ହିସାବ କିତାବ ୨୦୨୩-୨୪ : ଏମିତି କାମ କରିବ ଡିଜିଟାଲ ଲାଇବ୍ରେରୀ, ଘରେ ବସି ପଢିପାରିବେ ଅନେକ ବହି …

246

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ବଜେଟରେ ଶିଶୁ ଏବଂ କିଶୋରଙ୍କ ପାଇଁ ଡିଜିଟାଲ ଲାଇବ୍ରେରୀର ଘୋଷଣା କରିଛନ୍ତି । ସମସ୍ତ ସ୍କୁଲକୁ ଏହା ମାଧ୍ୟମରେ ଯୋଡିବା ପାଇଁ ଘୋଷଣା କରିଛନ୍ତି । ଏହା କରିବା ଦ୍ୱାରା ଅଧିକରୁ ଅଧିକ ଛାତ୍ରଛାତ୍ରୀ ପୁସ୍ତକ ସହ ଯୋଡି ହୋଇପାରିବେ ।

ଅର୍ଥମନ୍ତ୍ରୀ କହିଛନ୍ତି, ଜାତୀୟ ଡିଜିଟାଲ ଲାଇବ୍ରେରୀକୁ ପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ଖୋଲାଯିବ । ଏଥିରେ ପ୍ରାଦେଶିକ ଏବଂ ଇଂରାଜୀ ଭାଷାରେ ପୁସ୍ତକ ଉପଲବ୍ଧ ହେବ । ଏଥିରେ ସମସ୍ତ ବୟସର ଛାତ୍ରଙ୍କୁ ନେଇ ପୁସ୍ତକ ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା ଡିଜିଟାଲ ଲାଇବ୍ରେରୀ କେଉଁଭଳି ଛାତ୍ରଛାତ୍ରୀଙ୍କୁ ଲାଭ ଦେବ ।

କଣ ଏହି ଡିଜିଟାଲ ଲାଇବ୍ରୋରୀ ?
ଗୋଟିଏ ଡିଜିଟାଲ ଲାଇବ୍ରେରୀ ହେଉଛି ଏକ ପୁସ୍ତକାଳୟ ଯେଉଁଥିରେ ବହିର ଡିଜିଟାଲ ଭର୍ସନ ଉପଲବ୍ଧ ଥାଏ । ଏଥିରେ ଇଲେକଟ୍ରୋନିକ୍ସ ଏବଂ ଡିଜିଟାଲ ଫର୍ମାଟରେ ଫଟୋ, ଭିଡିଓ ଏବଂ ଅଡିଓ ଉପଲବ୍ଧ ଥାଏ । ଡିଜିଟାଲ ଲାଇବ୍ରେରୀକୁ ଆପଣ କୌଣସି ସ୍ଥାନରୁ ରହି ମଧ୍ୟ ବ୍ୟବହାର କରିପାରିବେ । ଦେଶର କୌଣସି ବି ସ୍ଥାନରେ ରହି ଛାତ୍ରଛାତ୍ରୀ ଏହାର ଲାଭ ଉଠାଇପାରିବେ । ଡିଜିଟାଲ ଲାଇବ୍ରେରୀର ସଂରଞ୍ଚନାରେ ଏକ ହାଇସ୍ପିଡ ଲୋକାଲ ନେଟୱର୍କ, ରିଲେସନ ଡାଟାବେସ, ବିଭିନ୍ନ ପ୍ରକାର ସର୍ଭର ଏବଂ ଡକ୍ୟୁମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ସାମିଲ ରହିଛି ।