ଏପ୍ରିଲ୍ ପହିଲାରୁ ନୂତନ ଆର୍ଥୀକ ବର୍ଷର ଆରମ୍ଭ ! ଜାଣନ୍ତୁ କେଉଁ ସାମଗ୍ରୀ ହେବ ଶସ୍ତା ଏବଂ କ’ଣ ହେବ ମହଙ୍ଗା ।

868

୧ ଏପ୍ରିଲରୁ ନୁତନ ଆର୍ଥୀକ ବର୍ଷର ଆରମ୍ଭ ହେବାକୁ ଯାଉଛି । ଏହି ନୂଆ ଆର୍ଥୀକ ବର୍ଷରେ ସାଧାରଣ ଲୋକଙ୍କୁ ଆରାମ ଦେବା ପାଇଁ ଅନେକ ଦ୍ରବ୍ୟ ମିଳିପାରେ । କିନ୍ତୁ ଏହା ସହ କିଛି ସାମଗ୍ରୀରେ ସାଧାରଣ ଲୋକଙ୍କୁ ମହଙ୍ଗା ମାଡ ବି ଖାଇବାକୁ ପଡିପାରେ । ନୂଆ ନିୟମ ଅନୁସାରେ ଏପ୍ରିଲ ୧ ରୁ କିଛି ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧା ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ତେବେ ଆସନ୍ତୁ ଜାଣିବା କ’ଣ ହେବ ମହଙ୍ଗା ଏବଂ କେଉଁ ଦ୍ରବ୍ୟ ହେବ ଶସ୍ତା ।

କେଉଁ ସାମଗ୍ରୀ ହେବ ଶସ୍ତା ?

ଘର କିଣିବା ହେବ ଶସ୍ତା :

୧ ଏପ୍ରିଲ ୨୦୧୯ ରୁ ଘର କିଣିବା ଖୁବ୍ ଶସ୍ତା ହେବ । ଜିଏସଟି କାଉନସିଲ୍ ୧ ଏପ୍ରିଲରୁ ନୂଆ ଦର ଲାଗୁ କରିବାକୁ ନିଷ୍ପତ୍ତି ଦେଇଛନ୍ତି । ଏଥିରେ କାମ ଚାଲୁଥିବା ଘର ୧୨ ପ୍ରତିଶତ ବଦଳରେ ୫ ପ୍ରତିଶତ ଟ୍ୟାକ୍ସ ଲାଗିବ ।

ଜୀବନ ବୀମା ହେବ ଶସ୍ତା :

୧ ଏପ୍ରିଲ ୨୦୧୯ ରୁ ଜୀବନ ବୀମା କିଣିବା ମଧ୍ୟ ଶସ୍ତା ହେବ । କମ୍ପାନୀ ଏପ୍ରିଲ ପହିଲାରୁ ମୃତ୍ୟୁ ଦର ପାଳନ କରିବ । ଏବେ ପର୍ଯ୍ୟନ୍ତ କମ୍ପାନୀ ୨୦୦୬-୦୮ ଡାଟାକୁ ବ୍ୟବହାର କରୁଥିଲା । ଯାହା ଏବେ ୨୦୧୨-୧୪ ହୋଇଯିବ । ଏହି ନୂଆ ପରିବର୍ତ୍ତନରେ ସବୁଠାରୁ ଅଧିକ ଫାଇଦା ୨୨ ରୁ ୫୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ହେବ ।

ଲୋନ୍ ନେବା ହେବ ଶସ୍ତା :

ଏପ୍ରିଲ ପହିଲାରୁ ଲୋନ୍ ନେବା ମଧ୍ୟ ଶସ୍ତା ହେବ । ବ୍ୟାଙ୍କ ଏବେ ଏମସିଏଲଆର ବଦଳରେ ଆରବିଆଇର ରେପୋ ରେଟ୍ ଆଧାରରେ ଲୋନ୍ ଦେବ । ଏଭଳି ସ୍ଥିତିରେ ସବୁ ପ୍ରକାରର କାମ ତଥା କରଜ ଶସ୍ତା ହୋଇପାରିବ ।

କ’ଣ ହେବ ମହଙ୍ଗା ?

କାର୍ କିଣିବା ହେବ ମହଙ୍ଗା :

ଏପ୍ରିଲ୍ ୧ ରୁ କାର୍ କିଣିବା ହେବ ମହଙ୍ଗା । ଭାରତୀୟ ବଜାରରେ ଥିବା କାର୍ କମ୍ପାନୀ ଟାଟା ମୋଟର୍ସ,ରୋନାଲ୍ଡ ଇଣ୍ଡିଆ, ଜଗୁଆର ଲ୍ୟାଣ୍ଡ ରୋବର ଇଣ୍ଡିଆ (ଜେଏଲଆର),ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା,ଟୟୋଟା ମୋଟର୍ସ ନିଜ ପ୍ରଡକ୍ଟ ଲାଇନ୍ -ଅପ୍ ର ଦାମକୁ ବଢାଇବା ପାଇଁ ଘୋଷଣା କରିଛନ୍ତି ।

ଗାଡି ଚଲାଇବା ଏବଂ ଘରୋଇ ଗ୍ୟାସ୍ ହେବ ମହଙ୍ଗା :

ଏପ୍ରିଲ୍ ପହିଲାରୁ ଗାଡି ଚଲାଇବା ମହଙ୍ଗା ହେବ । ପ୍ରାକୃତିକ ଗ୍ୟାସ୍ ଦାମରେ ୧୮ ପ୍ରତିଶତ ବଢିବାର ଆଶଙ୍କା । ଅଟୋ ଇନ୍ଧନରେ ବ୍ୟବହାର ହେଉଥିବା ସିଏନଜିର ଦାମ୍ ବଢିବ । ଏଲପିଜି ଗ୍ୟାସ୍ ମଧ୍ୟ ବଢିପାରେ । ଗ୍ୟାସ୍ ଦର ବଢିବା ଦ୍ୱାରା ଖାଉଟିଙ୍କୁ ନାହିନଥିବା ଅସୁବିଧା ଭୋଗିବାକୁ ପଡିବ ।