କନକ ବ୍ୟୁରୋ : ଚାନ୍ଦୀପୁର ଘାଟିରୁ ଗୁପ୍ତଚରୀ ପ୍ରସଙ୍ଗରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଏନେଇ ବୟାନ ଦେଇଛନ୍ତି କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା । ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ ରହିଥିବା ସ୍ପଷ୍ଟ ହୋଇଛି । ୪ଟି ଫେସବୁକ ଆକାଉଂଟ ତଦନ୍ତ ପରେ ଏହି ତଥ୍ୟ ମିଳିଛି । ୩ଟି ଆକାଉଂଟ ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ବ୍ୟବହାର ହେଉଥିଲା ।

Advertisment

ରହସ୍ୟମୟୀ ମହିଳା ଜଣକ ପ୍ରକ୍ସି ଆଇପି ବ୍ୟବହାର କରୁଥିଲେ । ତେଣୁ ତାଙ୍କ ଲୋକସନ ବ୍ରିଟେନ ଦେଖାଉଥିଲା । ସବୁଠାରୁ ବଡ କଥା ହେଉଛି ଏବେ ମଧ୍ୟ ରହସ୍ୟମୟୀ ମହିଳାଙ୍କ ଅନେକ ଆକାଉଂଟ ଆକ୍ଟିଭ ରହିଥିବା ଜଣାପଡିଛି । ତେଣୁ ଡିଆରଡିଓର ଆଉ କେହି କର୍ମଚାରୀ ସେହି ରହସ୍ୟମୟୀ ମହିଳାଙ୍କ ସମ୍ପର୍କରେ ଅଛନ୍ତି କି ନାହିଁ ସେ ନେଇ ସ୍ପଷ୍ଟ କରିନାହାନ୍ତି କ୍ରାଇମବ୍ରାଂଚ ଏଡିଜି ।

ପ୍ରକ୍ସି ଆଇପି କ’ଣ? ଏବଂ କେମିତି ଛଦ୍ମ ଫେସବୁକ୍ ଆକାଉଂଟ ଖୋଲି ଗୋଟିଏ ସ୍ଥାନରେ ଥାଇ, ଆଉ ଗୋଟିଏ ସ୍ଥାନରୁ ଆକାଉଂଟ ଅପରେଟ୍ କରାଯାଇପାରେ ।

- ସାଧାରଣ ଆଇପି ଆଡ୍ରେସରେ କାମ କରନ୍ତି ନାହିଁ ଠକ
- ଇଂଟରନେଟରେ ଅନେକ ହିଡେନ୍ (ଗୁପ୍ତ) ୱେବସାଇଟ୍ ରହିଛି
- ସୋସିଆଲ ମିଡିଆ ବ୍ୟବହାର ପାଇଁ ହିଡେନ୍ (ଗୁପ୍ତ) ଆଇପି ବ୍ୟବହାର କରିଥାନ୍ତି
- ହିଡେନ୍ ଆଇପିକୁ ପ୍ରକ୍ସି ଆଇପି ବୋଲି କୁହାଯାଏ
- ପ୍ରକ୍ସି ଆଇପିରେ କାମ କଲେ ବ୍ୟବହାରକାରୀର ସୂଚନା ଗୁପ୍ତ ରହେ
- କଥା ହେବା ବେଳେ ସାଧାରଣ ଫୋନ୍ କଲ୍ କରନ୍ତି ନାହିଁ
- ହ୍ୱାଟ୍ସଆପରେ କଲ କରିଥାନ୍ତି ଠକ
- ହ୍ୱାଟ୍ସଆପରେ ଫୋନ୍ କଲେ ରେକର୍ଡ କରିହୁଏ ନାହିଁ