ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସା ଲାଗି ରହିଛି । ଭାରତର ରାଜଧାନୀ ଦିଲ୍ଲୀ , ଉତ୍ତରପ୍ରଦେଶ , ପଶ୍ଟିମବଙ୍ଗ ଭଳି ରାଜ୍ୟମାନଙ୍କରେ ଏହା ଉଗ୍ରରୂପ ଧାରଣ କରିଛି । ଯାନବାହନ ଜଳାପୋଡା ସହ ପୋଲିସକୁ ଆକ୍ରମଣ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି । ସମଗ୍ର ଦେଶରେ ଏହି ନାଗରିକତା ସଂଶୋଧନ ଆଇନକୁ ନେଇ ବଢିଚାଲିଥିବା ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆଇନ ବାବଦରେ ଏକ ସବିଶେଷ ତଥ୍ୟ ଦିଆଯାଇଛି । କ’ଣ ଏହି ସିଏଏ ବା ନାଗରିକତା ସଂଶୋଧନ ଆଇନ । ଆସନ୍ତୁ ଜାଣିବା ..... publive-image

Advertisment

କ’ଣ ଏହି ସିଏଏ ଓ ଏନଆରସି , ସିଏଏ ଓ ଏନଆରସି ମଧ୍ୟରେ ପ୍ରଭେଦ କ’ଣ ?

CAB (Citizenship Amendment bill) ସଂସଦରେ ପାସ ହେବା ପରେ ରାଷ୍ଟ୍ରପତିଙ୍କ ମୋହର ଲାଗିବା ପରେ ଏହା ନାଗରିକତା ସଂଶୋଧନ ଆଇନ CAA (Citizenship Amendment Act) ପରିଣତ ହୋଇଛି । ସିଏଏ ଓ ଏନଆରସି ଉଭୟ ମଧ୍ୟରେ ପ୍ରଭେଦ ଜାଣିବା ଆବଶ୍ୟକ । କାରଣ ଏହି ହୁଇଟିକୁ ନେଇ ଦେଶରେ ଭ୍ରମ ସୃଷ୍ଟି ହୋଇଛି ।

- ନାଗରିକତା ସଂଶୋଧନ ଆଇନ (ସିଏଏ) ଯାହା ଧର୍ମ ଉପରେ ଆଧାରିତ । ସେହିଭଳି ରାଷ୍ଟ୍ରିୟ ନାଗରିକତା ପଞ୍ଜୀକରଣ (ଏନଆରସି)ର ଧର୍ମ ସହିତ କୌଣସି ସମ୍ବନ୍ଧ ନାହିଁ । ନାଗରିକତା ସଂଶୋଧନ ଆଇନରେ ୬ଟି ପ୍ରମୁଖ ଧର୍ମର ଲୋକଙ୍କୁ ସାମିଲ କରାଯାଇଛି । ଯେ କୌଣସି ବିଦେଶୀ ନିଜ ରାଷ୍ଟ୍ର ଓ ସମୁଦାୟ ନିର୍ବିଶେଷରେ ପଞ୍ଜିକରଣ କିମ୍ବା ନାଗରିକତା ଗ୍ରହଣ ଆଧାରରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିପାରିବେ ।

- ନାଗରିକତା ସଂଶୋଧନ ଆଇନ-୨୦୧୯ ଜରିଆରେ ମୁସଲିମ ବହୁଳ ରାଷ୍ଟ୍ର ପାକିସ୍ତାନ , ବାଙ୍ଗଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସିଥିବା ହିନ୍ଦୁ , ଶିଖ , ଈସାଇ, ଜୈନ, ବୌଦ୍ଧ ଓ ପାର୍ସି ଧର୍ମର ଲୋକଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଏଥିରେ ମୁସଲିମମାନଙ୍କୁ ସାମିଲ କରାଯାଇନାହିଁ ।

- ସିଏଏ ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେବ ନାହିଁ । ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ତିନୋଟି ପଡୋଶୀ ଦେଶରେ ଧର୍ମୀୟ ଉତ୍ପୀଡନର ଶିକାର ହୋଇଥିବା ନିର୍ଦ୍ଦିଷ୍ଟ ବିଦେଶୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏହା ଉଦ୍ଧିଷ୍ଟ ।

- ଏନଆରସିରେ ଅବୈଧ ପ୍ରବେଶକାରୀଙ୍କ ପରିଚୟ କରିବା କଥା କୁହାଯାଇଛି । ସେମାନେ କୌଣସି ଜାତି , ବର୍ଗ କିମ୍ବା ଧର୍ମର ଲୋକ ହୋଇଥାନ୍ତୁ ନା କାହିଁକି ,ସେମାନଙ୍କୁ ଦେଶରୁ ବାହାର କରାଯିବ ।

publive-image

ଏନଆରସି ବର୍ତ୍ତମାନ କେବଳ ଆସାମରେ ଲାଗୁ କରାଯାଇଛି, କିନ୍ତୁ ସିଏଏ ପୁରା ଦେଶରେ ଲାଗୁ କରାଯାଇଛି ।

- ଏନଆରସି କେବଳ ଆସାମରେ ଲାଗୁ ହୋଇଛି । କିନ୍ତୁ ସିଏଏ ଦେଶସାରା ଲାଗୁ ହୋଇଛି । ସୁପ୍ରିମକୋର୍ଟଙ୍କ ଆଦେଶରେ ଏନଆରସି ଆସାମରେ ଲାଗୁ କରାଯାଇଛି । ଯାହା ଅନୁସାରେ ରାଜ୍ୟରେ ଅବୈଧ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ଏହି ଆଇନରେ କୁହାଯାଇଛି । ଆସାମ ବ୍ୟତିତ ଅନ୍ୟ କୌଣସି ରାଜ୍ୟରେ ଏହା ଲାଗୁ ହୋଇନାହିଁ ।

- ସିଏଏ (ନାଗରିକତା ସଂଶୋଧନ ଆଇନ) ରାଷ୍ଟ୍ରବ୍ୟାପି ଓ ପୁରା ଭାରତରେ ଲାଗୁ ହୋଇଛି । କିନ୍ତୁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଆଇନର ବିରୋଧ କରିଛନ୍ତି । ସେମାନଙ୍କ ରାଜ୍ୟରେ ସିଏଏ ଲାଗୁ କରାଯିବ ନାହିଁ ବୋଲି କୁହାଯାଇଛି । କିନ୍ତୁ ସମ୍ବିଧାନ ଅନୁଯାୟୀ ଏହି ଆଇନ ଲାଗୁ କରିବା ଉପରେ ଶେଷ ନିର୍ଣ୍ଣୟ କେବଳ କେନ୍ଦ୍ର ସରକାରଙ୍କର ହେବ ।

ସିଏଏ ଭାରତୀୟ ମୁସଲିମଙ୍କ ବିରୁଦ୍ଧରେ ନୁହେଁ ।

ସିଏଏକୁ ନେଇ ଏକ ଭ୍ରମ ଧାରଣା ସମସ୍ତଙ୍କ ମନରେ ସୃଷ୍ଟି ହେବାରେ ଲାଗିଛି । ଏହି ଆଇନ ଭାରତୀୟ ମୁସଲିମଙ୍କ ବିରୁଦ୍ଧରେ ବୋଲି ସମସ୍ତଙ୍କ ଭୁଲ ଧାରଣା ।

୧. ମୋଦୀ ସରକାର ଯେଉଁ ନୂଆ ବିଲ ଆଣିଛନ୍ତି, ତାହାକୁ ନାଗରିକତା ସଂଶୋଧନ ବିଲ୍ -୨୦୧୯ (ସିଟିଜେନ ଆମେଣ୍ଡମେଣ୍ଟ ବିଲ-୧୯) ର ନାମ ଦିଆଯାଇଛି ।

୨. ଏହି ବିଲ ଅନୁସାରେ, ଆଫଗାନିସ୍ତାନ, ବାଙ୍ଗଲାଦେଶ, ପାକିସ୍ତାନରୁ ଆସୁଥିବା ହିନ୍ଦୁ , ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଈସାଈ ଶରଣାର୍ଥୀଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

୩. ଏଥି ସହିତ ଏହି ସମସ୍ତ ଶରଣାର୍ଥୀ ଭାରତରେ ଅବୈଧ ନାଗରିକ ଭାବେ ଆଉ ପରିଚିତ ହେବେ ନାହିଁ । ସଂଶୋଧିତ ବିଲରେ ଭାରତକୁ ଅବୈଧ ଭାବେ ପ୍ରବେଶ କରିଥିବା ଲୋକଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯିବ କିମ୍ବା ଗିରଫ କରାଯିବ ।

୪. ଏବେ ସମସ୍ତ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପାଇବା ପାଇଁ ପାଖାପାଖି ୬ବର୍ଷ ରହିବାକୁ ପଡିବ । ପୂର୍ବରୁ ଏହାର ସମୟସୀମା ୧୧ବର୍ଷ ଥିଲା ।

୫. ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ମିଜୋରାମର ଇନର ଲାଇନ ପରମିଟ ଏରିଆକୁ ଏହି ବିଲ ଅନ୍ତର୍ଭୁକ୍ତ କରାଯିବ ନାହିଁ ।

publive-image

୬. ସଂଶୋଧିତ ବିଲରେ ଆଫଗାନିସ୍ତାନ-ବାଙ୍ଗଲାଦେଶ-ପାକିସ୍ତାନରୁ ଆସୁଥିବା କୌଣସି ହିନ୍ଦୁ, ଜୈନ, ଶିଖ୍,ବୌଦ୍ଧ, ଈସାଈ ନାଗରିକ ଯିଏକି ୩୧ଡିସେମ୍ବର, ୨୦୧୪ ପୂର୍ବରୁ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ ।

୭. ଏମାନଙ୍କ ମଧ୍ୟରୁ ଯେଉଁମାନେ ଓସିଆଇ ହୋଲ୍ଡର, ଯଦି ସେ କୌଣସି ଆଇନର ଉଲ୍ଲଙ୍ଘନ କରିଥାଏ ତାହାଲେ ତାକୁ ଗୋଟେ ଥର ପାଇଁ ତାହାର ସପକ୍ଷ ରଖିବାକୁ ଅନୁମତି ପ୍ରଦାନ କରାଯିବ ।

୮. ବିରୋଧୀ ଦଳ ସଂଶୋଧିତ ବିଲକୁ ବିରୋଧ କରି ଆସୁଛି ଏବଂ ଭାରତରେ ସମ୍ବିଧାନର ଉଲ୍ଲଙ୍ଘନ କରାଯାଉଥିବା କହିଛି । ବିରୋଧୀଙ୍କ କହିବା ମୁତାବକ କେନ୍ଦ୍ର ସରକାର ଯେଉଁ ବିଲ ଆଣୁଛନ୍ତି, ତାହା ଦେଶରେ ଧର୍ମ ଧର୍ମ ବିରୁଦ୍ଧରେ ପାଚେରୀ ହୋଇ ଠିଆ ହେବ । ଯାହା ସମାନତା ଅଧିକାରର ଆଇନ ବିରୁଦ୍ଧ ।

୯. ପୂର୍ବାଞ୍ଚଳରେ ଏହି ବିଲକୁ ସବୁଠାରୁ ଅଧିକ ବିରୋଧ କରାଯାଉଛି । ପୂର୍ବାଞ୍ଚଳରେ ଲୋକଙ୍କ କହିବା ମୁତାବକ, ବାଙ୍ଗଲାଦେଶରେ ଅଧିକ ହିନ୍ଦୁ ଆସି ଆସାମ, ଅରୁଣାଚଳ, ମଣିପୁର ଭଳି ରାଜ୍ୟରେ ବସବାସ କରୁଛନ୍ତି । ସେଠାକାର ଅନେକ ଛାତ୍ର ସଂଗଠନ , ରାଜନୀତିକ ଦଳ ଏହାକୁ ବିରୋଧ କରୁଛନ୍ତି ।

୧୦. ଏନଡିଏ ରେ ଭାରତୀୟ ପାର୍ଟିର ସମସ୍ତ ସାଥୀ ଆସାମ ଗଣ ପରିଷଦ ମଧ୍ୟ ଏହି ସଂଶୋଧିତ ବିଲକୁ ବିରୋଧ କରିଆସୁଛନ୍ତି ।