କନକ ବ୍ୟୁରୋ : ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉରରେ ଆକ୍ରମଣ ଘଟଣା ସାରା ବିଶ୍ୱକୁ ଚକ୍କିତ କରିଦେଇଛି । ଡୋଲାଲ୍ଡ ଟ୍ରମ୍ପଙ୍କ ଡାହଣ କାନରେ ଗୁଳି ବାଜିଛି । ବହୁ ଚତୁରତାର ସହ ଆକ୍ରମଣ କରାଯାଇଥିଲେ ବି ଭାଗ୍ୟବସତଃ ଟ୍ରମ୍ପ ଏହି ଆକ୍ରମଣରୁ ବଞ୍ଚିଯାଇଛନ୍ତି । ତେବେ ଏହାରିଭିତରେ ସାମ୍ନାକୁ ଆସିଛି ଏକ ଫଟୋ । ଯେଉଁଥିରେ ସ୍ପଷ୍ଟ ଭାବେ ଗୁଳି ଟ୍ରମ୍ପଙ୍କ କାନରେ ବାଜିଥିବାର ଚିତ୍ର ସାମ୍ନାକୁ ଆସିଛି ।
ସେପଟେ ସିକ୍ରେଟ୍ ସର୍ଭିସ ଅନୁସାରେ, ଟ୍ରମ୍ପଙ୍କ ଉପରେ ଆକ୍ରମଣ ପାଇଁ ବ୍ୟବହାର ହୋଇଥିଲା ଏଆର୍-୧୫ ରାଇଫଲ । ଏହା ଏକ ସେମି ଅଟୋମେଟିକ୍ ରାଇଫଲ ଅଟେ । ଗୁଳି ଚାଳନା କରିଥିବା ଅପରାଧୀ ଟ୍ରମ୍ପଙ୍କ ଷ୍ଟେଜଠାରୁ ମାତ୍ର ୪୦୦ ମିଟର ଦୁର ଏକ ବିଲ୍ଡିଂର ଛାତ ଉପରେ ଥିଲା । କୁହାଯାଉଛି କି, ସୁଟର ଜଣକ ପେନସିଲଭାନିଆର ଜଣେ ଯୁବକ ଥିଲା । ଯାହାକୁ ସିକ୍ରେଟ୍ ସର୍ଭିସ ଘଟଣାସ୍ଥଳରେ ହିଁ ତାକୁ ନିହତ କରାଯାଇଛି ।
ତେବେ ଯେଉଁ ରାଇଫଲ ଆକ୍ରମଣ ପାଇଁ ବ୍ୟବହାର ହୋଇଥିଲା, ତାବା ଏଆର୍-୧୫ ସହ ପାଖାପାଖି ସମାନ । ଏହି ରାଇଫଲର ବ୍ୟବହାର କିଛି ଦେଶର ଆର୍ମୀ ଏବେବି ବ୍ୟବହାର କରୁଛନ୍ତି । ଏହା ଆମେରିକି ରାଇଫଲ ଏମ୍-୧୬ ସହ ବି କିଛିମାତ୍ରାରେ ସମାନ ଅଟେ । ଏହା ସେମି ଅଟୋମେଟିକ୍ ରାଇଫଲ ହେବା ସତ୍ୱେ ବି ଏହାକୁ ଅଟୋମେଟିକ୍ ରାଇଫଲ ଭଳି ବ୍ୟବହାର କରାଯାଇପାରିଥାଏ ।