୟ ଉପସାଗରରେ କାର୍ଯ୍ୟକ୍ଷମ ନିୟନ୍ତ୍ରଣ ସହିତ ଇରାନର ମୁଖ୍ୟ ଶକ୍ତି ଅଟେ । ଆଇଆରଜିସିର ବାସିଜ, ଏକ ପାରାମିଲିଟାରୀ ସ୍ବେଚ୍ଛାସେବୀ ମିଲିସିଆରେ ପ୍ରାୟ ୯୦,୦୦୦  ସକ୍ରିୟ କର୍ମଚାରୀ ଅଛନ୍ତି । ଏକ ଆଦର୍ଶବାଦୀ ମିଲିସିଆ ଭାବରେ ଉଭା ହୋଇ ଇରାନ ରାଜନୀତି ଏବଂ ସମାଜର ପ୍ରାୟ ସବୁ କ୍ଷେତ୍ରରେ ଆଇଆରଜିଟିସି ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe